ବ୍ରହ୍ମଗିରି: ଚିଲିକା ହ୍ରଦକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇ ଗଣଦୌଡ଼ କରାଯାଇଛି । ଉତ୍ସାହୀ ଯୁବକଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଥିଲା ।
ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସୌନ୍ଦଯ୍ୟରେ ବିଭୋର ହୋଇ କାହିଁ କେତେ ଦୂରରୁ ପ୍ରତିଦିନ ଛୁଟି ଆସନ୍ତି ବିଦେଶୀ ପର୍ଯ୍ୟଟକ । ଶୀତ ଋତୁ ଆରମ୍ଭ ହୋଇଗଲେ ଚିଲିକାର ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ଦୂର ଦୁରାନ୍ତ ଦେଶରୁ ଉଡ଼ିଆସିଥିବା ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ।ତାଙ୍କ କିଚିରି ମିଚିରି ସ୍ବରରେ ଗୁଞ୍ଜରୀ ଉଠେ ଚିଲିକାର ନୀଳ ଜଳ ରାଶି।
ଚିଲିକା ପକ୍ଷୀମାନଙ୍କର ସୁରକ୍ଷା ନେଇ ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ସାତପଡ଼ାର ଚିଲିକା କୂଳରୁ ପଣସପଦା ପର୍ଯ୍ୟନ୍ତ ଉତ୍ସାହୀ ଯୁବକଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଥିଲା। ଏମାନେ ଚିଲିକା ଓ ପକ୍ଷୀ ମାନଙ୍କ ସୁରକ୍ଷାର ବାର୍ତା ଲୋକମାନଙ୍କୁ ଦେବା ସହ ବ୍ରହ୍ମଗିରିର ଯୁବକ ମାନେ ଏକତା ହୋଇ ରହିବା ପାଇଁ ସଂକଳ୍ପ ନେଇଥିଲେ।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