ETV Bharat / state

ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ଆଜି ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ସନ୍ଧ୍ୟାଧୂପ ନୀତି ସମାପ୍ତି ପରେ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱାର ଠାରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହେବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 11:32 AM IST

Updated : Sep 6, 2023, 8:23 PM IST

ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର
ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର
ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ନନ୍ଦଲାଲାଙ୍କ ଜନ୍ମୋତ୍ସବ ପାଇଁ ଚଳଚଞ୍ଚଳ ରହିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଛି । ଜନ୍ମାଷ୍ଟମୀ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ନୀତି ସମାପ୍ତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ଦ୍ୱାର ଠାରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହେବ । ଭଣ୍ଡାର ଘର ଦ୍ବାର ସାମ୍ନାରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତୋଭଦ୍ର ମଣ୍ଡଳ କରିବେ । ସେଠାରେ ସ୍ୱର୍ଣ୍ଣନିର୍ମିତ କୃଷ୍ଣମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ବିଜେ କରାଯିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବାସୁଦେବ ରୂପରେ ଲୁଗା ଘୋଡ଼ି ହୋଇ ଜନ୍ମଚକଡ଼ାରେ ଜନ୍ମବିଧି ସଂପାଦନ କରିବେ । ନାଭିକଟା ମଣ୍ଡପରେ ନବଜାତ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାଭି ଛେଦନ କରାଯିବ । ଆସନ୍ତାକାଲି(ଗୁରୁବାର) ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଲୀଳା ପାଳିତ ହେବ ।

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତିକାନ୍ତି: ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ତିଥିରେ ସନ୍ଧ୍ୟାଧୂପ ବଢ଼ିବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରିଦିଆଯାଇ ଭିତର କାଠ ନିକଟରେ ଟେରା ବନ୍ଧାଯାଇ ଅଣସର ପିଣ୍ଡିକୁ ଜେଉଟ ଭୋଗ ଛେକରେ ଅଣାଯାଏ । ସୁଖ ପ୍ରସବ ପାଇଁ ଜେଉଟ ହେଉଛି ଏକପ୍ରକାର ଖଟା ଭୋଗ । ଭୋଗ ପରେ ତିନି ଠାକୁରଙ୍କ ଠାରେ ବନ୍ଦାପନା ହୁଏ ଓ ମହାପ୍ରଭୁଙ୍କର ସୁଖ ପ୍ରସବ ପାଇଁ ଅଧିକ ଗୋଟିଏ ବନ୍ଦାପନା ହୋଇଥାଏ । ଅଷ୍ଟମୀ ତିଥିରେ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ନୀତି ସମାପ୍ତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ଦ୍ୱାର ଠାରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥାଏ । ଭିତରେ ପାଣି ପଡ଼ି ପୋଛାଯାଇ ପରିଷ୍କାର କରାଯିବା ପରେ ପୂଜାପଣ୍ଡା ସେଠାରେ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତୋଭଦ୍ର ମଣ୍ଡଳ କରନ୍ତି ।

ଏହାମଧ୍ୟ ପଢନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ସେବକ ଜନ୍ମ ଚକଡ଼ାରେ ବସି ସଂକଳ୍ପ ପାଠପୂର୍ବକ ବରୁଣ ପୂଜା କରନ୍ତି । କୃଷ୍ଣଜନ୍ମପଟି ଓ ରୁପା ପଦ୍ମପାଖୁଡ଼ା ଏହି ମଣ୍ଡଳ ଉପରେ ରଖାଯାଏ । ଏଥିରେ ଥିବା ୯ଟି ପାଖୁଡ଼ାରେ ୮ ମୂର୍ତ୍ତି ଯଥା– ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର ଓ ଗାର୍ଗବ ଋଷି ଲେଖାଥାଏ । ନବମ ମଣ୍ଡଳ ଉପରେ ଏକ ସ୍ୱର୍ଣ୍ଣନିର୍ମିତ କୃଷ୍ଣମୂର୍ତ୍ତି ରଖାଯାଏ । ଏହି ମଣ୍ଡଳ ଉପରେ ଚିତ୍ରକର ଦେଇଥିବା କୃଷ୍ଣଜନ୍ମପଟି ସଂସ୍କାର ପୂର୍ବକ ସ୍ଥାପନା କରାଯାଇ ନଅଗୋଟି ବିଗ୍ରହଙ୍କ ଠାରେ ନଅଗୋଟି ପନ୍ତି ଭୋଗ କରାଯାଏ ଓ ଅନ୍ୟାନ୍ୟ ବିଧି ସଂପନ୍ନ ହେବା ପରେ ଦକ୍ଷିଣ ଘରୁ ବିଜେପ୍ରତିମା ମଦନମୋହନଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଏ ।

