ETV Bharat / state

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା; ମନ୍ଦିର-ମସଜିଦ ନିର୍ମାଣ ପାଇଁ ଦେବ ଆର୍ଥିକ ସହାୟତା

ପୁରୀର ସମାଜିକ ସଙ୍ଗଠନ 'ଜଗନ୍ନାଥ ସେନା' ପକ୍ଷରୁ ଅଯୋଧ୍ୟାରେ  ରାମ ମନ୍ଦିର ଓ ମସଜିଦ ନିର୍ମାଣ ନେଇ ଜଗନ୍ନାଥ ସେନା କର୍ମକର୍ତ୍ତା ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ, ଶ୍ରୀମନ୍ଦିରରେ ଦୁଇ ଖଣ୍ଡ ପଥର ପୂଜା କରି ପୁରୀରୁ ଅଯୋଧ୍ୟାକୁ  ଯାତ୍ରା କରିଛନ୍ତି।

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା
author img

By

Published : Nov 20, 2019, 3:18 PM IST

ପୁରୀ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରଖିବା ଉଦେଶ୍ୟରେ ନିୟାରା ପ୍ରୟାସ କରିଛି ପୁରୀର ସମାଜିକ ସଙ୍ଗଠନ 'ଜଗନ୍ନାଥ ସେନା' । ଅଯୋଧ୍ୟାରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ନେଇ ଜଗନ୍ନାଥ ସେନା କର୍ମକର୍ତ୍ତା ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ, ଶ୍ରୀମନ୍ଦିରରେ ଦୁଇ ଖଣ୍ଡ ପଥର ପୂଜା କରି ପୁରୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି।

ଜଗନ୍ନାଥ ସେନା ପକ୍ଷରୁ ରାମଲାଲା ନ୍ୟାସକୁ 1 ଲକ୍ଷ ଏକ ଟଙ୍କା ଓ ସୁନି ୱାକଫ ବୋର୍ଡକୁ 1 ଲକ୍ଷ ଏକ ଟଙ୍କାର ଚେକ ମଧ୍ୟ ପ୍ରଦାନ କରିବେ। ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେନା ସ୍ବାଗତ କରିଥିବା ବେଳେ ସମସ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ଭାଇଚାରା ବଜାୟ ରଖିବାକୁ ଜଗନ୍ନାଥ ସେନା ଆହ୍ବାନ ଦେଇଛି।

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା

ସେନା ପକ୍ଷରୁ କୁହାଯାଇଛି ଯେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ସବୁ ଧର୍ମର ଠାକୁର। ଦାସିଆ ବାଉରୀ ଯେଭଳି ଭକ୍ତ ସେହିପରି ସାଲ ବେଗ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ। ମହାପ୍ରଭୁ ଜଗତର ଠାକୁର। ତାଙ୍କ ଆଗରେ ସମସ୍ତେ ସମାନ। ଏହି ଭାଇଚାରାର ବାର୍ତ୍ତାକୁ ପ୍ରଭୁ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ସେନା ଅଯୋଧ୍ୟା ନେଇ ଯାଉଥିବା ବେଳେ ଏହା ସାରା ବିଶ୍ବବାସୀଙ୍କୁ ରାମ ଓ ରହିମ ଏକ ବୋଲି ବାର୍ତ୍ତା ଦେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଯୋଧ୍ୟା ଯାତ୍ରାBody:ପୁରୀ ର ସାମାଜିକ ସଂଗଠନ ଜଗନ୍ନାଥସେନା ସାରା ଭାରତ ରେ ସବୁ ଧର୍ମ,ଜାତି ମଧ୍ୟ ରେ ଏକତା , ଭାଇଚାରା ବଜାୟ ରଖିବା ଉଦେଶ୍ୟ ରେ ଏକ ନିଆରା ପ୍ରୟାସ କରିଛି। ଅଯୋଧ୍ୟା ରେ ରାମ ମନ୍ଦିର ନିର୍ମାଣ ଓ ମୁସଲିମ ଭାଇ ମାନଙ୍କ ର ମସଜିଦ ନିର୍ମାଣ ନେଇ ଶ୍ରୀମନ୍ଦିର ରୁ ପଥର , ମହାପ୍ରଭୁଙ୍କ ଆଜ୍ଞା ମାଳ ନେଇ ଜଗନ୍ନାଥ ସେନା କର୍ମକର୍ତା ଆଜି ପୁରୀ ରୁ ଅଯୋଧ୍ୟା ଯାତ୍ରା କରିଛନ୍ତି। ଜଗନ୍ନାଥ ସେନା ପକ୍ଷରୁ ମଧ୍ୟ ରାମଲାଲା ନ୍ୟାସ କୁ ଏକ ଲକ୍ଷ ଏକ ଟଙ୍କା ଓ ସୁନି ବାକଫ ବୋର୍ଡ କୁ ଏକ ଲକ୍ଷ ଏକ ଟଙ୍କା ର ଚେକ ମଧ୍ୟ ପ୍ରଦାନ କରିବେ। ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ପ୍ରଭୂ ଜଗନ୍ନାଥ ହେଉଛନ୍ତି ସବୁ ଧର୍ମ ର ଠାକୁର। ଦାସିଆ ବାଉରୀ ଯେଭଳି ଭକ୍ତ ସେହିପରି ସାଲ ବେଗ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଭକ୍ତ। ମହାପ୍ରଭୁ ଜଗତର ଠାକୁର। ତାଂକ ଆଗରେ ସମସ୍ତେ ସମାନ। ଏହି ଭାଇ ଚାରା ର ବାର୍ତା କୁ ପ୍ରଭୂ ଜଗନ୍ନାଥ ଙ୍କ ଧାମ ଶ୍ରୀକ୍ଷେତ୍ର ରୁ ଜଗନ୍ନାଥ ସେନା ଅଯୋଧ୍ୟା ନେଇ ଯାଉଛି। ଯାହାକି ସାରା ବିଶ୍ୱ ବାସୀ ଙ୍କୁ ବାର୍ତା ଦେଇଛି ରାମ ଓ ରହିମ ହେଉଛନ୍ତି ଏକ। ଦୁଇ ସମ୍ପ୍ରଦାୟ ଭିତରେ ଭାଇଚାରା ରଖିବା ଉଦେଶ୍ୟ ରେ ଏଭଳି ନିଆରା କାର୍ଯ୍ୟକ୍ରମ ଜଗନ୍ନାଥ ସେନା କରିଥିବା କହିଛି। ସେହିପରି ଅଯୋଧ୍ୟା କୁ ସୁପ୍ରିମକୋର୍ଟ ଦେଇ ଥିବା ରାୟ କୁ ଜଗନ୍ନାଥ ସେନା ସ୍ୱାଗତ କରିଛି। ସମସ୍ତେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କୁ ମାନି ଭାଇଚାରା ରେ ରହିବାକୁ ଜଗନ୍ନାଥ ସେନା ଆହ୍ୱାନ ଦେଇଛି।

ବାଇଟ,, ପ୍ରିୟ ଦର୍ଶନ ପଟ୍ଟନାୟକ,, ଆବାହକ,, ଜଗନ୍ନାଥ ସେନା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.