ETV Bharat / state

ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ନିମନ୍ତ୍ରଣ ଯାତ୍ରା; ପ୍ରଥମେ ପ୍ରଭୁ ଲିଙ୍ଗରାଜ ନିମନ୍ତ୍ରିତ

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ଯାତ୍ରା ଆରମ୍ଭ । ଭାରତ ବର୍ଷର ପ୍ରମୁଖ ମଠ, ମନ୍ଦିର ଓ ମାନଗଣ୍ୟ ବ୍ୟକ୍ତିଙ୍କୁ କରାଯିବ ନିମନ୍ତ୍ରଣ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 26, 2023, 11:07 AM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ନିମନ୍ତ୍ରଣ ଯାତ୍ରା

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ଭବ୍ୟ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାରା ଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଧର୍ମପୀଠ, ମନ୍ଦିରକୁ ନିମନ୍ତ୍ରଣ କରାଯିବ । ଏନେଇ ଆଜିଠାରୁ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଛି । ବଡଦାଣ୍ଡରେ ଥିବା ନିଳାଦ୍ରୀ ଭକ୍ତ ନିବାସରୁ ନିମନ୍ତ୍ରଣ ଯାତ୍ରା ଆରମ୍ଭ କରାଯାଇଛି । ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନେଇ ଗଠିତ ସ୍ଵତନ୍ତ୍ର ଟିମ୍ ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ।

ପ୍ରଥମେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଯାଇ ସେଠାରେ ଲିଙ୍ଗରାଜ ଠାକୁରଙ୍କୁ ନିମନ୍ତ୍ରଣ କରାଯିବ । ଦ୍ବିତୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହାପରେ ଉକ୍ତ ଟିମ୍ ନିମନ୍ତ୍ରଣ ପାଇଁ ରାଜ୍ୟ ସମେତ ସାରା ଦେଶର ବିଭିନ୍ନ ଧର୍ମପୀଠ, ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ୧୩ଟି ଟିମ୍ ଓ ଦେଶ ଭ୍ରମଣ ପାଇଁ ୧୭ଟି ଟିମ୍ ଗଠନ ହେଇଛି । ମୋଟ ୩୦ଟି ଟିମ୍ ନିମନ୍ତ୍ରଣ ଯାତ୍ରା କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସହିତ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ କରାଯିବ । ସେହିପରି ଦେଶରେ ଥିବା ବିଭିନ୍ନ ପ୍ରମୁଖ ଧର୍ମପୀଠ, ଧର୍ମ ଗୁରୁଙ୍କୁ ନିମନ୍ତ୍ରଣ କରାଯିବ । ସବୁ ନିମନ୍ତ୍ରଣ ଟିମ୍ ସହିତ ନୋଡାଲ ଅଫିସର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟମ; ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଆଜି ସକାଳୁ ଧାର୍ଯ୍ୟ ହୋଇଥିବା ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କରାଯିବା ପରେ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବରିଷ୍ଠ ସେବାୟତମାନେ ଉପସ୍ଥତ ରହି ନିମନ୍ତ୍ରଣ ଯାତ୍ରାର ଶୁଭାରମ୍ଭ କରିଥଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମହାପ୍ରଭୁ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରାଯିବ । ଏଥିରେ ସବୁ ଦିଗକୁ ଧ୍ୟାନ ଦିଆଯାଇ ସ୍ମରଣୀୟ କରାଯିବ । ପ୍ରଥମେ ବିଭିନ୍ନ ଧର୍ମପୀଠକୁ ନିମନ୍ତ୍ରଣ ପରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ । ତେବେ ନିମନ୍ତ୍ରଣ ପାଇଁ ସ୍ଵତନ୍ତ୍ର କିଟ୍ ହୋଇଠି । କିଟ୍‌ରେ ଏକ ସୁନ୍ଦର ନିମନ୍ତ୍ରଣ ପତ୍ର ସହ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଲାଗି କପଡା, ମହାପ୍ରସାଦ, ତୁଳସୀ, ପରିକ୍ରମା ମାର୍ଗର ତଥ୍ୟ ଥିବା ଏକ ପୁସ୍ତକ ରହିଛି । ମହାପ୍ରଭୁଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.