ଆଜ୍ଞାମାଳ ପ୍ରାପ୍ତି ପରେ ମହାଜନ ସେବକମାନେ ଠାକୁରଙ୍କୁ ଜନ୍ମ ଚକଡ଼ାରେ ବିଜେ କରାନ୍ତି । ଏହି ସ୍ଥାନରେ ପ୍ରତିମାକୁ ଦେବକୀଙ୍କ ଗର୍ଭସ୍ଥ ଶ୍ରୀକୃଷ୍ଣ କଳ୍ପନା କରାଯାଇ ତାଙ୍କ ନିକଟରେ ଷୋଡ଼ଶୋପଚାର ବିଧିରେ ଶୀତଳ ଭୋଗ ମଣୋହି କରାଯାଇଥାଏ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ରୂପରେ ଲୁଗା ଘୋଡ଼ିହୋଇ ଜନ୍ମଚକଡ଼ାରେ ଜନ୍ମବିଧି ସଂପାଦନ କରନ୍ତି । ଏହାପରେ ନବଜାତକଙ୍କୁ ପ୍ରସାଦ ଲାଗି କରାଯାଇ ଦୁଧ, ଲହୁଣୀ ଓ ଗଣ୍ଡୁଷ ,ମସଲା ସମର୍ପଣ କରାଯାଏ । କର୍ପୂର ଆଳତି ପରେ ମଦନମୋହନ ଏକ ରୁପା ଥାଳିରେ ଶୟନପୂର୍ବକ ମହାଜନଙ୍କ ହାତରେ ବିଜେ ହୋଇ ବିନା ଘଣ୍ଟ, ଛତା, କାହାଳୀ ଓ ବାଜାରେ ସରସ୍ୱତୀଙ୍କ ମନ୍ଦିର ଆଡ଼କୁ ଯାତ୍ରା କରନ୍ତି ।

ଦୁଇଜଣ ସେବକ ଦେବକୀ ଓ ବସୁଦେବ ବେଶରେ ନବଜାତକ ସହିତ ଯାତ୍ରା କରିଥାନ୍ତି । ସରସ୍ୱତୀ ମନ୍ଦିର ନିକଟକୁ ଯମୁନା ନଦୀ କୁହାଯାଇଥାଏ । ବେହେରା ଖୁଣ୍ଟିଆ ସେବକ ଠାକୁରଙ୍କ ମସ୍ତକ ଉପରେ ସପ୍ତଫେଣା ବାସୁକୀର ପ୍ରତିମୂର୍ତ୍ତି ଧରି ଚାଲିଥାଏ । ବାଟରେ ଉଗ୍ରସେନ ବେଶରେ ଅନ୍ୟ ଜଣେ ପୂଜାପଣ୍ଡା ସେବକ ଠାକୁରଙ୍କ ନିକଟରେ ଦଣ୍ଡ ପ୍ରଣାମ କରନ୍ତି । ସରସ୍ୱତୀଙ୍କ ମନ୍ଦିର ନିକଟରେ ପ୍ରସାଦଲାଗି ଓ ବନ୍ଦାପନା ପରେ ଘଣ୍ଟ, ଛତା ଓ ବାଜା ପଟୁଆର ସହିତ ବିଜେ ଠାକୁର ନାଭିକଟା ମଣ୍ଡପରେ ବିଜେ କରନ୍ତି । ସେତିକିବେଳେ ଦକ୍ଷିଣ ଘରୁ ରାମ ଓ କୃଷ୍ଣଙ୍କୁ ନନ୍ଦ ଓ ଉପନନ୍ଦ ଜ୍ଞାନରେ ଶେଯରେ ବିଜେ କରାଯାଏ । ସେଠାରେ ନବଜାତକ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାଭି ଛେଦନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ବିଧିବିଧାନ ଅନୁସାରେ ମାନବୀୟ ଲୀଳା କ୍ରମରେ ସଂପନ୍ନ ହୁଏ ।

