ETV Bharat / state

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ସହଯୋଗ ପାଇଁ ପୁରୀବାସୀଙ୍କୁ ଆଇନ ମନ୍ତ୍ରୀଙ୍କ ଧନ୍ୟବାଦ

author img

By

Published : Jun 25, 2020, 12:54 AM IST

ମଙ୍ଗଳବାର ଘୋଷଯାତ୍ରା ପରେ ବୁଧବାର ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୁରୁଖୁରୁରେ ଗୁଣ୍ଡିଚା ଯାତ୍ରା ଶେଷ ହୋଇଥିବାରୁ ପୁରୀ ବାସୀଙ୍କୁ ଧନ୍ୟବାଦ ଦେଲେ ଆଇନ ମନ୍ତ୍ରୀ । ଅଧିକ ପଢ଼ନ୍ତୁ...

Law minister Pratap Jena praises people of puri, cooperation in Rath yatra, ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ପୁରୀବାସୀଙ୍କୁ ଆଇନ ମନ୍ତ୍ରୀଙ୍କ ଧନ୍ୟବାଦ, ପୁରୀ ରଥଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ମନ୍ଦିର, ଆଡ଼ପ ମଣ୍ଡପ
ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ତିନି ରଥରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତି ବୁଧବାର ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ତେବେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଗହଳି ଯେଭଳି ନ ହେବ ସେଥିପାଇଁ କର୍ଫ୍ୟୁ ଜାରି କରାଯିବା ସହ କଡା ପୋଲିସ ବ୍ୟବସ୍ଥା ହୋଇଥିଲା ।

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ସହଯୋଗ ପାଇଁ ପୁରୀବାସୀଙ୍କୁ ଆଇନ ମନ୍ତ୍ରୀଙ୍କ ଧନ୍ୟବାଦ

ରଥଯାତ୍ରା ଭଳି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତିରେ ମଧ୍ୟ ପୁରୀ ଲୋକ ସହଯୋଗ କରିଥିବା ଯୋଗୁଁ ପୁରୀ ବାସୀଙ୍କୁ ଆଇନ ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସେହିପରି ବାହୁଡା ଯାତ୍ରା ଓ ଅନ୍ୟ ନୀତିକାନ୍ତିରେ ମଧ୍ୟ ପୁରୀବାସୀ ସହଯୋଗ କରିବେ ବୋଲି ଆଇନ ମନ୍ତ୍ରୀ ଆଶା ରଖିଛନ୍ତି ।

ତେବେ ବାହୁଡା ଯାତ୍ରା ପୂର୍ବରୁ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ, ପୋଲିସ କର୍ମଚାରୀ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟ କୋଭିଡ ଟେଷ୍ଟ ହେବ। କୋରୋନା ସଂକ୍ରମଣ ଯେଭଳି ନ ବ୍ୟାପିବ ସେ ନେଇ ଏହି ପଦକ୍ଷେପ ରାଜ୍ୟ ସରକାର ନେଇଥିବା ଆଇନ ମନ୍ତ୍ରୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.