ETV Bharat / state

ରାଉଳପାଟଣା ଗାଁରୁ ହେଟା ବାଘ ଉଦ୍ଧାର - ହେଟା ବାଘକୁ ଉଦ୍ଧାର କଲା କୋଣାର୍କ ବନଖଣ୍ଡ

ଗାଁ ଭିତରେ ହେଟା ବାଘ । ହେଟା ବାଘକୁ ଦେଖି ଗ୍ରାମବାସୀ ଭୟଭୀତ । ଅଧିକ ପଢ଼ନ୍ତୁ

Hyena rescued
ଗାଁରେ ହେଟା ବାଘ
author img

By

Published : Dec 29, 2022, 11:55 AM IST

ଗାଁରେ ହେଟା ବାଘ

ପୁରୀ: କୋଣାର୍କ ରାଉଳପାଟଣା ଗାଁରୁ ହେଟାବାଘ ଉଦ୍ଧାର । ହେଟା ବାଘକୁ ଉଦ୍ଧାର କଲା କୋଣାର୍କ ବନଖଣ୍ଡ । ଗତକାଲି ସକାଳୁ କୋଣାର୍କ NACର ରାଉଳ ପାଟଣା ଗାଁରେ ପଶିଥିଲା ହେଟାବାଘ । ଗାଁର ଲୋକମାନେ ହେଟାବାଘକୁ ଦେଖି ଭୟଭୀତ ହୋଇଯାଇଥିଲେ । ଏହାପରେ ତୁରନ୍ତ କୋଣାର୍କ ବନଖଣ୍ଡକୁ ଖବର ଦେଇଥିଲେ।

ଖବରପାଇ କୋଣାର୍କ ବନଖଣ୍ଡର 6 ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୩ଘଣ୍ଟା ପରିଶ୍ରମ କରି ହେଟା ବାଘକୁ ଉଦ୍ଧାର କରିଥିଲେ । ହେଟାବାଘର ଅଣ୍ଟାରେ କ୍ଷତଚିହ୍ନ ଥିବା ଦେଖାଦେଇଛି । ହେଟା ବାଘଟିକୁ ପ୍ରଥମେ ପଶୁ ଚିକିତ୍ସା ଅଧିକାରୀ ଚିକିତ୍ସା କରିବା ପରେ କୋଣାର୍କ ରେଞ୍ଜ ଅଫିସରେ ରଖାଯିବ । ସମ୍ପୂର୍ଣ୍ଣ ଭଲ ହୋଇଗଲେ କୋଣାର୍କ ଜଙ୍ଗଲରେ ଛଡାଯିବ ବୋଲି କୋଣାର୍କ ବନକର୍ମଚାରୀ କହିଛନ୍ତି ।

ଅନ୍ୟପକ୍ଷରେ ଗାଁରେ ହେଟା ବାଘ ପଶିବା ପରେ ଗ୍ରାମବାସୀଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ଯଦି କେବେ ଏଭଳି ଆଉ ଏକ ହେଟାବାଘ ପଶି ଆସି କୌଣସି ଅଘଟଣ ଘଟାଏ ତେବେ ପରିସ୍ଥିତି କଣ ହେବ । ଏନେଇ ଗାଁର ପିଲାଛୁଆ ମଧ୍ୟ ଭୟଭୀତ ଅଛନ୍ତି ।

ସେପଟେ ହେଟା ବାଘ ଗାଁରେ ପଶିବା ନେଇ ବନକର୍ମଚାରୀର ମଧ୍ୟ ଚିନ୍ତା ବଢ଼ି ଯାଇଛି । ଏହାକୁ ନେଇ ଗ୍ରାମବାସୀଙ୍କୁ ସତର୍କ କରାଇଛି । ଯଦି ଏଭଳି ଆଉଥରେ ହେଟା ବାଘ ଗାଁକୁ ପଶେ ତାହାଲେ ପରିସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରୁଛି । ସେପଟେ ଏହି ହେଟା ବାଘକୁ ଉଦ୍ଧାର କରିବା ପାଇଁ ବନକର୍ମଚାରୀଙ୍କୁ ଦୀର୍ଘ ୩ ଘଣ୍ଟା ସମୟ ଲାଗିଥିଲା । ତେବେ ବନକର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିବା ପରେ ହେଟାବାଘକୁ ଯନ୍ତାରେ ପୁରାଇଥିଲେ । ସେପଟେ ହେଟାବାଘକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.