ETV Bharat / state

ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ପ୍ରକାଶିତ ନୀତିକୁ ନେଇ ଦ୍ଵନ୍ଦ

author img

By

Published : Oct 31, 2022, 7:04 PM IST

ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ଗ୍ରହଣ ମୋକ୍ଷ । ଅଧିକ ପଢନ୍ତୁ

ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ପ୍ରକାଶିତ ନୀତିକୁ ନେଇ ଦ୍ଵନ୍ଦ
ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ପ୍ରକାଶିତ ନୀତିକୁ ନେଇ ଦ୍ଵନ୍ଦ

ପୁରୀ: ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏନେଇ ଶ୍ରୀମନ୍ଦିର ପ୍ରକାଶିତ ନୀତିକୁ ନେଇ ଦ୍ଵନ୍ଦ । ଏହି ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ । ଚନ୍ଦ୍ରଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ । ଏଣୁ ବିଧି ଅନୁଯାୟୀ ସେହି ଦିନ ସୂର୍ଯ୍ୟୋଦୟରୁ ପାକତ୍ୟାଗ ହେବ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଇ ଉଠିଛି ଦ୍ବନ୍ଦ ଏବଂ ବିବାଦ‌ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ଚନ୍ଦ୍ରଗ୍ରହଣ ପାକତ୍ୟାଗ ସମୟ ୮ଟା ୨୯ ମିନିଟ ୧୪ ସେକେଣ୍ଡ ରହିଛି । ଏଣୁ ଏଭଳି ସୂଚନାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକାରେ ମୁଦ୍ରଣ ଜନିତ ତୃଟି ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ଏହି ତୃଟିକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପାକତ୍ୟାଗ ବିଧାନକୁ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ପୁନର୍ବାର ନୀତି ଅନୁମୋଦନ କରାଯାଇ ସଂଶୋଧନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେହିପରି ଲୋକମାନେ ବିଭ୍ରାନ୍ତ ନେବାକୁ କୁହାଯାଇଛି ।

ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣକୁ ନେଇ ମଧ୍ୟ ବିଭିନ୍ନ ରାଶି ଉପରେ ରହିଛି ଶୁଭ ଓ ଅଶୁଭ ପ୍ରଭାବ । ଗଣନାକାରୀଙ୍କ ସୂଚନା ଅନୁସାରେ ଚନ୍ଦ୍ରଗ୍ରହଣ ଦିନ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ଏହି ୬ଟି ରାଶିଙ୍କ ଗ୍ରହଣ ଦର୍ଶନ ଉପରେ ଅଶୁଭ ପ୍ରଭାବ ରହିଛି ।

ଶ୍ରୀମନ୍ଦିର ନୀତି କାନ୍ତିକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀ ବିଭିନ୍ନ ପୂଜା ପର୍ବାଣୀ ସହ ବିଧି ବିଧାନ ପାଳନ କରିଥାନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ପଞ୍ଜିକାରେ ଚନ୍ଦ୍ରଗ୍ରହଣର ବିଧି ପାଳନରେ ତୃଟି ଥିବା ଜଣା ପଡିବା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଏଭଳି ଗୁରୁତର ତୃଟି ଯେଭଳି ନ ହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।‌

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, " ଗଣନାକାରୀମାନେ ଠିକ ଅଛନ୍ତି । ମନ୍ଦିରରେ ପ୍ରଚଳିତ ପାଞ୍ଜୀ ମଧ୍ୟ ଠିକ ଅଛି । କିନ୍ତୁ ତାଙ୍କର ପ୍ରିଣ୍ଟିଂ ଭୁଲ ହୋଇଥାଇ ପାରେ କିମ୍ବା ତାଙ୍କର ଯେଉଁ ପାଳକ ପୃଷ୍ଠା ଥାଏ ସେଥିରେ ଭୁଲ ଥାଇ ପାରେ । ଗଣନା ଅନୁଯାୟୀ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ପାକତ୍ୟାଗ ହେବ । ପୁରୀ କୁ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ । ଏନେଇ ମନ୍ଦିରର ନୀତି ସେହି ଅନୁସାରେ କରାଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.