ETV Bharat / state

ଗୋଷାଣୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

author img

By

Published : Oct 1, 2019, 5:50 PM IST

ଶ୍ରୀମନ୍ଦିରରେ ଥିବା ମା' ବିମଳାଙ୍କ ପୀଠରେ ଶକ୍ତି ପୂଜା ଭଳି ଗୋଷାଣୀ ପୂଜା ଅନୁଷ୍ଠିତ ହୋଇଥାଏ । ସପ୍ତମୀ ପୂଜା ସହ ଗୋଷାଣୀ ପୂଜା ଆରମ୍ଭ ହେବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗୋସ୍ବାମୀ ଭାବେ ସମ୍ବୋଧନ କରାଯାଉଥିବାବେଳେ ଦୁର୍ଗାପୂଜା ସମୟରେ ଶ୍ରୀଜଗନ୍ନାଥଙ୍କ ଶକ୍ତି ରୂପେ ବିଭିନ୍ନ ଦେବୀ ପୀଠରେ ପୂଜା ପାଉଥିବା ଦେବୀଙ୍କୁ ଗୋସ୍ବାମୀନି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ ଗୋଷାଣୀ ପୂଜା ଭାବେ ଲୋକମାନେ ସମ୍ବୋଧନ କରିଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

ପୁରୀ: ପବିତ୍ର ପାର୍ବଣର ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ଦୁର୍ଗେ ଦୁର୍ଗତୀନାଶିନୀ ମା' ଦୁର୍ଗାଙ୍କ ଆଗମନ ପାଇଁ ସମସ୍ତେ ବେଶ ଉତ୍ସାହିତ । ଧରିତ୍ରୀ ମଧ୍ୟ ମା'ଙ୍କ ଆଗମନ ପୂର୍ବରୁ ନିଜକୁ ସଜେଇ ଦେଇଛି । ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମା'ଙ୍କ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । ହେଲେ ଶାରଦୀୟ ଦୁର୍ଗା ପୂଜାରେ ପୁରୀ ସହରରେ ରହିଛି ଏକ ନିଆରା ପ୍ରାଚୀନ ପରମ୍ପରା । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜାକୁ ଗୋଷାଣୀ ପୂଜା ଭାବେ ପାଳନ କରାଯାଇଥାଏ । ଏହି ପୂଜା ନେଇ ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ପବିତ୍ର ମୂଳାଷ୍ଟମୀରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିରରେ ଥିବା ମା' ବିମଳାଙ୍କ ପୀଠରେ ଶକ୍ତି ପୂଜା ଭଳି ଗୋଷାଣୀ ପୂଜା ଅନୁଷ୍ଠିତ ହୋଇଥାଏ । ଆସନ୍ତା ଶନିବାର ଠାରୁ ସପ୍ତମୀ ପୂଜା ସହ ଗୋଷାଣୀ ପୂଜା ଆରମ୍ଭ ହେବ ।

ଦୁର୍ଗା ପୂଜାକୁ ଶ୍ରୀକ୍ଷେତ୍ର ଧାମରେ ଗୋଷାଣୀ ପୂଜା ଭାବେ ପାଳନ କରାଯିବା ପରମ୍ପରା ବେଶ ପ୍ରାଚୀନ । ପୂର୍ବରୁ ଶ୍ରୀକ୍ଷେତ୍ର ତନ୍ତ୍ର ସାଧନର ପ୍ରମୁଖ ପୀଠ ଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗୋସ୍ବାମୀ ଭାବେ ସମ୍ବୋଧନ କରାଯାଉଥିଲା । ଏଣୁ ଦୁର୍ଗା ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କ ଶକ୍ତି ରୂପେ ବିଭିନ୍ନ ଦେବୀ ପୀଠରେ ପୂଜା ପାଉଥିବା ଦେବୀଙ୍କୁ ଗୋସ୍ବାମୀ କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ ଗୋଷାଣୀ ପୂଜା ଭାବେ ଲୋକମାନେ ସମ୍ବୋଧନ କରିଥିଲେ । ଯାହା ଆଜି ଯାଏଁ ଚାଲିଆସୁଛି ।

