ETV Bharat / state

2007 ହାତୀ ଷଡଙ୍ଗୀ ହତ୍ୟାକାଣ୍ଡ ଘଟଣା: 2 ଅଭିଯୁକ୍ତ ଗିରଫ - ପୁରୀ ହାତୀ ଷଡଙ୍ଗୀ ହତ୍ୟାକାଣ୍ଡ

2007 ମସିହା ପୁରୀ ଜିଲ୍ଲା ହାତୀ ଷଡଙ୍ଗୀ ହତ୍ୟାକାଣ୍ଡ ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି । କୋଟରୁ ବେଲ୍ ଅର୍ଡର ନେଇ ବାହାରେ ବୁଲୁଥିବା 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏସପି ଅଖିଳେଶ୍ବର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

2 ଅଭିଯୁକ୍ତ ଗିରଫ
2 ଅଭିଯୁକ୍ତ ଗିରଫ
author img

By

Published : Oct 22, 2020, 9:38 PM IST

ପୁରୀ: ବହୁ ଚର୍ଚ୍ଚିତ ହାତୀ ଷଡଙ୍ଗୀ ହତ୍ୟା ମାମଲାରେ ଆଉ 2 ଜଣ ଗିରଫ । ମାମଲାରେ ସମ୍ପୃକ୍ତ ଥିବା ବାସେଲି ସାହି ଥାନା ଅନ୍ତର୍ଗତ ବାଲି ସ୍କୁଲ ନିକଟର ଗୋପାଳ ଦାସ ଏବଂ ଟାଉନ ଥାନା ଅଧିନ ଧାନକୁଟି ସାହିର ରଞ୍ଜିତ ପଟ୍ଟନାୟକଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ 2007 ମସିହା ଅଗଷ୍ଟ 30 ତାରିଖରେ ବାସେଲି ସାହିର ଅଜୟ କୁମାର ଷଡଙ୍ଗୀ ଓରଫ ହାତୀ ଶ୍ରୀମନ୍ଦିର ପାଖରେ ଥିବା ତାଙ୍କ ଲଜକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ହାତୀ ଷଡଙ୍ଗୀଙ୍କର ମୃତ୍ୟୁ ହୋଇଥିଲା ।

ମାମଲାର ତଦନ୍ତ ପରେ ଜଣେ ଗ୍ୟାଙ୍ଗଷ୍ଟାରଙ୍କ ନିର୍ଦ୍ଦେଶରେ ଅଜୟ ମହାପାତ୍ର, ପ୍ରଫୁଲ୍ଲ ସାହୁ, ନରସିଂହ ମହାପାତ୍ର ଙ୍କ ସମେତ ଗୋପାଳ ଓ ରଞ୍ଜିତ ସାମିଲ ଥିବା ଜଣାପଡିଥିଲା । ସେତବେଳେ ପୋଲିସ 4 ଜଣଙ୍କୁ ଗିରଫ କରି ଥିବାବେଳେ ଗୋପାଳ ରଞ୍ଜିତ ହାଇକୋର୍ଟରୁ ବେଲ୍ ଅର୍ଡର ଆଣି ବାହାରେ ବୁଲୁଥିଲେ । ସେମାନଙ୍କ ବେଲ୍ ଅର୍ଡର ଅବଧି ସରିଯିବା ପରେ ମଧ୍ୟ ସେମାନେ ଫେରାର୍ ରହିଥିଲେ । ଏସପି ଅଖିଳେଶ୍ବର ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏମାନଙ୍କୁ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.