ETV Bharat / state

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ - କୋରୋନା କଟକଣାରେ ସମ୍ପନ୍ନ ହେଲା ହେରା ପଞ୍ଚମୀ ନୀତି

ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି ।

କୋରୋନା କଟକଣାରେ ସମ୍ପନ୍ନ ହେଲା ହେରା ପଞ୍ଚମୀ ନୀତି

author img

By

Published : Jun 28, 2020, 7:35 AM IST

Updated : Jun 28, 2020, 7:53 AM IST

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ମା ଲକ୍ଷ୍ମୀଙ୍କୁ ଛାଡି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ମାଉସୀ ଘରକୁ ବୁଲି ଯାଇଛନ୍ତି । ଯାହାକୁ ସହ୍ୟ ନ କରିପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ଶନିବାର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି ଲକ୍ଷ୍ମୀ ସାଆନ୍ତାଣୀ। ସେଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ।

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ

ପରମ୍ପରା ଅନୁଯାୟୀ, ଶନିବାର ମା’ ଲକ୍ଷ୍ମୀ ଏକ ସ୍ବତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ। କୋଭିଡ କଟକଣା ମଧ୍ୟରେ ସେବାୟତମାନେ ମା’ଙ୍କୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଦୂରରୁ ଥାଇ ଭକ୍ତମାନେ ମା’ ଲକ୍ଷ୍ମୀଙ୍କୁ ନିଜର ଭକ୍ତି ଜଣାଇଥିଲେ । ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସମ୍ପନ୍ନ ହୋଇଥିଲା। ପରେ ସିଂହଦ୍ବାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ବାର ନିକଟରେ ପହଞ୍ଚିଥିଲେ।

ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ବାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲେ ମଧ୍ୟ ଧୂପ ଚାଲିଥିବାରୁ ଦୁଇଟି ଯାକ ଦ୍ଵାର ବନ୍ଦ କରି ଦିଆଯାଇଥିଲା। ଅପମାନରେ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ନାକଚଣା ଦ୍ବାର ଦେଇ ବାହାରି ଆସିବା ବେଳେ ରାଗ ତମତମ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ରାଗରେ ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିରକୁ ନଆସି ନିରାଡ଼ମ୍ବର ପରିବେଶ ଭିତରେ ହେରାଗୋହିରି ସାହି ଦେଇ ଫେରିଥିଲେ। ପୁନର୍ବାର ସିଂହଦ୍ବାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 28, 2020, 7:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.