ପରଦିନ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଲୀଳା ପାଳିତ ହୁଏ । ଉତ୍ସବର ଅଂଶସ୍ୱରୂପ ରାମ, କୃଷ୍ଣ ଓ ମଦନମୋହନ ଦୋଳିକୁ ବିଜେ ହେବା ପରେ ଷଷ୍ଠୀ ମାର୍କଣ୍ଡି ପୂଜା ହୋଇ ଛେକ ଆସି ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୁଏ । ପରେ ପରେ ସାତ ପାହାଚ ଠାରେ ‘ବିଜୁଳି କନ୍ୟା’ ନୀତି ସଂପନ୍ନ କରାଯାଏ । କେତେକ ବିଧି ସମାପ୍ତିରେ ସରସ୍ୱତୀଙ୍କ ମନ୍ଦିର ନିକଟରେ ନନ୍ଦରାଜାଙ୍କ ଦ୍ୱାରା ଗୋଦୋହନ ନୀତି ହୁଏ । ଏହି ଦିନ ନିକଟସ୍ଥ ମଙ୍ଗଳା ନଦୀକୁ ଯମୁନା ଜ୍ଞାନ କରାଯାଇ ସେଠାରେ ଯମୁନା ଗାଧୁଆ, ମେଳା ଓ ମେଣ୍ଢା ଲଢ଼େଇ ଆଦି ଆନନ୍ଦ ଉତ୍ସବ ଅନୁଷ୍ଠିତ ହୁଏ ।

ଶ୍ରୀକୃଷ୍ଣ ଅବତାରର ଲୀଳା ଓ ବେଶ ଆଦି ଶ୍ରୀମନ୍ଦିରରେ ଭାଦ୍ର କୃଷ୍ଣ ସପ୍ତମୀ ଠାରୁ ଆରମ୍ଭ କରି ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଶ୍ରାବଣ କୃଷ୍ଣ ସପ୍ତମୀ ଦିନ ଜେଉଟଭୋଗ, ଅଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ, ନବମୀରେ ନନ୍ଦୋତ୍ସବ, ଦଶମୀରେ ତିନି ଠାକୁରଙ୍କର ବଣଭୋଜି ବେଶ, କୋଳିବିକା, ବକାସୁର ବଧ ଓ ଅର୍ଘାସୁର ବଧ, ଏକାଦଶୀ ଦିନ ଶ୍ରୀଜିଉଙ୍କର କାଳୀୟଦଳନ ବେଶ, ମାର୍କଣ୍ଡରେ କାଳୀୟଦଳନ ଓ ଧେନୁକାସୁର ବଧ ନୀତି, ଦ୍ୱାଦଶୀ ଦିନ ଠାକୁରମାନଙ୍କର ପ୍ରଳମ୍ବାସୁର ବଧ ବେଶ ଓ ନୀତି, ତ୍ରୟୋଦଶୀ କୃଷ୍ଣ ବଳରାମ ବେଶ, ଅମାବାସ୍ୟା ଦିନ ବସ୍ତ୍ରହରଣ ନୀତି, ପ୍ରତିପଦାରେ ଦାବାଗ୍ନି, ଦ୍ୱିତୀୟା ନିକୁଞ୍ଜ, ତୃତୀୟାରେ ଅନ୍ଧଲୀଳା, ପଞ୍ଚମୀରେ ଦାହଲୀଳା, ଷଷ୍ଠୀ ଦିନ ବିମ୍ବାସୁର ବଧ, ସପ୍ତମୀ ଦିନ କେଶୀ ବଧ, ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ଲବଣିଖିଆ, ମଥୁରାହାଟ ଯୁର ଓ କଂସ ବଧ ଆଦି ନୀତି ଓ ବେଶ ପାରମ୍ପରିକ ରୀତିରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଏହିସବୁ ଅଭିନୟ ଓ ପ୍ରସ୍ତାବ ଆଦି ଶ୍ରୀକ୍ଷେତ୍ରର ବିଭିନ୍ନ ସାହି କମିଟି ତରଫରୁ ଆୟୋଜିତ ହୋଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ ଓ ଲୀଳା ଅଭିନୟ ଦେଖିବା ପାଇଁ ଏହି ଦିନମାନଙ୍କରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Sep 6, 2023, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.