ETV Bharat / state

କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ, ମଜାନେଲେ ପର୍ଯ୍ୟଟକ - Kite festival held at konark sea beah in puri

ମକର ସଂକ୍ରାନ୍ତି ଉପଲକ୍ଷେ ଓଡିଆ ପରମ୍ପରା ସହ ଯୁବପୀଢିକୁ ଯୋଡି ରଖିବାକୁ ଆୟୋଜିତ ହୋଇଯାଇଛି ଗୁଡି ଉତ୍ସବ । ଅଧିକ ପଢନ୍ତୁ...

kite fest
କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ
author img

By

Published : Jan 16, 2020, 3:37 AM IST

ପୁରୀ: ମକର ସଂକ୍ରାନ୍ତି ଉତ୍ସବରେ ଗୁଡି ଉଡାଇବାର ପରମ୍ପରା ବହୁ ପୁରଣା । ଏହି ଅବସରରେ କୋଣାର୍କ ବେଳାଭୂମିରେ ପ୍ରଥମଥର ହେଉଥିବା 'ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ' କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ 'ଗୁଡ଼ି ଉତ୍ସବ' ଆୟୋଜନ କରାଯାଇଛି ।

କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ

ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ପକ୍ଷରୁ ଆୟୋଜିତ ଏହି ଗୁଡ଼ି ଉତ୍ସବରେ ପର୍ଯ୍ୟଟକମାନେ ଗୁଡ଼ି ତିଆରିର କୌଶଳ ଶିଖିବା ସହିତ ବିଚ୍ ରେ ଗୁଡ଼ି ଉଡ଼ାଇବାର ମଜା ନେଇଛନ୍ତି l ଓଡ଼ିଆ ପରମ୍ପରା ଅନୁସାରେ, ମକର ସଂକ୍ରାନ୍ତି ଦିନ ହିଁ ଏଭିଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ବାହାରୁ ଆସିଥିବା ପର୍ଯ୍ୟଟକମାନେ ବହୁସଂଖ୍ୟlରେ ଅଂଶଗ୍ରହଣ କରିଥିଲେ l

ବିଶେଷକରି ଯୁବ ସମାଜ ଓଡ଼ିଆ ପରମ୍ପରା ଠାରୁ ଦୂରେଇ ରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କୁ ଆମ ପରମ୍ପରା ପ୍ରତି ଆକୃଷ୍ଟ କରିବାର ଏହା ଏକ ମଧ୍ୟ୍ୟମ ବୋଲି ପର୍ଯ୍ୟଟକ କହିଛନ୍ତି । ତେବେ ଏହି ଅବସରରେ କୁନିକୁନି ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଏଠାରେ ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୁଡି ଉତ୍ସଵBody: ପୁରୀ-କୋଣାର୍କ ବେଳାମାର୍ଗରେ ପ୍ରଥମ ଥର ହେଉଥିବା ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ପର୍ଯ୍ୟଟକ ମାନଂକୁ ଆକୃଷ୍ଟ କରିବା ପାଇଁ ଗୁଡ଼ି ଉଶ୍ଚବ ଆୟୋଜନ କରାଯାଇଛି l ପର୍ଯ୍ୟଟନ ବିଭାଗ ଓ ସି ଆଇ ଆଇ ପକ୍ଷରୁ ଆୟୋଜିତ ଏହି ଗୁଡ଼ି ଉତ୍ସବ ରେ ପର୍ଯ୍ୟଟନ ମାନେ ଗୁଡ଼ି ତିଆରିର କୌଶଳ ଶିଖିବା ସହିତ ବିଚ ରେ ଗୁଡ଼ି ଉଡ଼ାଇବାର ମଜା ନେଇଛନ୍ତି l ଓଡ଼ିଆ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ଦିନ ହିଁ ଏଭିଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ବାହାରୁ ଆସିଥିବା ପର୍ଯ୍ୟଟକ ମାନେ ବହୁସଂଖ୍ୟlରେ ଅଂଶ ଗ୍ରହଣ କରିଥିଲେ l ବିଶେଷ କରି ଯୁବ ସମାଜ କୁ ଓଡ଼ିଆ ପରମ୍ପରା ଠାରୁ ଦୂରେଇରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦ୍ୱରା ଯୁବ ସମାଜକୁ ଓଡ଼ିଆ ପରମ୍ପରା ପ୍ରତି ଆକୃଷ୍ଟ କରିବାର ଏହା ଏକ ମଧ୍ୟ୍ୟମ ବୋଲି ପର୍ଯ୍ୟଟକ କୁହନ୍ତି,
କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଛାତ୍ର ଓ ବିଭିନ୍ନ ବର୍ଗର ଲୋକ ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ମାନେ ଏଠାରେ ଗୁଡ଼ି ଉଡ଼ାଇବାର ମଜା ଉଠଉଛନ୍ତି l
ବାଇଟି-ମଧୁ, ପର୍ଯ୍ୟଟକ
ବାଇଟି-ପୁଷ୍ପଲତା ,ପର୍ଯ୍ୟଟକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.