ETV Bharat / state

ରାତିପାହିଲେ କାଳୀ ପୂଜା, ବାଟକାଳୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

କାଳୀ ପୂଜା ଅବସରରେ ପ୍ରସିଦ୍ଧ ବାଟ କାଳୀଙ୍କ ପୀଠରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ଏହି ଅବସରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

kali puja preparation at bata kali temple puri
ରାତିପାହିଲେ କାଳୀ ପୂଜା, ବାଟକାଳୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
author img

By

Published : Oct 23, 2022, 12:53 PM IST

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହି ଅବସରରେ କାଳୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରୀ । ବାଲି ସାହିରେ ଥିବା ପ୍ରସିଦ୍ଧ ବାଟକାଳୀ ମନ୍ଦିରରେ କାଳୀ ପୂଜା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାଳୀ ପୂଜା ଦିନ ମା'ବାଟ କାଳୀଙ୍କ ମହାକାଳୀ ବେଶ ଅନୁଷ୍ଠିତ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାତିପାହିଲେ କାଳୀ ପୂଜା

ପରମ୍ପରା ଅନୁଯାୟୀ ନିଶାର୍ଦ୍ଧରେ ମା' ବାଟ କାଳୀଙ୍କ ପୂଜା ଅନୁଷ୍ଠିତ ହେବ । ମା'ଙ୍କ ଅନେକ ଗୁପ୍ତ ନୀତି ରହିଥାଏ । ତେଣୁ ପୂଜାର୍ଚ୍ଚନା କରି ଚଣ୍ଡୀ ପାଠ ଅନୁଷ୍ଠିତ ହେବ । ସେହିପରି କାଳୀ ପୂଜା ଦିନ ଦେବୀ ବାଟ କାଳୀଙ୍କ ପାଖରେ ନବ ରାତ୍ର ପୂଜା ଅନୁଷ୍ଠିତ ହେବ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ଭକ୍ତମାନେ ମା'ଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ । ତେବେ ଚଳିତ ବର୍ଷ କଟକଣା ନ ଥିବା ହେତୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ବାଟ କାଳୀଙ୍କ ଦର୍ଶନ ପାଇଁ ଆସିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଆସୁଛି କାଳୀପୂଜା, ଦକ୍ଷିଣକାଳୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏନେଇ ମନ୍ଦିର ପୂଜକ କହିଛନ୍ତି,"ପୁରୀ ବାଲିସାହିରେ ଥିବା ମା' ବାଟ କାଳୀ ମନ୍ଦିର ବହୁ ପୁରାତନ ଦେବୀ ମନ୍ଦିର। ମା'ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଆସନ୍ତି । ଏଠାରେ ପ୍ରତିଦିନ କାଳୀଙ୍କ ବାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ରାତିରେ ବଡ ସିଂହାର ବେଶ ଅନୁଷ୍ଠିତ ହେଇଥାଏ । ବାଳଧୂପରେ ବିଭିନ୍ନ ଫଳ, ମଧ୍ୟାହ୍ନ ଧୂପରେ ଖିରି ଭୋଗ ଏବଂ ପ୍ରତ୍ୟେକ ମଙ୍ଗଳବାର ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ ଲାଗି ହୋଇଥାଏ।" ଭକ୍ତଙ୍କର ସବୁ ମନସ୍କାମନା ମା' ପୂରଣ କରୁଥିବା ବିଶ୍ବାସ ରହିଛି । ତେଣୁ ବର୍ଷ ତମାମ ଏଠାକୁ ଭକ୍ତଙ୍କ ସୁଅ ଛୁଟେ। ପୂଜକ ଶ୍ୟାମ ସୁନ୍ଦର ଦାଶ ପରିବାରଙ୍କ ଦ୍ବାରା ମା' ବାଟକାଳୀ ମନ୍ଦିର ପ୍ରତିଷ୍ଠିତ ହୋଇ ଥିବା ବେଳେ ତାଙ୍କ ପରିବାର ଲୋକେ ହିଁ ମା'ଙ୍କ ସେବା ପୂଜା କରୁଥିବା ପୂଜକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.