ଦୁର୍ଗା ପୂଜା ସମୟରେ ଶ୍ରୀକ୍ଷେତ୍ର ଅନେକ ଗୋଷାଣୀ ମୂର୍ତ୍ତି ପୂଜା କରାଯାଏ । ତେବେ ବାରବାଟୀ ଗୋଶାଣୀ, ଜହ୍ନି ଖାଇ, କାକୁଡି ଖାଇ, ଶୂନ୍ୟ ଗୋଷାଣୀ, ବେଲ ବାଇ, ପଣା ପ୍ରିୟା ଭଳି ପ୍ରମୁଖ ଗୋଷାଣୀ ମୂର୍ତ୍ତି ପୂଜା କରାଯାଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୋଶାଣୀ ପୂଜା ପ୍ରସ୍ତୁତିBody:Vo1,, ପାଖେଇ ଆସୁଚି ଦୁର୍ଗାପୂଜା। ଦୁର୍ଗା ପୂଜା ଅବସରରେ ଗୋଶାଣୀ ପୂଜା ନେଇ ପୁରୀ ର ବିଭିନ୍ନ ପୂଜା ମଣ୍ଡପ ରେ ଏବେ ଚାଲିଛି ଜୋରଦାର ପ୍ରସ୍ତୁତି। ଶ୍ରୀକ୍ଷେତ୍ର ର ପରମ୍ପରା ଅନୁଯାୟୀ ଏଠାରେ ଦୁର୍ଗା ପୂଜା କୁ ଗୋଶାଣୀ ପୂଜା ଭାବେ ପାଳନ କରାଯାଏ। ଏଥିପାଇଁ ମୂର୍ତି କାର୍ଯ୍ୟ ଶେଷ ହେବା ଉପରେ । ମୂଳାଷ୍ଟମୀ ଠାରୁ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥାଏ। ତେବେ ଶ୍ରୀମନ୍ଦିର ରେ ମା ବିମଳା ପୀଠ ଶକ୍ତି ପୂଜା ଭଳି ଗୋଶାଣୀ ପୂଜା ଅନୁଷ୍ଠିତ ହୋଇଥାଏ। ଅସନ୍ତା ଶନିବାର ଠାରୁ ସପ୍ତମୀ ପୂଜା ସହ ଗୋଶାଣୀ ପୂଜା ଆରମ୍ଭ ହେବ।

ବାଇଟ1,, କୃଷ୍ଣ ଚନ୍ଦ୍ର ପ୍ରତିହାରୀ ,, ସମ୍ପାଦକ,, ବାରବାଟୀ ଗୋଶାଣୀ

Vo2,, ତେବେ ଦୁର୍ଗା ପୂଜା କୁ ଶ୍ରୀକ୍ଷେତ୍ର ରେ ଗୋଶାଣୀ ପୂଜା ଭାବେ ପାଳନ କରାଯିବା ପରମ୍ପରା ବେଶ ପ୍ରାଚୀନ। ପୂର୍ବରୁ ଶ୍ରୀକ୍ଷେତ୍ର ତନ୍ତ୍ର ସାଧନ ର ପ୍ରମୁଖ ପୀଠ ଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଗୋସ୍ୱାମୀ ଭାବେ ସମ୍ବୋଧନ ଯାଉଥିଲା। ଏଣୁ ଦୁର୍ଗା ପୂଜା ସମୟ ରେ ଶ୍ରୀଜଗନ୍ନାଥ ଙ୍କ ଶକ୍ତି ରୂପେ ବିଭିନ୍ନ ଦେବୀ ପୀଠରେ ପୂଜା ପାଉ ଥିବା ଦେବୀ ଙ୍କୁ ଗୋସ୍ୱାମିନି କୁହାଯାଉଥିଲା। ପରବର୍ତୀ ସମୟ ରେ ଏହା ଗୋଶାଣୀ ପୂଜା ଭାବେ ଲୋକେ ସମ୍ବୋଧନ କରିଥିଲେ। ଯାହାକି ଆଜ ଯାଏ ଚାଲିଛି।

ବାଇଟ2,, ନରେଶ ଦାସ , ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

Fvo,, ଶ୍ରୀକ୍ଷେତ୍ର ଅନେକ ଗୋଶାଣୀ ମୂର୍ତି ଦୁର୍ଗା ପୂଜା ରେ ସମୟରେ ପୂଜା କରାଯାଏ। ତେବେ ବାରବାଟୀ ଗୋଶାଣୀ , ଜହ୍ନି ଖାଇ , କାକୁଡି ଖାଇ , ଶୂନ୍ୟ ଗୋଶାଣୀ , ବେଲ ବାଇ , ପଣା ପ୍ରିୟା ଏଭଳି ଅନେକ ପ୍ରମୁଖ ଗୋଶାଣୀ ମୂର୍ତି ପୂଜା କରାଯାଇଥାଏ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.