ETV Bharat / state

ପିପିଲିରେ ମହାରଥୀଙ୍କ ପରିବାରକୁ ଟିକେଟ ମିଳୁ: ମନ୍ତ୍ରୀ ସମୀର ଦାସ - ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପିପିଲି ପାଇଁ ମହାରଥୀଙ୍କ ଅବଦାନ ରହିଛି ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ।

Minister Sameer Das
Minister Sameer Das
author img

By

Published : Mar 13, 2021, 8:54 PM IST

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ପିପିଲି ପାଇଁ ମହାରଥୀଙ୍କ ଅବଦାନ ରହିଛି ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ । ଆଜି ଏପରି ମନ୍ତବ୍ୟ ଦେଇ ରାଜନୈତିକ ବାତାବରଣକୁ ବେଶ ଉଷ୍ମ କରିଦେଇଛନ୍ତି ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ ।

ପିପିଲିରେ ମହାରଥୀଙ୍କ ପରିବାକୁ ଟିକେଟ ମିଳୁ : ମନ୍ତ୍ରୀ ସମୀର ଦାସ

ମହାରଥୀଙ୍କ ପରିବାରରୁ ଟିକେଟ ମିଳିବ ନା ଦଳ ବାହାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପିପିଲି ମୋ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ବୁଲାବୁଲି କରୁଛି । ପିପିଲି ଲୋକଙ୍କ ଇଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହେଉ । କାରଣ ତାଙ୍କ ସମୟରେ ପିପିଲିର ବେଶ ବିକାଶ ହୋଇଥିଲା। ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସମୀର କହିଛନ୍ତି ।

ସେପଟେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏସମ୍ପର୍କରେ ଆଜି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ପିପିଲିରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ହେଉଛନ୍ତି ଗତ ନିର୍ବାଚନର ଦ୍ବିତୀୟ ସ୍ଥାନରେ ଥିବା ବିଜେପିର ଆଶ୍ରିତ ପଟ୍ଟନାୟକ । କିନ୍ତୁ ଦଳ କାହାକୁ ପ୍ରାର୍ଥୀ କରିବ ରାଜ୍ୟ ସଭାପତି ଓ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।

ଅନ୍ୟ କଂଗ୍ରେସ ମଧ୍ୟ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି । ଦଳ କଣ କରିବ କେଉଁ ରଣନୀତିରେ ନିର୍ବାଚନ ଲଢିବ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଳ ହାଇକମାଣ୍ଡ ଯାହାକୁ ଟିକେଟ ଦେବେ ତାଙ୍କ ପାଇଁ ଦଳ କାମ କରିବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.