ପୁରୀ: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତୀକ ବ୍ରତ । ନିଷ୍ଠାର ସହ ହବିଷ୍ୟାଳିମାନେ କାର୍ତ୍ତୀକ ବ୍ରତ ପାଳନ କରୁଛନ୍ତି । ଏନେଇ ସନ୍ଧ୍ୟାରେ ପ୍ରତିଦିନ ଆକାଶ ଦୀପ ଜାଳିବାର ରହିଛି ପରମ୍ପରା ।
ନିଜ ପିତୃପୁରୁଷଙ୍କ ମାର୍ଗକୁ ଆଲୋକ ଦେଖେଇବା ଉଦ୍ଦେଶ୍ୟରେ ଏହି ଆକାଶ ଦୀପ ଜାଳି ଥା'ନ୍ତି ହବିଷ୍ୟାଳି । ସନ୍ଧ୍ୟାରେ ଚଉରା ପୂଜା କରିବା ପରେ ଏହି ଆକାଶ ଦୀପ ଉଠିଥାଏ ।
ହାବିଷ୍ୟାଳିମାନେ ବଡ଼ ଆନନ୍ଦରେ ହରିବୋଲ, ହୁଳହୁଳି ସହ ନାଚ ଗୀତ କରି ଆକାଶ ଦୀପ ଉଠାଇ ଥା'ନ୍ତି । ଏନେଇ ସନ୍ଧ୍ୟାରେ ହବିଷ୍ୟାଳିଙ୍କ ଶିବିର ଭକ୍ତିମୟ ହୋଇ ଉଠିଥିଲା ।
ତେବେ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଶିବିର ଗୁଡିକରେ କାର୍ତ୍ତୀକ ବ୍ରତ ପୂଜା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇ ଥିବା ବେଳେ ମହାପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ପୁରୀରୁ ଶକ୍ତି ମିଶ୍ର, ଇଟିଭି ଭାରତ