ETV Bharat / state

ସପରିବାର ପୁରୀ ବେଳାଭୂମି ଭ୍ରମଣ କଲେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକୁ କଲେ ପ୍ରଶଂସା - governor visits puri

ରାଜ୍ୟପାଳ ଆଜି ସପରିବାର ପୁରୀ ଗସ୍ତରେ ବେଳାଭୂମି ଭ୍ରମଣ କରିଛନ୍ତି । ଏହାସହ ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢି ତୋଳୁଥିବା କାର୍ଯ୍ୟର ମଧ୍ୟ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ ବେଳାଭୂମି ଭ୍ରମଣ କଲେ ରାଜ୍ୟପାଳ
ପୁରୀ ବେଳାଭୂମି ଭ୍ରମଣ କଲେ ରାଜ୍ୟପାଳ
author img

By

Published : Feb 27, 2021, 8:52 PM IST

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁରୀ ଗସ୍ତରେ ଆସି ବେଳାଭୂମି ଭ୍ରମଣ କରିଛନ୍ତି । ଏହାସହ ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢି ତୋଳୁଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି । ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାର ବେଶ ଆଗ୍ରହୀ ଅଟନ୍ତି ଏବଂ ଏହି କାର୍ଯ୍ୟକୁ ରାଜ୍ୟରେ ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ରାଜ୍ୟପାଳ ।

ପୁରୀ ବେଳାଭୂମି ଭ୍ରମଣ କଲେ ରାଜ୍ୟପାଳ

ଆହୁରିମଧ୍ୟ, ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ସୁନ୍ଦର ବେଳାଭୂମି ବିଶ୍ବବାସୀଙ୍କୁ ଆହୁରି ଆକର୍ଷିତ କରିବ ବୋଲି ସେ ମତ ଦେଇଛନ୍ତି । ରାଜ୍ୟପାଳ ଆଜି ସପରିବାର ପୁରୀ ଗସ୍ତରେ ଆସି ରାଜଭବନରେ କିଛି ସମୟ ବିତାଇବା ସହ ବେଳାଭୂମିରେ କିଛି ସମୟ ଅତିବାହିତ କରିଥିଲେ। ପୁରୀର ବେଳାଭୂମିକୁ ବିଶ୍ବର ସବୁଠୁ ସୁନ୍ଦର ବେଳାଭୂମି ବୋଲି ସେ ମତ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.