ETV Bharat / state

ହ୍ୟାଣ୍ଡବଲ ଖେଳି ଦେଶ ପାଇଁ ଆଣିଥିଲେ ଗୌରବ, ଆଜି ସାଜିଛନ୍ତି ସିକ୍ୟୁରିଟି ଗାର୍ଡ୍ - ଅନ୍ତର୍ଜାତୀୟ ଖେଳାଳି ଏବେ ସିକ୍ୟୁରିଟି ଗାର୍ଡ

ହ୍ୟାଣ୍ଡବଲ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା, ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଚମ୍ପିୟାନସିପରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଖେଳାଳି ଆଜି ପାଲଟି ଯାଇଛନ୍ତି ସିକ୍ୟୁରିଟି ଗାର୍ଡ । ଅଧିକ ପଢନ୍କତୁ

Etv Bharat
Etv Bharat
author img

By

Published : Jan 16, 2023, 5:06 PM IST

handball player working as security guard in puri

ପୁରୀ: ଅନ୍ତର୍ଜାତୀୟ ଖେଳାଳି ଏବେ ସିକ୍ୟୁରିଟି ଗାର୍ଡ । ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ଦେଶ ପାଇଁ ଗୌରବ ଆଣିଥିବା ହ୍ୟାଣ୍ଡବଲ ଖେଳାଳି ଏବେ ରାତି ଜଗୁଆଳି । କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଆମେ କହୁଛୁ ପୁରୀର ଆକାଶ କୁମାର ପଟ୍ଟନାୟକଙ୍କ କଥା। 2019ରେ ଆକାଶ ଭାରତୀୟ ହ୍ୟାଣ୍ଡବଲ ଟିମ୍‌ର ସଦସ୍ୟ ହୋଇ ଉଜବେକିସ୍ଥାନର ତାସକେଣ୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଚମ୍ପିଆନସିପରେ ଭାରତକୁ ରୌପ୍ୟ ପଦକ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ। ସେତେବେଳେ ଏହି ସଫଳତା ପାଇଁ ତାଙ୍କୁ ନେତା ମନ୍ତ୍ରୀଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା । ହେଲେ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଥିବା ଆକାଶଙ୍କୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଯେମିତି ଭୁଲି ଯାଇଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ଦେଶ ପାଇଁ ସଫଳତା ଆଣିଥିବା ଖେଳାଳିଙ୍କୁ ସରକାର ଚାକିରି ସହ ବିଭିନ୍ନ ସହାୟତା ଦେଉଥିବା ବେଳେ ଓଡ଼ିଶା ସରକାର କିନ୍ତୁ ଆକାଶଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଦିନେ ଦେଶ ପାଇଁ ସୁନାମ ଆଣିଥିବା ଆକାଶ ଏବେ ନିଜ ପରିବାର ପେଟରେ ଦାନା ପାଇଁ ସିକ୍ୟୁରିଟି ଗାର୍ଡ କାର୍ଯ୍ୟକୁ ଆପଣାଇ ନେଇଛନ୍ତି । ସବୁଠୁ ଦୁଃଖର ବିଷୟ ଆକାଶ କହିଛନ୍ତି ଦେଶ ପାଇଁ କ୍ରୀଡା ଖେଳି ତାଙ୍କ ଭଳି ଆଉ କେହି ହୀନସ୍ତା ନହୁଅନ୍ତୁ ।

