ETV Bharat / state

ହବିଷ୍ୟାଳୀ ଗାଇଲେ ନବୀନ ଭଜନ, ନିନ୍ଦା କଲା ବିଜେପି - ନବୀନ ଭଜନ ଗାଇଲେ ହବିଷ୍ୟାଳୀ

ପୁରୀରେ ନବୀନ ପଟ୍ଟନାୟକଙ୍କ ନାଁରେ ଭଜନ ଗାଇଲେ ହବିଷ୍ୟାଳୀ । ଏହାକୁ ନିନ୍ଦା କଲା ବିଜେପି (habishali singing hymns in the name of cm)। ଅଧିକ ପଢନ୍ତୁ

ନବୀନ ଭଜନ ଗାଇଲେ ହବିଷ୍ୟାଳୀ, ନିନ୍ଦା କଲା ବିଜେପି

author img

By

Published : Oct 27, 2022, 1:45 PM IST

Updated : Oct 27, 2022, 2:49 PM IST

ପୁରୀ/ଭୁବନେଶ୍ବର: ପୁରୀରେ ନବୀନଙ୍କ ଗୁଣଗାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)ଙ୍କ ନାଁରେ ଭଜନ ଗାଇଲେ ହବିଷ୍ୟାଳୀ । ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନେ ଆଜି ନବୀନଙ୍କୁ ଚଳିତ ଠାକୁର କହିବା ସହ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସାଙ୍ଗରେ ତୁଳନା କରିଛନ୍ତି(habishali singing hymns in the name of cm) । ଏପରିକି ଧନ୍ୟ ଧନ୍ୟ ନବୀନ ସରକାର କହି ହରିବୋଲ ହୁଳହୁଳି ଦେଇଛନ୍ତି । ଏହି ଭଜନ ଗାନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୋଲିସ ମଧ୍ୟ ଉପସ୍ଥିତ ରହିଥିଲେ ।

ହବିଷ୍ୟାଳୀ ଗାଇଲେ ନବୀନ ଭଜନ, ନିନ୍ଦା କଲା ବିଜେପି

ଅନ୍ୟପଟେ କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କୀର୍ତ୍ତନ ବଦଳରେ ହବିଷ୍ୟାଳୀ ନବୀନଙ୍କ ବନ୍ଦନା କରିବା ଘଟଣାକୁ ନିନ୍ଦା କରିଛି ବିଜେପି । ପ୍ରଶାସନିକ ଅଧିକାରୀମାନେ ଏହି ଗୀତ ଲେଖିଥିବା ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସିନ୍ଦୁର ପୋଛି ଦେଲା ରକ୍ତକର୍କଟ, ସ୍ବାମୀର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ସ୍ତ୍ରୀ

ବିଜେପି ନେତ୍ରୀ କହିଛନ୍ତି, ''ହବିଷ୍ୟାଳୀଙ୍କ ଦ୍ବାରା ଏଭଳି ଗୀତ ପରିବେଷଣ କରାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ପ୍ରଶାସନିକ ଅଧିକାରୀ, ପୋଲିସ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସହ ତୁଳନା କରି ଗୀତ ଗାଇବାକୁ କହୁଛନ୍ତି । ନବୀନଙ୍କୁ ଚଳନ୍ତି ଠାକୁର କହି ପ୍ରଶାସନିକ ଅଧିକାରୀମାନେ ଏହି ଗୀତ ଲେଖିଛନ୍ତି । ଓଡିଶାବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇଛି । ଅତି ଗର୍ବେ ହତ ଲଙ୍କା । ଏ ସରକାରର ଗର୍ବ ଅଧିକ ହୋଇଗଲାଣି । ନବୀନ ଭଜନ ପ୍ରଭୁ ଜଗନ୍ନାଥଙ୍କ ପୀଠରେ ହେବା ଆମ ସମସ୍ତଙ୍କ ପାଇଁ କୁଠାରଘାତ । ସମଗ୍ର ଓଡ଼ିଆ ସମାଜ ଏଥିରେ ମ୍ରିୟମାଣ । ଏଭଳି ଗୀତ ଗାଇବା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଓଡ଼ିଆ ଜାତିକୁ ଅପମାନ । ହବିଷ୍ୟାଳୀଙ୍କ ସଂସ୍କୃତିକୁ ଅପମାନ । ଏଭଳି ଅପମାନ ପାଇଁ ଯଦି ସରକାର କ୍ଷମା ମାଗିବେ ନାହିଁ, ତେବେ ଆଗକୁ ସମଗ୍ର ପୁରୀ ଅଞ୍ଚଳରୁ ଆନ୍ଦୋଳନ ବ୍ୟାପକ ହେବ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 27, 2022, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.