ETV Bharat / state

President to visit odisha: ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ହେଲିପ୍ୟାଡ ସ୍ଥିତି ଅନୁଧ୍ୟାନ କଲେ ବାୟୁସେନା ଅଧିକାରୀ

author img

By

Published : Nov 9, 2022, 1:30 PM IST

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ ହେଲିପ୍ୟାଡ ସ୍ଥିତି ଅନୁଧ୍ୟାନ କଲେ ବାୟୁସେନାର ସ୍ୱତନ୍ତ୍ର 5 ଜଣିଆ ଟିମ୍‌ । ଅଧିକ ପଢନ୍ତୁ

President to visit odisha: ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ହେଲିପ୍ୟାଡ ସ୍ଥିତି ଅନୁଧ୍ୟାନ କଲେ ବାୟୁସେନା ଅଧିକାରୀ
President to visit odisha: ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ହେଲିପ୍ୟାଡ ସ୍ଥିତି ଅନୁଧ୍ୟାନ କଲେ ବାୟୁସେନା ଅଧିକାରୀ

ପୁରୀ: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା 10 ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦେଶର ପ୍ରଥମ ନାଗରିକ ତଥା ମହାମହୀମ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ । ତେବେ ଦ୍ରୋପର୍ଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ ହେଲିପ୍ୟାଡ ସ୍ଥିତି ଅନୁଧ୍ୟାନ କଲେ ବାୟୁସେନାର ସ୍ୱତନ୍ତ୍ର 5 ଜଣିଆ ଅଧିକାରୀ ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବାୟୁସେନାର ଅଧିକାରୀ ପହଞ୍ଚି ହେଲିକପ୍ଟର ଅବତରଣ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ତାଳବଣିଆ ହେଲିପ୍ୟାଡର ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି । ହେଲିକ୍ୟାପ୍ଟର ଅବତରଣ ନେଇ ଅନେକ ବୈଷୟିକ ଦିଗକୁ ନେଇ ଯାଞ୍ଚ କରିଛନ୍ତି । ଏହି କ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ପୁରୀରେ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.