ETV Bharat / state

ଘୋଷଯାତ୍ରା ପ୍ରସ୍ତୁତି, ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ - fourth phase Rath wood have arrived

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବୌଦ୍ଧ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି ରଥକାଠ । ଟ୍ରକ ଯୋଗେ ୪୦ ଫୁଟିଆ ୨୮ଖଣ୍ଡ ଧଉରା କାଠ । ଅଧିକ ପଢ଼ନ୍ତୁ

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
author img

By

Published : Apr 8, 2023, 7:59 PM IST

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ରଥଯାତ୍ରା ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାଠ ଅଣା କାର୍ଯ୍ୟକ୍ରମ । ତୃତୀୟ ପର୍ଯ୍ୟାୟ ପରେ ଏବେ ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି ରଥକାଠ । ଅକ୍ଷୟ ତୃତୀୟରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ତେଣୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଠ ପୁରୀରେ ପହଞ୍ଚୁଛି ।

ତେବେ ବୌଦ୍ଧ ବନଖଣ୍ଡରୁ ଟ୍ରକ ଯୋଗେ ୪୦ ଫୁଟିଆ ୨୮ଖଣ୍ଡ ଧଉରା କାଠ ପୁରୀରେ ପହଞ୍ଚିଛି । ଆସିଥିବା ଏହି ଧଉରା କାଠରେ ରଥ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ କରାଯିବ । ବୌଦ୍ଧ ବନଖଣ୍ଡରୁ ମୋଟ ୩୦୩ ଖଣ୍ଡ ରଥକାଠ ଯୋଗାଇବାକୁ ଥିବାବେଳେ ୨୮ଖଣ୍ଡ କାଠ ଆସି ପହଞ୍ଚିଛି । ପର୍ଯ୍ୟାୟକ୍ରମେ ଅବଶିଷ୍ଟ କାଠ ଆସି ପହଞ୍ଚବ ବୋଲି ସୂଚନା ରହିଛି । ତେବେ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଛି । ଏଥିସହ ରଥଖଳାକୁ ଆଜି ସୁଦ୍ଧା ୧୩୨ ଖଣ୍ଡ କାଠ ଆସି ପହଞ୍ଚିଥିବା ବେଳେ ଖପୁରିଆ କରତକଳକୁ ଚିରଟ ପାଇଁ ୮୧ ଖଣ୍ଡ କାଠ ଯାଇଛି ।

ଅଧିକ ପଢ଼ନ୍ତୁ: ଆକାଶରୁ ଖସିଲା ମୃତ୍ୟୁ ! 3 ମୃତ 3 ଗୁରୁତର

ଶ୍ରୀରାମ ନବମୀ ତିଥିରେ ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଥିଲା । କଟକ ଖପୁରିଆରେ ଥିବା ସରକାରୀ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଥିଲା । ତେବେ ପାରମ୍ପାରିକ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୁରୀରୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ କଟକ ଯାଇଥିଲେ । ଏହି ଟିମ୍‌ରେ ଭୋଇ ସେବକ, ରଥ ଅମିନ, ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରୀ ରହିଥାନ୍ତି । ଶ୍ରୀ ମନ୍ଦିରରୁ ମହାପ୍ରଭୁଙ୍କ ମହାପ୍ରସାଦ, ମାଳ, ଫୁଲ, ବିଭିନ୍ନ ପୂଜାର୍ଚ୍ଚନା ସାମଗ୍ରୀ ଧରି ଏହି ଟିମ୍ ଗସ୍ତ କରିଥାଏ । ଏହି ପୂଜା ସାମଗ୍ରୀକୁ ନିଆଯାଇ ଖପୁରିଆ କରତକଳରେ ପୂଜାର୍ଚ୍ଚନା ସହ କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ । ପରେ ପ୍ରଥମେ 3 ଖଣ୍ଡ 12 ଫୁଟିଆ ଧଉରା କାଠ ଚିରଟ ହୋଇଥାଏ । ରଥଚକର ଅର ପାଇଁ ଏହି କାଠ ବ୍ୟବହାର ହୋଇଥାଏ । ଏହି ଭଳି ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଚିରଟ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.