ETV Bharat / state

ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ କାଳିଆ ଦଳନ ବେଶ

କାଳିଆ ସୁନାର ଅନେକ ଲୀଳା । ବର୍ଷ ତମାମ ତାଙ୍କର ଭିନ୍ନ ରୀତି ନୀତି ଲାଗି ରହିଥିବା ବେଳେ ଶନିବାର ଭାଦ୍ରବ କୃଷ୍ଣ ଏକାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କର କାଳିଆ ଦଳନ ବେଶ ।

kalia dalana ritual in srimandir, holy trinity's kalia dalana ritual, rituals of srimandir, puri latest news, ଶ୍ରୀମନ୍ଦିରରେ କାଳିଆ ଦଳନ ବେଶ, ମହାବାହୁଙ୍କ କାଳିଆ ଦଳନ ବେଶ, ଶ୍ରୀମନ୍ଦିର ରୀତି ନୀତି, ପୁରୀ ଲାଟେଷ୍ଟ ନ୍ୟୁଜ୍‌
ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ କାଳିଆ ଦଳନ ବେଶ
author img

By

Published : Aug 15, 2020, 2:06 PM IST

ପୁରୀ: କାଳିଆ ସୁନାର ଅନେକ ଲୀଳା । ବର୍ଷ ତମାମ ତାଙ୍କର ଭିନ୍ନ ରୀତିନୀତି ଲାଗି ରହିଥିବା ବେଳେ ଶନିବାର ଭାଦ୍ରବ କୃଷ୍ଣ ଏକାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କର କାଳିଆ ଦଳନ ବେଶ । ମଧ୍ୟାହ୍ନ ଧୂପ ସରିବା ପରେ ଭିତରେ ପାଣି ପଡ଼ି ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରନ୍ତି । ପୂଜା ପଣ୍ଡା ତିନି ମୂର୍ତ୍ତିଙ୍କୁ ଆଜ୍ଞା ମାଳ ଦେବା ପରେ ମହାଜନ ସେବକମାନେ ପୁଷ୍ପାଳକଙ୍କ ହାତରେ ବିଜେ ହୋଇ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିରାଜିତ ହୋଇଥାନ୍ତି । ତତ୍ପରେ ବଡ଼ଦେଉଳକୁ ବେଢାଏ ବୁଲି ଲୋକନାଥ ରୋଡସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରନ୍ତି ଓ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ କାଳୀୟଦଳନ ଲୀଳା ଅନୁଷ୍ଠିତ ହୁଏ ।

ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ କାଳିଆ ଦଳନ ବେଶ

ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା ବିଜେ ପୂର୍ବକ ଶ୍ରୀମନ୍ଦିରର ଜୟ ବିଜୟ ଦ୍ବାରଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ବଢି ଦକ୍ଷିଣୀ ଘରକୁ ବିଜେ କରନ୍ତି । ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ କାଳୀୟ ଦଳନ ବେଶ ହୁଏ । ବେଶ ବଢି ସନ୍ଧ୍ୟାଧୂପ ପାଣି ପଡ଼ିଲା ପରେ ଉତ୍ତରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ବଡ଼ ଅମୃତ ଲଡୁ ଖୁଣ୍ଟିଆଠାରୁ ନେଇ ପୁଷ୍ପାଳକ ଶ୍ରୀହସ୍ତରେ ଲାଗି କରନ୍ତି । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟ ଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି ।

ବେଶ ପୂର୍ବରୁ ଦରଜି ଓ ମହାରଣା, ଚିତ୍ରକାର ଓ ସୋଲ ଶିଳ୍ପୀମାନଙ୍କ ଦ୍ବାରା ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ 30 ଫୁଟ୍ ଲମ୍ବର ଏକ ବିରାଟକାୟ ସପ୍ତ ଫେଣିଆ କାଳୀୟ ସର୍ପ ବା ନାଗଟି ଚାରିଟି ଅଂଶରେ ବିଭକ୍ତ ଅଟେ । 2ଟି ଅଂଶ ଗଣ୍ଡି, ଗୋଟିଏ ଅଂଶ ମୁଣ୍ଡ ଓ ଗୋଟିଏ ଅଂଶ ଲାଞ୍ଜ । ସର୍ପଟିର ସମଗ୍ର ଶରୀର କଳା କନାରେ ଆବୃତ ହୋଇଥିବା ବେଳେ ଶରୀରର କାତିଗୁଡ଼ିକ ପାଇଁ ଧଳା କନା ବ୍ୟବହୃତ ହୋଇଥାଏ । ସର୍ପଟିର ଏହି 4ଟି ଅଂଶ ପୁଷ୍ପାଳକ ସେବକମାନଙ୍କ ଦ୍ବାରା ରତ୍ନ ସିଂହାସନ ଉପରକୁ ଯାଇଥାଏ । ସେଠାରେ ସମ୍ପୂର୍ଣ୍ଣ ଶରୀରଟିକୁ ଖଞ୍ଜା ଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଏ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମଗ୍ର ଶରୀରକୁ ଆବୃତ କରି ଅର୍ଥାତ୍ ଉପର ଦେଇ ବାମ ହସ୍ତରେ ପୁଚ୍ଛଟି ରହିଥାଏ ।

ସୁଭଦ୍ରା ଦେବୀ ସାଧାରଣ ବେଶ ଧାରଣ କରିଥାନ୍ତି । ଶ୍ରୀବଳଭଦ୍ରଙ୍କର ଦୁଇ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗାଈ, ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.