ETV Bharat / state

ଆସନ୍ତୁ ଦେଖିବା ମାଉସୀ ମା' ମନ୍ଦିରକୁ ନେଇ କ'ଣ କହେ କିମ୍ବଦନ୍ତୀ

author img

By

Published : Mar 4, 2019, 11:40 PM IST

ଓଡିଶାର ଐତିହ୍ୟ ଓ ପରମ୍ପରା କଥା କହିଲେ ପ୍ରଥମେ ମନକୁ ଆସେ ଶ୍ରୀମନ୍ଦିର କଥା । ଶ୍ରୀମନ୍ଦିରର ରଥଯାତ୍ରା କଥା କହିଲେ ଆପେ ମନେ ପଡେ ମାଉସୀ ମା' କଥା । ତେବେ କ'ଣ ରହିଛି ମାଉସୀ ମା' ମନ୍ଦିର ପଛର କିମ୍ବଦନ୍ତୀ, ସେନେଇ ଦେଖନ୍ତୁ ଇଟିଭିର ଏକ ସ୍ବତନ୍ତ୍ର ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଓଡିଶାର ଐତିହ୍ୟ ଓ ପରମ୍ପରା କଥା କହିଲେ ପ୍ରଥମେ ମନକୁ ଆସେ ଶ୍ରୀମନ୍ଦିର କଥା । କାରଣ ଶ୍ରୀମନ୍ଦିରର ପରମ୍ପରା ରାଜ୍ୟକୁ ବିଶ୍ବସ୍ତରରେ ପରିଚିତ କରିପାରିଛି । ଆଉ ଏହି ଐତିହ୍ୟ ଭରା ମନ୍ଦିରର ସବୁଠାରୁ ପ୍ରସିଦ୍ଧ ପର୍ବ ହେଉଛି ରଥଯାତ୍ରା । ଶ୍ରୀମନ୍ଦିରର ରଥଯାତ୍ରା କଥା କହିଲେ ଆପେ ମନେ ପଡେ ମାଉସୀ ମା' କଥା । ହେଲେ କେବେ ଭାବିଛନ୍ତି କି କାହିଁକି ଏହାକୁ ମାଉସୀ ମା' ମନ୍ଦିର ବୋଲି କୁହାଯାଏ । ତେବେ କ'ଣ ରହିଛି ମାଉସୀ ମା' ମନ୍ଦିର ପଛର କିମ୍ବଦନ୍ତୀ, ସେନେଇ ଦେଖନ୍ତୁ ଇଟିଭିର ଏକ ସ୍ବତନ୍ତ୍ର ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରଥା ରହିଛି କି ବାହୁଡା ସମୟରେ ତିନି ଦିଅଁ ଶ୍ରୀମନ୍ଦିର ଫେରିବା ସମୟରେ କିଛି ସମୟ ମାଉସୀ ମା' ମନ୍ଦିରରେ ଅଟକି ଥାଆନ୍ତି । ସେଠାରେ ମାଉସୀଙ୍କ ହାତରୁ ପୋଡ ପିଠା ଖାଇ ପୁଣି ନିଜ ମନ୍ଦିରକୁ ବାହୁଡନ୍ତି । ତେବେ ଚତୁର୍ଦ୍ଧା ମୂର୍ତ୍ତୀଙ୍କର ସେ କିଭଳି ମାଉସୀ ହେବେ, ସେ ନେଇ ପୁରାଣରେ ରହିଛି ଅନେକ କଥା ।

କିମ୍ବଦନ୍ତୀ କହେ କି ଏକ ସମୟରେ ବିଶ୍ବ ବ୍ରହ୍ମାଣ୍ଡରେ ଜଳ ପ୍ରଳୟ ହୋଇଥିଲା । ଯେଉଁଥିରୁ ବ୍ରହ୍ମାଣ୍ଡକୁ ଉଦ୍ଧାର କରିବା ପାଇଁ ମା' ଯୋଗମାୟାଙ୍କ ଅବତାର କୁହାଯାଉଥିବା ମା' ସୁଭଦ୍ରାଙ୍କଠାରୁ ପ୍ରକଟିତ ହୋଇଥିଲେ ମା' ଅର୍ଦ୍ଧାସିନୀ । ତେବେ ଜଳ ପ୍ରଳୟରୁ ବ୍ରହ୍ମାଣ୍ଡକୁ ବଞ୍ଚାଇବା ପାଇଁ ସମସ୍ତ ଜଳକୁ ଶୋଷି ନେଇଥିଲେ ମା' ଅର୍ଦ୍ଧାସିନୀ । ତେଣୁ ସେବେଠାରୁ ବଡଦାଣ୍ଡର ବଳଗଣ୍ଡିରେ ମା' ଅର୍ଦ୍ଧାସିନୀ ପୂଜା ପାଇ ଆସୁଛନ୍ତି । ଅନ୍ୟପଟେ ମା' ଯୋଗମାୟାଙ୍କ ଅଂଶ ହୋଇଥିବାରୁ ସେ ମାଉସୀ ମା'ଙ୍କ ନାମରେ ପୂଜା ପାଇ ଆସୁଛନ୍ତି ।

ଅନ୍ୟ ଏକ କାହାଣୀ କୁହେ କି ବଳଗଣ୍ଡିଠାରେ ଥିବା ମାଳିନୀ ନଦୀ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରାରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲା । ତେଣୁ ମହାପ୍ରଭୁଙ୍କ ଅନୁରୋଧ କ୍ରମେ ମା' ଅର୍ଦ୍ଧାସିନୀ ମାଳିନୀ ନଦୀକୁ ଶୁଖାଇ ଦେଇଥିଲେ । ସେବେଠାରୁ ବେଶ୍‌ ସୁରୁଖୁରୁରେ ଚାଲିଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେଣୁ ବାହୁଡା ସମୟରେ ପ୍ରତିବର୍ଷ ମହାପ୍ରଭୁ, ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରା ଏହି ମାଉସୀ ମା' ମନ୍ଦିରରେ ରହି ପୋଡ ପିଠା ଖାଇ ପୁଣି ନିଜ ମନ୍ଦିରକୁ ଫେରିଆସନ୍ତି ।

undefined

ତେବେ ବିଶ୍ବାସ ରହିଛି କି ଏଠାରେ ମା'ଙ୍କ ପାଖରେ ଯିଏ ସଫା ମନରେ କିଛି ମାଗିଛି ତାହା ମା' ପୂରଣ କରିଛନ୍ତି । ତେଣୁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ଭକ୍ତ ମା'ଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସନ୍ତି । ଏଥିସହ ଇତିହାସ କହେ କି କେଶରୀ ବଂଶୀୟ ରାଜା ଏହି ମାଉସୀ ମା' ମନ୍ଦିର ନିର୍ମାଣ କରିଥିଲେ । ଏଠାରେ ନୃସିଂହ ଚତୁର୍ଦ୍ଦଶୀ, ଚୈତ୍ର ମାସ ମଙ୍ଗଳବାର ଓ ରଥଯାତ୍ରା ସମୟରେ ବିଭିନ୍ନ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.