ETV Bharat / state

ଶପଥ ନେବେ ମୋଦି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ମାନସ ସାହୁ

ପ୍ରଧାନମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ମୋଦି । ଏନେଇ ତାଙ୍କ ପାଖକୁ ଛୁଟିବ ଶୁଭେଚ୍ଛାର ସୁଅ ।

author img

By

Published : May 30, 2019, 7:01 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦେଶ ବିଦେଶରୁ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମୋଦିଙ୍କ ବିପୁଳ ବିଜୟ ପରେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସଭିଏଁ ମୋଦିଙ୍କୁ ଜଣାଉଛନ୍ତି ଅଭିନନ୍ଦନ । ବିଶ୍ବର ସବୁଠାରୁ ବଡ ଗଣତନ୍ତ୍ରର ପୁନଃପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ମୋଦି । ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇ ପୁରୀର ସୁନେଲୀ ବେଳାଭୂମି ଉପରେ 20 ଫୁଟ ବିଶିଷ୍ଟ ଏହି ବାଲୁକା କଳାରେ ମାନସ ସଂସଦ ସହ ମୋଦିଙ୍କ ଚିତ୍ରକୁ ସ୍ଥାନ ଦେଇଛନ୍ତି । ଏହାସହ ମାନସ ତାଙ୍କ ବାଲୁକା କଳାରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘‘ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଇଂନିସ ପାଇଁ ଆପଣଙ୍କୁ ଅନେକ ଶୁଭେଚ୍ଛା’’।

ତେବେ ମୋଦିଙ୍କ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବକୁ ସଭିଙ୍କ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.