ETV Bharat / state

କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - Diwali in puri

କାଳୀ ପୂଜା ଆୟୋଜନ ନେଇ ଶ୍ରୀକ୍ଷେତ୍ର ରହିଛି ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

kali puja preparation in puri
କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
author img

By ETV Bharat Odisha Team

Published : Nov 9, 2023, 10:52 PM IST

କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆସୁଛି କାଳୀ ପୂଜା । ଏଥିପାଇଁ ପୁରୀରେ ଜୋରଦାର ଆୟୋଜନ ଚାଲିଛି । କାଳୀ ପୂଜା ଆୟୋଜନ ନେଇ ଶ୍ରୀକ୍ଷେତ୍ର ରହିଛି ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ରବିବାର 12 ତାରିଖରୁ ଆରମ୍ଭ ହେବ କାଳୀ ପୂଜା । ତେବେ ଏଥିପାଇଁ ଶ୍ରୀକ୍ଷେତ୍ର ମଧ୍ଯ ଚଳଚଞ୍ଚଳ ହୋଇପଡ଼ିଲାଣି । ବିଭିନ୍ନ ପୂଜା ମଣ୍ଡପ ଓ ଦେବୀ ପୀଠ ଗୁଡ଼ିକରେ କାଳୀ ପୂଜା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ପୂଜା ମଣ୍ଡପ ଗୁଡ଼ିକରେ ମୂର୍ତ୍ତି ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଚାଲୁ ରହିଛି । ତୋରଣ ନିର୍ମାଣ ମଧ୍ଯ ଜାରି ରହିଛି ।

କିଭଳି ସଫଳ ଭାବେ ପୂଜା ଆୟୋଜନ ହୋଇପାରିବ ସେଥିପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଲାଗି ପଡିଛନ୍ତି । ପୁରୀରେ ଅନେକ ପୂଜା ମଣ୍ଡପରେ କାଳୀପୂଜା ଅନୁଷ୍ଠିତ ହେଉଥିବାବେଳେ ବଡ ଶଙ୍ଖ ପୂଜା କମିଟି ପକ୍ଷରୁ ହେଉଥିବା ପୂଜାର ବିଶେଷ ଆକର୍ଷଣ ରହିଛି । ଏଠାରେ ସୁନ୍ଦର ତୋରଣ ସହ ରଙ୍ଗୀନ ଆଲୋକରେ ମଣ୍ଡପକୁ ସୁୁସଜ୍ଜିତ କରାଯାଇଥାଏ । ସେହିପରି ବିଧି ଅନୁଯାୟୀ ପୁଜା ଅନୁଷ୍ଠିତ ହୋଇଥାଏ । ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଇଥାଏ ।

ଏହା ବି ପଢନ୍ତୁ...କାଳୀପୂଜା ପାଇଁ ବସିଲା ପ୍ରସ୍ତୁତି ବୈଠକ, ସୁରୁଖୁରୁରେ ମା'ଙ୍କ ପୂଜା ଶେଷ କରିବାକୁ ନିଷ୍ପତ୍ତି

ତିନି ଦିନ ଧରି ଶଙ୍ଖୁଡ଼ି ଭୋଗ ତଥା ମାଛ ଭୋଗ ଲାଗି କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ । ବେଶ ଆଡମ୍ବର ସହକାରେ ବଡ ଶଙ୍ଖ ପୂଜା କମିଟି ପକ୍ଷରୁ କାଳୀ ପୂଜା ପାଳନ କରାଯାଇଥାଏ । ସେପଟେ ଶ୍ରୀକ୍ଷେତ୍ରରେ ଥିବା ଶ୍ୟାମାକାଳୀ, ଦକ୍ଷିଣ କାଳୀ, ରାମଚଣ୍ଡୀ ଆଦି ଦେବୀ ପୀଠ ଗୁଡ଼ିକରେ କାଳୀ ପୂଜା ସ୍ଵତନ୍ତ୍ର ବିଧିରେ ପୂଜା ହୁଏ । କାଳୀ ପୂଜାରେ ଚଣ୍ଡୀପାଠ, ହୋମ ଯଜ୍ଞ ସହ ଶଙ୍ଖୁଡ଼ି ତଥା ଆମିଷ ଭୋଗ ଲାଗି ହୁଏ । ଯାହାକୁ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥାଏ ।

କାଳୀପୂଜା ଅମାବାସ୍ୟାରେ ମା' ଶ୍ୟାମାକାଳୀଙ୍କ ମହାକାଳୀ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମା'ଙ୍କ ଦର୍ଶନ ପାଇଁ ଦେବୀ ପୀଠ ଗୁଡ଼ିକରେ ପ୍ରତିବର୍ଷ ଭକ୍ତଙ୍କ ବେଶ୍ ଭିଡ ଜମିଥାଏ । ହାତରେ ଆଉ ମାତ୍ର ଦିନ କେଇଟା ଥିବାବେଳେ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜା ମଣ୍ଡପ ଗୁଡ଼ିକରେ ମୂର୍ତ୍ତି ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଚାଲୁ ରହିଥିବାବେଳେ ତୋରଣ ନିର୍ମାଣ ମଧ୍ଯ ଜାରି ରହିଛି। ସେପଟେ ମା' କାଳୀଙ୍କ ଆବାହନ ପାଇଁ ଅପେକ୍ଷା କରି ରହିଛନ୍ତି ଭକ୍ତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.