ପୁରୀ: ବଢିଚାଲିଛି ପୁରୀ ଜିଲ୍ଲାରେ ନିଶା ବେପାରୀଙ୍କ ସଂଖ୍ୟା । ଯାହାର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ । ସମୁଦ୍ରକୂଳ ଥାନା ପୋଲିସ ଓ ବାସେଳୀ ସାହି ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ 4 ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।
ବେଆଇନ କଫ ସିରଫ ବିକ୍ରୀ ଅଭିଯୋଗରେ 4 ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏହାସହ ପାଖାପାଖି 100 ବୋତଲ କଫ ସିରଫ ଜବତ କରାଯାଇଛି। କୋରୋନା ମହାମାରୀ ସମୟରେ ବେଆଇନ ଭାବେ ମଦ, କୋରେକ୍ସ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ବିକ୍ରୀ ହେଉଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ମଧ୍ୟ ତତ୍ପର ହୋଇ ଚଢ଼ାଉ ଜାରି ରଖିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