ETV Bharat / state

ମାଡୁଛି ଭୂତାଣୁ: କୋରୋନା ଯୁଦ୍ଧର ‘ବୀର ଯୋଦ୍ଧା’ - ପୁରୀରେ କୋରୋନା ଯୋଦ୍ଧା

ପୁରୀ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କିଭଳି କୋରୋନା ଆକ୍ରାନ୍ତ ଚିହ୍ନଟ ହେବେ, ଚିକିତ୍ସା ହେବେ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ଜିଲ୍ଲାର 18 ଲକ୍ଷ ଜନସଂଖ୍ୟାକୁ ଦୃଷ୍ଟିରେ ରଖାଯାଇ ଗ୍ରାମପଞ୍ଚାୟତସ୍ତରରେ 267ଟି କୋଭିଡ କେୟାର ହୋମରେ 2787ଟି ବେଡ଼ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

corona situation in puri, corona treatment in puri, corona update in puri, corona precautions in puri, covid warriors in puri, puri latest news, ପୁରୀରେ କୋରୋନା ସ୍ଥିତି, ପୁରୀରେ କୋରୋନା ମୁକାବିଲା, ପୁରୀରେ କୋରୋନା ଚିକିତ୍ସା, ପୁରୀରେ କୋରୋନା ଅପଡେଟ, ପୁରୀରେ କୋରୋନା ଯୋଦ୍ଧା, ପୁରୀ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ଯୁଦ୍ଧରେ ମୁଖ୍ୟ ସାରଥି, ରାଜ୍ୟର ବୀର କୋରୋନା ଯୋଦ୍ଧା
author img

By

Published : Jul 28, 2020, 9:59 PM IST

ପୁରୀ: ସାରା ବିଶ୍ବକୁ କବଳିତ କରିଛି କୋରୋନା । ସଂକ୍ରମଣ ବ୍ୟାପୁ ଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ଏପଟେ ଘରେ ବସି ବସି ବିରକ୍ତି ପ୍ରକାଶ କରୁଛନ୍ତି ସାଧାରଣ ଜନତା । ହେଲେ ଘରେ ବସି ସୁରକ୍ଷା ପଦକ୍ଷେପ ଗ୍ରହଣ ନକରି ଡାକ୍ତରଖାନାରେ ଦିନ ରାତି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଯିଏ କରୁଛି, ତା କଥା କେବେ ଭାବିଛନ୍ତି କି ? ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରବାସୀ ଘର ବାହୁଡୁଥିବା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ଘର ଲୋକଙ୍କଠାରୁ ଦୂରରେ ରହି ନିଜ କର୍ତ୍ତବ୍ୟ ପାଳନରେ ଲାଗିଛନ୍ତି । କୋରୋନାକୁ ଭୟ ନକରି ଆଗଧାଡିରେ ଛିଡା ହୋଇ ଏମାନେ ଜାରି ରଖିଛନ୍ତି ଲଢେଇ । ଯେଉଁଥିପାଇଁ ସମାଜ ଏମାନଙ୍କୁ ‘କୋରୋନା ଯୋଦ୍ଧା’ର ଆଖ୍ୟା ଦେଇଛି ।

କୋରୋନା ଯୁଦ୍ଧରେ ମୁଖ୍ୟ ସାରଥି, ରାଜ୍ୟର ବୀର କୋରୋନା ଯୋଦ୍ଧା

ପରିବାର ଲୋକଙ୍କ ସୁରକ୍ଷା କଥା ଭାବି ଏମାନେ ଗତ 5 ମାସ ହେବ ଘରଠାରୁ ଦୂରରେ ଚଳାଇଛନ୍ତି ରୋଗୀ ସେବା । ପୁରୀ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କୋରୋନା ସଂକ୍ରମଣ ଆରମ୍ଭ ଦିନଠାରୁ ଅବିରତ ନିଜ କାର୍ଯ୍ୟରେ ଲାଗିଛନ୍ତି କୋରୋନା ଯୋଦ୍ଧା । ନୂଆ ନୂଆ ମନରେ ସାମାନ୍ୟ ଡର ଥିଲେ ବି କର୍ତ୍ତବ୍ୟ ଆଗରେ ଡରକୁ ମାରି ଅତି ସୁନ୍ଦର ଭାବେ ନିଜ ଦାୟିତ୍ବ ସମ୍ଭାଳିଛନ୍ତି ଏହି ବୀର ଯୋଦ୍ଧା । କେବଳ ସେତିକି ନୁହେଁ ନିଜେ ମାନସିକ ଭାବେ ସ୍ଥିର ହୋଇ ଅନ୍ୟ ଆକ୍ରାନ୍ତଙ୍କୁ ସୁସ୍ଥ ରହିବା ପାଇଁ ଉତ୍ସାହିତ କରୁଛନ୍ତି ଏହି କୋରୋନା ଯୋଦ୍ଧା ।

