ETV Bharat / state

ବ୍ରହ୍ମଗିରିରେ ଲୋକେ ମାନୁନାହାଁନ୍ତି ଲକଡାଉନ୍, ନିରବ ପ୍ରଶାସନ - ବ୍ରହ୍ମଗିରିରେ ଲୋକେ ମାନୁନାହାଁନ୍ତି ଲକଡାଉନ୍

ରାଜ୍ୟ ସରକାରଙ୍କ ଦ୍ଵାରା 14 ଦିନିଆ ଲକଡାଉନ କଟକଣାର ପ୍ରଭାବ ବ୍ରହ୍ମଗିରିରେ ଦେଖିବାକୁ ମିଳୁନି। ଏଠି ପ୍ରଶାସନ ନିରବଦ୍ରଷ୍ଟା ପାଲଟି ଯାଇଛି। ଅଧିକ ପଢନ୍ତୁ...

ବ୍ରହ୍ମଗିରିରେ ଲୋକେ ମାନୁନାହାଁନ୍ତି ଲକଡାଉନ୍, ନିରବ ପ୍ରଶାସନ

author img

By

Published : May 10, 2021, 12:11 PM IST

ବ୍ରହ୍ମଗିରି: ରାଜ୍ୟ ସରକାରଙ୍କ ଦ୍ଵାରା 14 ଦିନିଆ ଲକଡାଉନ କଟକଣାର ପ୍ରଭାବ ବ୍ରହ୍ମଗିରିରେ ଦେଖିବାକୁ ମିଳୁନି। ଏଠି ପ୍ରଶାସନ ନିରବଦ୍ରଷ୍ଟା ପାଲଟି ଯାଇଛି। ରାଜ୍ୟରେ କୋରୋନା ମିଟର ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ କୋରୋନା ସଂଖ୍ୟା ପୁରୀ ଜିଲ୍ଲାରେ 708 ରେ ପହଁଚି ଥିବା ବେଳେ ବ୍ରହ୍ମଗିରି ବଜାରରେ ଜନ ଗହଳି ଚିନ୍ତାରେ ପକାଇ ଦେଇଛି।

ବ୍ରହ୍ମଗିରିରେ ଲୋକେ ମାନୁନାହାଁନ୍ତି ଲକଡାଉନ୍, ନିରବ ପ୍ରଶାସନ

ବଜାରରେ ସାଧାରଣ ଭାବେ ଗାଡ଼ି ଚଳାଚଳ ଥିବା ବେଳେ ଦୋକାନ ଗୁଡ଼ିକରେ କଟକଣା ନ ମାନି ସଧାରଣ ଦିନ ପରି ଜନ ଗହଳି ଦେଖିବାକୁ ମିଳିଛି । ବଜାରରେ ଟ୍ରାଫିକ ଜାମକୁ ଦେଖିଲେ ଲାଗୁଛି ଲୋକଙ୍କ ପାଖରେ ନା କୋରୋନା ଭୟ ନା ଲକଡାଉନର କଟକଣା, କିଛି ନଥିବା ପରି ମନେ ହେଉଛି। ଏଗୁଡିକ ପ୍ରଶାସନ ସବୁ ଦେଖି ନିରବଦ୍ରଷ୍ଟା ହୋଇ ବସି ରହିଛି ।

ବ୍ରହ୍ମଗିରି ତହସିଲଦାର କେବଳ ମାସ୍କ ବାଣ୍ଟି କିଛି ନିରୀହ ପରିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରି ତାଙ୍କ କାମ ସାରି ଦେଇଥିବା ବେଳେ ବଜାରରେ ଜନ ଗହଳିକୁ ରୋକିବାରେ ସେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.