ETV Bharat / state

ଶ୍ରୀକ୍ଷେତ୍ରରେ ଜମୁଛି ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ, ସଂଧ୍ୟାରେ ଉଠୁଛି ଆକାଶ ଦୀପ - ସଂଧ୍ୟାରେ ଉଠୁଛି ଆକାଶ ଦୀପ

ଦୀର୍ଘ ଏକ ମାସ ଧରି ହବିଷ୍ୟାଳି ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ଏକ ଓଳି ହବିଷ୍ୟ ଗ୍ରହଣ କରି କାର୍ତ୍ତିକ ବ୍ରତ ପାଳନ କରିବା ସହ ଆକାଶ ଦୀପ ଜାଳିଥାନ୍ତି ହବିଷ୍ୟାଳି । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ଜମୁଛି ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ

author img

By

Published : Oct 19, 2022, 10:57 PM IST

ପୁରୀ: ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଦୀର୍ଘ ଏକ ମାସ ଧରି ହବିଷ୍ୟାଳି ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ଏକ ଓଳି ହବିଷ୍ୟ ଗ୍ରହଣ କରି କାର୍ତ୍ତିକ ବ୍ରତ ପାଳନ କରିବା ସହ ଆକାଶ ଦୀପ ଜାଳିଥାନ୍ତି । କାର୍ତ୍ତିକ ମାସରେ ଆକାଶ ଦୀପ ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଛି ।ସଞ୍ଜ ହେଲେ ହବିଷ୍ୟାଳି ଆକାଶ ଦୀପ ଉଠାଇଥାନ୍ତି ।

ଶ୍ରୀକ୍ଷେତ୍ରରେ ଜମୁଛି ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ! ଆସନ୍ତୋଷ ହବିଷ୍ୟାଳି

ପୋଡ଼ା ହୋଇଥିବା ଏକ ମାଟି ହାଣ୍ଡିର ଚାରି ପାଖରେ ପ୍ରଥମେ ଅନେକଗୁଡ଼ିଏ କଣା କରାଯାଏ । ତାପରେ ସେହି ହାଣ୍ଡିକୁ ଧୋଇ ତା ଭିତରେ କିଛି ବାଲି ଭର୍ତ୍ତି କରାଯାଏ । ତା ଉପରେ ଗୋବର ରଖାଯାଏ । ଗୋବର ଉପରେ ଘୃତପୂର୍ଣ୍ଣ ଏକ ପ୍ରଜ୍ଜ୍ବଳିତ ଦୀପ ରଖାଯାଇ ତା ଉପରେ ମାଟି ସରା (ଢ଼ାଙ୍କୁଣି) ରଖାଯାଏ । ଏକ ଶିକା ଉପରେ ଏହାକୁ ରଖି ଚଉରା ପାଖରେ ପୋତାଯାଇଥିବା ଏକ ସୁଉଚ୍ଚ ବାଉଁଶ ଦେହରେ ଝୁଲାଇ ଦିଆଯାଏ । ହାଣ୍ଡିରେ ହୋଇଥିବା ଛିଦ୍ର ବା କଣା ମଧ୍ୟ ଦେଇ ଦୀପର ଆଲୋକ ଆକାଶରେ ବିଚ୍ଛୁରିତ ହୋଇଥାଏ ।

ଆଶ୍ବୀନ ମାସରେ ଧରାବତରଣ କରିଥିବା ପିତୃ ପୁରୁଷ ପୂଣ୍ୟମାସ କାର୍ତ୍ତିକରେ ପୁଣି ପିତୃଲୋକ ଗମନ କରିଥାନ୍ତି । ସେମାନଙ୍କ ଫେରିବା ରାସ୍ତାକୁ ଆଲୋକିତ କରିବା ଲାଗି କୃତଜ୍ଞ ସନ୍ତାନଙ୍କ ଏଭଳି ପରିକଳ୍ପନା ବୋଲି କୁହାଯାଏ । ଦୀପାବଳୀରେ ମଧ୍ୟ କାଉଁରିଆ କାଠି ଦେଖାଯାଇ ପିଣ୍ଡ ପ୍ରଦାନ କରାଯାଏ ପିତୃ ପୁରୁଷଙ୍କୁ । ଆକାଶ ଦୀପ ହେଉଛି ସେହି କ୍ରମର ଏକ ଅନନ୍ୟ ପରମ୍ପରା । ଆକାଶ ଦୀପ ଉଠାଇବା ବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ ତାହାର ପୁଣ୍ୟ ସେତେ ଅଧିକ ହୁଏ ବୋଲି ପଣ୍ଡିତମାନେ ମତ ଦିଅନ୍ତି। ଏକାନ୍ତ ନିଷ୍ଠା,ଏକାଗ୍ରତା ଓ ଦୃଢ଼ ବିଶ୍ବାସର ସହିତ ଆକାଶଦୀପ ପ୍ରଜ୍ଜ୍ବଳନ କରାଯାଇଥାଏ ।

କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ଓ ପବିତ୍ର ମାସ । ଏହି ମାସରେ ଦେବାଦେବୀଙ୍କୁ ଧ୍ୟାନ କରିବା ସହିତ ଦର୍ଶନ କଲେ ସକଳ ପାପ କ୍ଷୟ ହୋଇଥାଏ । ପରିବାରର ସର୍ବବିଧ ମଙ୍ଗଳ ହୋଇଥାଏ । ପୁଣ୍ୟ ଅର୍ଜନ ଆଶାରେ ଏହି ମାସରେ ଆମିଷ ଆଦି ଉତ୍ତେଜକ ଖାଦ୍ୟ ବର୍ଜନ କରି ସାତ୍ତ୍ବିକ ଆହାର ଗ୍ରହଣ କରି ସଙ୍କଳ୍ପ ପୂର୍ବକ ହବିଷାନ୍ନ ଗ୍ରହଣ କରି ପୁରାଣ ପାଠ ଶ୍ରବଣ ଓ ପଠନ କରାଯାଇଥାଏ ।

ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ବଳନ କରାଯାଏ। କାର୍ତ୍ତିକ ମାସ ପ୍ରତିପଦାଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳିମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି। ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ପାପ ରୁ ମୁକ୍ତ ହୋଇଥାଏ ।

ଇଟିଭା ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.