ସେପଟେ ଦିନକୁ କିଛି ସମୟ ପାଇଁ ମାସ୍କ ପିନ୍ଧିବା ଆମ ପାଇଁ କଷ୍ଟକର ହୋଇ ପଡିଥିବା ବେଳେ ଦିନକୁ 8 ଘଣ୍ଟା କିମ୍ବା ଆବଶ୍ୟକ ପଡିଲେ ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ପିପିଇ କିଟ୍‌ ପିନ୍ଧି ସଂକ୍ରମିତଙ୍କ ସେବା କରୁଛନ୍ତି ଡାକ୍ତର, ନର୍ସ ଓ ମେଜିକାଲ କର୍ମଚାରୀ । ମାସକୁ 14 ଦିନ ଡ୍ୟୁଟି ଓ 14 ଦିନ କ୍ବାରେଣ୍ଟାଇନ । ଏପରି ଭାବେ ବିତି ଚାଲିଛି ଏମାନଙ୍କ ଦିନ । ଏହି ସମୟରେ ଘର କଥା ମନେ ପଡିଲେ ବି ସାହା କେବଳ ଫୋନ କଲ୍‌ ଓ ଭିଡିଓ କଲ୍‌ । ପରିବାର ଲୋକେ ମଧ୍ୟ ନିଜ ପ୍ରିୟଜନଙ୍କୁ ଯୋଗାଉଛନ୍ତି ଖୁବ ପ୍ରୋତ୍ସାହନ । ଯେଉଁଥିପାଇଁ ଆଜି ନିଜ ଜୀବନକୁ ଖାତିର ନକରି ରାଜ୍ୟବାସୀଙ୍କ ସେବା ପାଇଁ ଲାଗି ପଡିଛନ୍ତି କୋରୋନା ଯୋଦ୍ଧା ।

ତେବେ ପୁରୀ ଜିଲ୍ଲାରେ କେମିତି ଚାଲିଛି କୋରୋନା ଚିକିତ୍ସା ନଜର ପକାନ୍ତୁ ।

କୋରୋନା ମୁକାବିଲା କରିବା ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ହୋଇଛି ବ୍ୟାପକ ବ୍ୟବସ୍ଥା । ପୁରୀ ଜିଲ୍ଲାରେ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ । ବିଶେଷ କରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କିଭଳି କୋରୋନା ଆକ୍ରାନ୍ତ ଚିହ୍ନଟ ହେବେ, ଚିକିତ୍ସା ହେବେ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର 18 ଲକ୍ଷ ଜନସଂଖ୍ୟାକୁ ଦୃଷ୍ଟିରେ ରଖାଯାଇ ଗ୍ରାମପଞ୍ଚାୟତସ୍ତରରେ 267ଟି କୋଭିଡ କେୟାର ହୋମରେ 2787ଟି ବେଡ଼ର ବ୍ୟବସ୍ଥା କରାଯାଇଛି । ସେହିପରି ବ୍ଲକସ୍ତରରେ 9 ଟି କୋଭିଡ କେୟାର ସେଣ୍ଟରରେ 912ଟି ବେଡ଼ ଓ ଜିଲ୍ଲା ହେଡ କ୍ବାର୍ଟରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ସ୍ବତନ୍ତ୍ର କଲେରା ହସ୍ପିଟାଲକୁ ମିଶାଇ 2ଟି କୋଭିଡ ହେଲଥ ସେଣ୍ଟରରେ 100ଟି ବେଡ଼ର ବ୍ୟବସ୍ଥା କରାଯାଇଛି ।

ପ୍ରତି ବ୍ଲକସ୍ତରରେ ସ୍ବତନ୍ତ୍ର ଟିମ ମାଧ୍ୟମରେ ଟେଷ୍ଟିଂ କରାଯାଉଥିବା ବେଳେ ଆକ୍ରାନ୍ତଙ୍କୁ ଏହି କୋଭିଡ ସେଣ୍ଟର ଗୁଡ଼ିକରେ ଚିକିତ୍ସା କରାଯାଉଛି । ସେହିପରି 20 ବେଡ଼ ଥିବା ଏକ ଆଇସିୟୁର ବ୍ୟବସ୍ଥା ମଧ୍ୟ ହୋଇଛି । ସେହିପରି ବିଭିନ୍ନ ଘରୋଇ ଅନୁଷ୍ଠାନକୁ କୋଭିଡ କେୟାର ସେଣ୍ଟର କରି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ଦ୍ବାରା ସ୍ବାସ୍ଥ୍ୟ ବିଭାଗ ଉପରେ ଚିକିତ୍ସା ପାଇଁ ଅତିରିକ୍ତ ଚାପ ପଡିବନି ।

ତେବେ ପୁରୀରେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ସହ ଚିକିତ୍ସା ସେବା ଯୋଗାଇ ଦେବା ନେଇ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ନିଜେ ପ୍ରତିଦିନ ବୈଠକ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଫଳରେ ପୁରୀ ଜିଲ୍ଲାରେ କୋରୋନା ମୁକାବିଲା ପରିଚଳନା ବେଶ ଭଲ ରହିଥିବା ଅନୁମାନ କରାଯାଉଛି । ସେହିପରି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.