ETV Bharat / state

ପୁରୀ: ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ପୁରୀରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ସ୍ତରରେ ପାଳିତ ହୋଇଯାଇଛି । ସହରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ବାରା ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଧିକ ପଢନ୍ତୁ..

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

author img

By

Published : Oct 2, 2020, 4:37 PM IST

ପୁରୀ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ । ଏହି ଅବସରରେ ଗାନ୍ଧୀଘାଟଠାରେ ଜିଲ୍ଲାସ୍ତରରେ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତ୍ବ ରକ୍ଷା ଓ ମାସ୍କ ପରିଧାନ ସହ ଜୟନ୍ତୀ ପାଳିତ ହୋଇଥିଲା । ସର୍ବୋଦୟ ମେଳା କମିଟିର ପ୍ରତିନିଧି ଶିବପ୍ରସାଦ ମିଶ୍ର ସର୍ବଧର୍ମ ପ୍ରାର୍ଥନା ସଭା ପରିଚାଳନା କରିଥିଲେ । ଶୁକ୍ରବାର ସକାଳ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ବାରା ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୁରବୀର ସିଂ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.