ETV Bharat / state

ପ୍ରଶାସନର ନିର୍ଦ୍ଦେଶ ମାନି ପୁରୀରେ ନିରାଡମ୍ବର ଗଣେଶ ପୂଜା - ଗଣେଶ ପୂଜା

ଚଳିତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଛି ଗଣେଶ ପୂଜା । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କାରେ ସାର୍ବଜନୀନ ପୂଜାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷିଦ୍ଧ କରିଛି।

puri latest news, ganesh puja in puri, ganesh puja, ganesh puja amid corona, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ଗଣେଶ ପୂଜା, ଗଣେଶ ପୂଜା, କୋରୋନା କାଳେ ଗଣେଶ ପୂଜା
ପ୍ରଶାସନର ନିର୍ଦ୍ଦେଶ ମାନି ପୁରୀରେ ନିରାଡମ୍ବର ଗଣେଶ ପୂଜା
author img

By

Published : Aug 22, 2020, 2:13 PM IST

Updated : Aug 22, 2020, 8:13 PM IST

ପୁରୀ: ଚଳିତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଛି ଗଣେଶ ପୂଜା । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କାରେ ସାର୍ବଜନୀନ ପୂଜାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷିଦ୍ଧ କରିଛି। କୌଣସି ଅନୁଷ୍ଠାନ କିମ୍ବା ପୂଜା ମଣ୍ଡପ କର୍ମକର୍ତ୍ତା ସାର୍ବଜନୀନ ଆଡମ୍ବରରେ ପୂଜା କରିପାରିବେ ନାହିଁ । ଏହି ନିର୍ଦ୍ଦେଶକୁ ନଜରରେ ରଖି ପୂଜା ମଣ୍ଡପ କର୍ମକର୍ତ୍ତା ବିଧି ରକ୍ଷା ପାଇଁ ପୂଜା ମଣ୍ଡପ ଓ ଅନ୍ୟ କିଛି ସ୍ଥାନରେ ଛୋଟ ଗଣେଶ ମୂର୍ତ୍ତି ପୂଜା କରିଛନ୍ତି ।

ପ୍ରଶାସନର ନିର୍ଦ୍ଦେଶ ମାନି ପୁରୀରେ ନିରାଡମ୍ବର ଗଣେଶ ପୂଜା

ଭିଡକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ସାଧାରଣରେ ସ୍ବାଗତ କରାଯାଇଛି । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧି ପୂଜା କରାଯାଇଛି। ଅନ୍ୟପଟେ ସାଧାରଣ ଲୋକେ ନିଜ ନିଜ ଘରେ ଗଣେଷ ପୂଜା କରିଥିବା ଦେଖାୟାଇଛି । ଏଥିସହ କୋରୋନା ମହାମାରୀରୁ ବିଶ୍ବକୁ ମୁକ୍ତି ପାଇଁ ସଭିଏଁ ଗଜାନନଙ୍କୁ ପ୍ରାର୍ଥନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 22, 2020, 8:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.