ପୁରୀ: ସମୁଦ୍ରରେ ବୁଡିଯାଉଥିବାବେଳେ ଦେବଦୂତ ସାଜି ରକ୍ଷା କଲେ ଲାଇଫ ଗାର୍ଡ । ପୁରୀ ସମୁଦ୍ରରେ ପୁଣି ଅଘଟଣ । 2 ଜଣ ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।
ସମୁଦ୍ର ସ୍ନାନ ବେଳେ ଉଚ୍ଚ ଲହଡି ଯୋଗୁଁ ଭାରସାମ୍ୟ ହରାଇ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ସଙ୍ଗେସଙ୍ଗେ ସମୁଦ୍ର ଜଳରେ ପ୍ରବେଶ କରି ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଯାହାଫଳରେ 2 ଜଣଙ୍କ ଜୀବନ ରକ୍ଷା ହୋଇପାରିଛି ।
ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ଛତିଶଗଡ଼ ରାୟପୁରର ଅଗ୍ନି ସାହୁ ଓ ଛତିଶଗଡ଼ ଦୁର୍ଗର କରଣ ସିଂ। ଉଭୟଙ୍କୁ ଉଦ୍ଧାର ପରେ ପୁରୀ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