ETV Bharat / state

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: 1 କିମି ପର୍ଯ୍ୟନ୍ତ ଲମ୍ବିଛି ଲାଇନ, କଲବଲ କୁନି ପିଲା ଓ ବୃଦ୍ଧ - ଚାରିଦ୍ବାର ଖୋଲିବା ଦାବି

ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଭକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 13, 2023, 5:24 PM IST

1 କିମି ପର୍ଯ୍ୟନ୍ତ ଲମ୍ବିଛି ଲାଇନ

ପୁରୀ: ଶ୍ରୀମନ୍ଦିରରେ ଆଜି ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ଲାଗି ଲାଇନରେ ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଅପେକ୍ଷା କରିଥିବା ବେଳେ ପ୍ରବଳ ଭିଡ଼ରେ କଲବଲ ହୋଇଛନ୍ତି ଛୋଟ ପିଲା ଓ ବୃଦ୍ଧ। ଏହାପରେ ତୁରନ୍ତ ପ୍ରଶାସନ ଭକ୍ତଙ୍କ ଲାଗି 4 ଦ୍ବାର ଖୋଲିବା ନେଇ ଭକ୍ତଙ୍କ ମହଲରେ ଦାବି ହୋଇଛି । ଭକ୍ତମାନେ ବଡ଼ଦାଣ୍ଡରେ 1 କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ତେବେ ଆଜି ରବିବାର ଛୁଟି ଦିନ ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼ ଏଭଳି ହୋଇଥଲା ଯେ, ଶ୍ରୀମନ୍ଦିର ସିଂହଦ୍ଵାରଠାରୁ 1 କିଲୋମିଟର ଯାଏଁ ଲମ୍ବା ଲାଇନ ଲାଗିଥିଲା । ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଥିବା ବେଳେ ଏତେ ଭିଡ଼ ପରିଲକ୍ଷିତ ହେଉ ନ ଥିଲା । ହେଲେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବକୁ ମିଳିଛି । ତେବେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବହୁ ଦୂରରୁ ଆସିଥିବା ଭକ୍ତ ନିଜ ସମୟ ମୁତାବକ ମହାପ୍ରଭୁଙ୍କ ଦର୍ଶନ କରି ନିଜ ଫେରିବା ସ୍ଥାନକୁ ଯାଇ ପାରୁନାହାନ୍ତି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ପୋଲିସର ପାତରଅନ୍ତର ନୀତି, ଦର୍ଶନ ନକରି ଫେରିଗଲେ ଭକ୍ତ

ସେହିପରି ଛୋଟ ପିଲା, ବୟସ୍କ ବ୍ୟକ୍ତି ଠିଆ ହୋଇ ନ ପାରି ରାସ୍ତାରେ ବସି ରହୁଛନ୍ତି । କେତେକ ଭକ୍ତ ମଧ୍ୟ ଏତେ ଭିଡ଼ ଚେତାଶୂନ୍ୟ ହୋଇ ପଡିଛନ୍ତି । ତେବେ ଶ୍ରୀମନ୍ଦିର ଚାରି ଦ୍ବାର ପୂର୍ବ ଭଳି ସବୁ ଭକ୍ତଙ୍କ ପାଇଁ ଖୋଲିବା ପାଇଁ ଭକ୍ତ ଦାବି କରିଛନ୍ତି । ଅନେକ ସମୟରେ ମହାପ୍ରଭୁ ନୀତି ଚାଲୁଥିବା ବେଳେ ଦର୍ଶନ ବନ୍ଦ ରଖାଯାଉଛି । ଫଳରେ ଲାଇନ ବଢ଼ିବାରେ ଲାଗୁଛି । ପୂର୍ବରୁ ମହାପ୍ରଭୁଙ୍କ ନୀତି ବେଳେ ଯଦି ଦର୍ଶନ ବନ୍ଦ ରହୁଥିଲା ତେବେ ଭକ୍ତ ଶ୍ରୀମନ୍ଦିର ବେଢାରେ ଥିବା ପାର୍ଶ୍ଵ ଦେବାଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରୁଥିଲେ । ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେଲେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥଲେ ।

ତେବେ ମହାପ୍ରଭୁଙ୍କ ନୀତି ବେଳେ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଥିବାରୁ ଭକ୍ତମାନେ ଲମ୍ବା ଲାଇନରେ ରହୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ବନ୍ଦ ସମୟରେ ପାର୍ଶ୍ବ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରି ପାରୁନାହାନ୍ତି । ତେବେ ଦିନକୁ ଦିନ ଭକ୍ତଙ୍କ ଭିଡ଼ ବଢ଼ୁଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଭକ୍ତ ଦାବି କରିଛନ୍ତି । 4 ଦ୍ବାର ଖୋଲିବା ଲାଗି ଦାବି ହେଉଥିବା ବେଳେ ଗତ କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପୁରୀ ବାସିନ୍ଦାଙ୍କ ଲାଗି କେବଳ ପଶ୍ଚିମ ଦ୍ବାର ଖୋଲିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.