ଆକାଶ ପଟ୍ଟନାୟକ ପିଲାଟି ଦିନରୁ ଦେଶ ପାଇଁ ସୁନାମ ଆଣିବାକୁ ଜୀବନର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ 2012 ମସିହାରେ ହ୍ୟାଣ୍ଡବଲ ଖେଳକୁ ନିଶା ଓ ପେଶା ରୂପେ ଗ୍ରହଣ କରିଥିଲେ। ପରେ ସେ ଜିଲ୍ଲା, ରାଜ୍ୟ ପାଇଁ ଖେଳି ସଫଳ ହେବା ପରେ ଭାରତୀୟ ହ୍ୟାଣ୍ଡବଲ ଟିମ୍‌ରେ ସ୍ଥାନ ପାଇ ଅନ୍ତର୍ଜାତୀୟ ଚମ୍ପିଆନ୍‌ସିପ୍‌ ଖେଳି ଦେଶକୁ ରୌପ୍ୟ ପଦକ ଦେଇଥିଲେ । ହେଲେ ଅର୍ଥ ଅଭାବରୁ ଆକାଶ ସଠିକ ଅଭ୍ୟାସ କରି ପାରୁ ନଥିବା ବେଳେ ଆଉ ସେ ଦେଶ ପାଇଁ ଖେଳି ପାରିବେ କି ନାହିଁ ସେନେଇ ଏବେ ଆଶଙ୍କାରେ ଅଛନ୍ତି ।

ଏହାକୁ ନେଇ ଆକାଶ କହିଛନ୍ତି, "ଓଡ଼ିଶା ସରକାର ରାଜ୍ୟରେ ବିଶ୍ୱକପ୍ ହକି ଆୟୋଜନ ପାଇଁ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ କ୍ରୀଡା ପ୍ରତି କେତେ ଆନ୍ତରିକତା ରହିଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ହକି କ୍ରୀଡା ଗୁରୁତ୍ଵ ନଦେଇ ସବୁ କ୍ରୀଡ଼ାର ବିକାଶ ଦିଗରେ ଆଗେଇ ଆସିବା ଉଚିତ। ଏହା ଦ୍ବାରା ରାଜ୍ୟରୁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ମାନର ଖେଳାଳି ବାହାରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ପାରିବେ।"

ସେ ଆହୁରି ମଧ୍ୟ କହିଛନ୍ତି, "ଅନ୍ତର୍ଜାତୀୟ ଖେଳାଳିଙ୍କୁ ସରକାର ଆର୍ଥିକ ସାହାଯ୍ୟ ଏବଂ ସରକାରୀ ଚାକିରି ଯୋଗାଇ ଦେଲେ ଅନେକ ଯୁବକ କ୍ରୀଡାକୁ ଏକ କ୍ୟାରିଅର ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବେ।"

ଆକାଶଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଉପଯୁକ୍ତ ଥଇଥାନ କଲେ ହିଁ ଆଗାମୀ ଦିନରେ ଅନେକ ଯୁବକ କ୍ରୀଡ଼ାକୁ କ୍ୟାରିଅର ପାଇଁ ଅଧିକ ଆକର୍ଷିତ ହେବେ ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । ସେପଟେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ କହିଛନ୍ତି ଯେ, ଆକାଶଙ୍କ ସମସ୍ୟା ସମ୍ପର୍କରେ ସେ ଅବଗତ ନାହାନ୍ତି। ଯଦି ଆକାଶ ତାଙ୍କୁ ଯୋଗାଯୋଗ କରନ୍ତି ସରକାରଙ୍କ ପକ୍ଷରୁ ଥିବା ସହାୟତା ଯୋଗାଇ ଦିଆଯିବ।

ଓଡ଼ିଶା ସରକାର ରାଜ୍ୟ ଖେଳର ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେଉଥିବା ପ୍ରଚାରପ୍ରସାର କରୁଛନ୍ତି । କିନ୍ତୁ କ୍ରୀଡାବିତ୍‌ଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଲେହିଁ ରାଜ୍ୟରେ ଅଧିକରୁ ଅଧିକ କ୍ରୀଡାବିତ ଆଗକୁ ଆସି ଦେଶ ପାଇଁ ଗୌରବ ଆଣିପାରିବେ । କେବଳ କ୍ରୀଡା ବିକାଶ ନାମରେ କେବଳ କୋଟିକୋଟି ଖର୍ଚ୍ଚ ହେଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.