ETV Bharat / state

Paya Shraddha: ପୟା ଶ୍ରାଦ୍ଧ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର, ସିଂହଦ୍ବାର ସାମ୍ନାରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ

author img

By ETV Bharat Odisha Team

Published : Nov 12, 2023, 12:30 PM IST

Updated : Nov 12, 2023, 12:41 PM IST

ଆଜି ପୟା ଶ୍ରାଦ୍ଧ । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବଡ ବଡୁଆ ଡାକିବାକୁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରବଳ ଜନସମାଗମ । ଅଧିକ ପଢନ୍ତୁ

ପୟା ଶ୍ରାଦ୍ଧ ଲୋକାରଣ୍ୟ ଶ୍ରୀକ୍ଷେତ୍ର
ପୟା ଶ୍ରାଦ୍ଧ ଲୋକାରଣ୍ୟ ଶ୍ରୀକ୍ଷେତ୍ର
ସିଂହଦ୍ବାର ସାମ୍ନାରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ହେଉଛି କାର୍ତ୍ତିକ ଅମାବାସ୍ୟା ତିଥି । ଆଜିର ଦିନକୁ ହିନ୍ଦୁମାନେ ପୟା ଶ୍ରାଦ୍ଧ ଦିବସ ଭାବେ ପାଳନ କରିଥାନ୍ତି । ହିନ୍ଦୁ ଧର୍ମାବଲମ୍ବୀ ନିଜ ପିତୃ ପୁରୁଷଙ୍କ ମୁକ୍ତି ପାଇଁ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜାଳି ସ୍ବର୍ଗଲୋକକୁ ଗମନ କରିବା ପାଇଁ ଆଲୋକ ଦେଖାଇ ଆର୍ଶୀବାଦ ନେଇଥାନ୍ତି । ଏହି ପବିତ୍ର ଦିବସ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସକାଳୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ।

ବିଶ୍ବାସ ରହିଛି, ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ ବାଡୁଆ ପାଳନ କଲେ ପିତୃପୁରୁଷ ମୁକ୍ତି ପାଇଥାନ୍ତି । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଆଜି ଲୋକାରଣ୍ୟ ହୋଇପଡିଛି । ହଜାର ହଜାର ଲୋକ ଏକାଠି ହୋଇ କାଉଁରିଆ କାଠି ଜାଳି ନିଜ ପିତୃପୁରୁଷାଙ୍କ ଉଦ୍ଦେଶ୍ୟରେ ବଡ଼ ବଡୁଆ ଡାକିଛନ୍ତି । ସେହିପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ମଧ୍ୟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Diwali 2023: ଆଜି ଆଲୋକର ପର୍ବ ଦୀପାବଳି, ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି

ଏନେଇ ପଣ୍ଡିତ ଲିଙ୍ଗରାଜ ଦାସ କହିଛନ୍ତି ଯେ, ଏହି ପ୍ରଥା ବହୁ ପ୍ରାଚୀନ । ଆମ ପୂର୍ବ ପୁରୁଷମାନେ ପୟା ଶ୍ରାଦ୍ଧ କରିବା ସହ ଓ ବଡ଼ ବଢ଼ୁଆ ଡାକୁଥିଲେ । ନିଜ ପିତୃପୁରୁଷଙ୍କ ମୁକ୍ତି ଏବଂ ତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି ଲାଗି ଏହି ପ୍ରଥା ପ୍ରଚଳିତ । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ତେବେ ଆଧୁନିକ ସମାଜର ଦ୍ବାହି ଦେଇ ଆମେ ନିଜର ପୂର୍ବ ପ୍ରଥାକୁ ନ ଭୁଲି ନିଜ ପୂର୍ବଜଙ୍କ ପାଇଁ ଏହି ପୟା ଶ୍ରାଦ୍ଧ କଲେ ଅଶେଷ କଲ୍ୟାଣ ହୋଇଥାଏ ବୋଲି ପଣ୍ଡିତ କହିଛନ୍ତି ।

ସେପଟେ ଶ୍ରଦ୍ଧାଳୁଙ୍କ କହିବା କଥା, ପୟା ଶ୍ରାଦ୍ଧ ଆମର ପରମ୍ପରା । ଏହାକୁ ଆମେ ପାଳନ କଲେ ଘର ପରିବାରର ମଙ୍ଗଳ ସହ ଉନ୍ନତି ହୋଇଥାଏ । ପିତୃ ପକ୍ଷରେ ପୃଥିବୀ ପୁଷ୍ଠକୁ ଆସିଥିବା ନିଜ ପୂର୍ବଜଙ୍କୁ କାଉଁରିଆ କାଠି ଜାଳି ଆଲୁଅରେ ନିଜର ସ୍ଵସ୍ଥାନକୁ ପ୍ରସ୍ତାନ ଏବଂ ଆଶୀର୍ବାଦ ପାଇଁ ବଡ଼ ବଡୁଆ ଡାକିଥାଉ । ତେବେ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳା ରକ୍ଷା ପଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା, କୌଣସି ପ୍ରକାର ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବାହୀନିଙ୍କୁ ମୁତୟନ କରଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Nov 12, 2023, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.