ETV Bharat / state

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ । ଆଜି ଶ୍ରୀମନ୍ଦିରରେ ପାରମ୍ପରିକ ଦର୍ଜି ସେବକ ଦ୍ବାରା ପ୍ରସ୍ତୁତ ହୋଇଥିବା ଶୀତବସ୍ତ୍ର ଠାକୁରମାନେ ପରିଧାନ କରିଥାନ୍ତି । ଅଧିକ ପଢ଼ନ୍ତୁ

ghodalagi ritual of lord jagannath at sri mandir
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡଲାଗି ନୀତି
author img

By

Published : Nov 29, 2022, 9:49 AM IST

Updated : Nov 29, 2022, 10:55 AM IST

ପୁରୀ: ଆଜି ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘୋଡଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ପୂର୍ବ ରାତ୍ରରୁ ଅର୍ଥାତ୍ ଗତକାଲି (ସୋମବାର) ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡ ମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ଦେଉଳକୁ ତିନି ଘେର ପ୍ରଦିକ୍ଷଣ କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢିବା ସହ ମଇଲମ କରାଯିବା ପରେ ପାରମ୍ପରିକ ଦର୍ଜି ସେବକ ଦ୍ବାରା ପ୍ରସ୍ତୁତ ହୋଇଥିବା ଶୀତବସ୍ତ୍ର ଠାକୁରମାନେ ପରିଧାନ କରିଥାନ୍ତି । ଏହାସହ ଶ୍ରୀଜିଉଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା ।

ଷଷ୍ଠୀ ଅବସରରେ ଲାଲ ରଙ୍ଗର ଘୋଡ଼ ଲାଗି କରାଯାଇଛି । ଆଜି ଗୁରୁବାରରେ ମହାପ୍ରଭୁ ହଳଦିଆ ରଙ୍ଗ, ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଧଳା ରଙ୍ଗ, ଶନିବାର କଳା ରଙ୍ଗ, ରବିବାର ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ, ମଙ୍ଗଳବାର ବାରପଟିଆ ବା ପଞ୍ଚରଙ୍ଗ ଓ ବୁଧବାର ସବୁଜ ରଙ୍ଗର ଘୋଡ଼ ଶ୍ରୀଜିଉ ପରିଧାନ କରିଥାନ୍ତି । ଘୋଡ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ପ୍ରକାଶ ମହାପାତ୍ର ।

ବେଶ ନିଷ୍ଠାର ସହ ଦରଜି ସର୍ଦ୍ଦାର ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ ପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଜିମା ଦେବା ପରେ ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏହାସହ ମଦନମୋହନ, ସୁଦର୍ଶନ, ଗରୁଡ, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀ ଓ କାକୁଡିଖାଇ ଠାକୁରାଣୀ ମଧ୍ୟ ଶୀତବସ୍ତ୍ର ପରିଧାନ କରିଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜିଉ ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥିାନ୍ତି ।

ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ । ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପରମ୍ପରା ଅନୁଯାୟୀ ସରସ୍ବତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଘୋଡ଼ ଲାଗି ହୋଇଥାନ୍ତି । ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଘୋଡଲାଗି ବେଶରେ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମଣିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 29, 2022, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.