ETV Bharat / state

ହବିଷ୍ୟାଳି ଶିବିରରେ ହବିଷ୍ୟାଳି ଅସୁସ୍ଥ, ହସ୍ପଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Nov 2, 2023, 8:45 AM IST

Updated : Nov 2, 2023, 2:31 PM IST

ବାଗେଡିଆ ଧର୍ମଶାଳାରେ ହୋଇଥିବା ସରକାରି ହବିଷ୍ୟାଳି ଶିବିରରେ ରହୁଥିବା ଜଣେ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

Habisiyali hospitalized after fell ill
ହବିଶ୍ୟାଳି ଅସୁସ୍ଥ
ହବିଷ୍ୟାଳି ଶିବିରରେ ହବିଷ୍ୟାଳି ଅସୁସ୍ଥ

ପୁରୀ: ହବିଶ୍ୟାଳି ଶିବିରରେ ରହୁଥିବା ଜଣେ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅତ୍ୟଧିକ ଔଷଧ ସେବନ କରିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅସୁସ୍ଥ ହବିଷ୍ୟାଳି ଜଣକ ହେଉଛନ୍ତି ନୟାଗଡ ଜିଲ୍ଲା ସରଣକୁଳ ନିକଟ କଲ୍ୟାଣପୁରର ପାଲି ପ୍ରଧାନ । ଗତ ବୁଧବାର ସେ ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ପାଲି ପ୍ରଧାନ ବାଗେଡିଆ ଧର୍ମଶାଳାରେ ହୋଇଥିବା ସରକାରୀ ହବିଷ୍ୟାଳି ଶିବିରରେ ରହୁଛନ୍ତି । ବୁଧବାର ଅପରାହ୍ନରେ ତାଙ୍କ ଗୋଡ ହାତ ବିନ୍ଧା ହେବାରୁ ଭୁଲରେ ଅଧିକ ଔଷଧ ଖାଇ ଦେଇଥିଲେ । ଏକାଧିକ ବଟିକା ସହ ଏକ ସିରପ ପିଇ ଦେଇଥିଲେ । ଏଣୁ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ହବିଷ୍ୟାଳିଙ୍କ ଦେଖା ରଖା କରିବା ପାଇଁ ସହ ସହ ସ୍ଵେଚ୍ଛାସବୀ, ଆଶା କର୍ମୀ, ଅଙ୍ଗନାବାଡ଼ି କର୍ମୀ ଥିବା ବେଳେ ଅସୁସ୍ଥ ଥିବା ପାଲିଙ୍କ କଥା କେହି ବୁଝିଲେ ନାହିଁ କାହିଁକି ? ଯଦି ଅତ୍ୟଧିକ ଔଷଧ ସେବନ ଦ୍ବାରା କିଛି ଅଘଟଣ ଘଟିଥନ୍ତା କିଏ ଦାୟୀ ରହିଥାନ୍ତି ।

ଏହା ବି ପଢନ୍ତୁ...ପୁରୀରେ ସକ୍ରିୟ ଦଲାଲ, ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବାକୁ କହି ଲୁଟ ଉଦ୍ୟମ

ଏହା ବି ପଢନ୍ତୁ...କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଆକାଶ ଛୁଆଁ ଅବଢା ଦର, ଭକ୍ତ ଅସନ୍ତୋଷ

ସରକାର୍ ପୁରୀରେ କରିଥିବା 5ଟି ହବିଷ୍ୟାଳି ଶିବିରରେ 3 ହଜାର ହବିଷ୍ୟାଳି ରହୁଛନ୍ତି । ସମସ୍ତେ ବୟସ୍କ ବୃଦ୍ଧ ଲୋକ ହୋଇଥିବାରୁ ତାଙ୍କର ଯତ୍ନ ନେବା ଏକ ଦାୟିତ୍ଵର ବିଷୟ । ତେବେ ଏଥିରେ ଅବହେଳାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ହବିଷ୍ଯାଳି ଶିବିରରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସବୀ, ସରକାରୀ କର୍ମଚାରୀ ସଠିକ୍ ଭାବେ ଦାୟିତ୍ଵ ତୁଲାଇବା ଆବଶ୍ୟକତା ରହିଛି । ଗତକାଲି ମହାପ୍ରଭୁଙ୍କ ଦର୍ଶନ ବେଳେ ଭିଡ ଭିତରେ ଜଣେ ହବିଷ୍ୟାଳି ଆହତ ହୋଇପଡ଼ିଥିବା ଖବର ମିଳିଥିଲା । ପ୍ରବଳ ଭିଡ଼ ସାଙ୍ଗକୁ ଠେଲାପେଲାରେ ପଡ଼ିଯିବାରୁ ହବିଷ୍ୟାଳି ଜଣଙ୍କ ଆହତ ହୋଇଥିଲେ । ହବିଷ୍ୟାଳିମାନେ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ସେ ଦିଗରେ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ପୁରୀ

Last Updated : Nov 2, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.