ETV Bharat / state

ଦିନ ଦ୍ବିପ୍ରହରରେ ଥାନା ଠୁ 300 ମିଟର ଦୂରରେ ଲୁଟ

author img

By

Published : Sep 11, 2020, 11:03 PM IST

ଦିନ ଦୁଇ ପ୍ରହରରେ ଘରେ ପଶି 35 ଭରି ସୁନା ସହ ଅନ୍ୟାନ୍ୟ ଆସବପତ୍ର ଲୁଟିନେଲେ ଚୋର । ବ୍ରହ୍ମଗିରି ଥାନା ଠାରୁ ମାତ୍ର 300 ମିଟର ଅଙ୍କିତାବିହାରରୁ ବଡ଼ ଧରଣର ଚୋରି ହୋଇଛି ।

ଦିନ ଦ୍ବିପ୍ରହରରେ ଥାନା ଠୁ 300 ମିଟର ଦୂରରେ ଲୁଟ
ବ୍ରହ୍ମଗିରି ଦିନ ଦୁଇ ପହରେ ଘରେ ପଶି ଚୋରି

ବ୍ରହ୍ମଗିରି: ଦିନ ଦୁଇ ପ୍ରହରରେ ଘରେ ପଶି 35 ଭରି ସୁନା ସହ ଅନ୍ୟାନ୍ୟ ଆସବାବପତ୍ର ଲୁଟିନେଲେ ଚୋର । ବ୍ରହ୍ମଗିରି ଥାନା ଠାରୁ ମାତ୍ର 300 ମିଟର ଅଙ୍କିତାବିହାରରୁ ବଡ଼ ଧରଣର ଚୋରି ହୋଇଛି ।

ଦିନ ଦ୍ବିପ୍ରହରରେ ଥାନା ଠୁ 300 ମିଟର ଦୂରରେ ଲୁଟ

ଅଭିଯୋଗ ଅନୁଯାୟୀ,ବିଶ୍ବଭୂଷଣ ନାୟକଙ୍କ ଅଙ୍କିତାବିହାରରେ ଥିବା ଘରୁ ଚୋରି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଗଡ୍ରେଜ୍ ଭିତରୁ 35 ଭରି ସୁନା ଅଳଙ୍କାର, ଏଲଇଡି ଟିଭି, ବାସନ ସହିତ ଅନ୍ୟାନ୍ୟ ଆସବାପତ୍ର ଚୋରି ହୋଇଛି ।

ସନ୍ଧ୍ୟା ସମୟରେ ଘରକୁ ଫେରି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ଘରଲୋକେ । ପରେ ପୋଲିସରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଆସି ତଦନ୍ତ ଚଳାଇଛି । ଏପରି ଚୋରି କିଛି ମାସ ମଧ୍ୟରେ ବ୍ରହ୍ମଗିରିରେ ବାରମ୍ବାର ହେଉଥିଲେ ମଧ୍ୟ ପୋଲିସ ନିରବ ହୋଇ ରହୁଥିବା ଅଭିଯୋଗ ହେଉଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.