ETV Bharat / state

ମଝି ଚିଲିକାରେ ଅଟକିଲା ଭସା ପୋଲ, ଯାତ୍ରୀ ଆତଙ୍କିତ - ମଝି ଚିଲିକାରେ ଫସିଲା ଭସା ପୋଲ

ମଝି ଚିଲିକାରେ ଫସିଲା ଭସା ପୋଲ । ୧୦୦ରୁ ଅଧିକ ଯାତ୍ରୀ ଫସି ରହିଥିବା ସୂଚନା । ଅଧିକ ପଢନ୍ତୁ

ମଝି ଚିଲିକାରେ ଫସିଲା ଭସା ପୋଲ
ମଝି ଚିଲିକାରେ ଫସିଲା ଭସା ପୋଲ
author img

By

Published : Feb 12, 2023, 11:32 AM IST

Updated : Feb 12, 2023, 2:04 PM IST

ମଝି ଚିଲିକାରେ ଅଟକିଲା ଭସା ପୋଲ

ବ୍ରହ୍ମଗିରି: ପୁଣି ଚିଲିକା ମଝିରେ ଫସିଲା ଭସା ପୋଲ । ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭସା ପୋଲ ମଝି ଚିଲିକାରେ ଅଟକି ରହିଛି । ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀବାହୀ ଭସା ପୋଲ ଫସି ରହିଛି । ଏହା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ଯାଇଛି । ଭସା ପୋଲରେ ୨ଟି ବସ୍ ସମେତ ୧୦ଟି ବାଇକ ଓ ୧୦୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ଏହାକୁ ନେଇ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଛନ୍ତି ।

ସୂଚନା ମୁତାବକ, ଭସା ପୋଲଟି ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ସାତପଡାରୁ ଯାତ୍ରା ଆରମ୍ଭ କରିଥିଲା । ଏକ କିଲୋମିଟର ଯାତ୍ରା କରିବା ପରେ ଏହା ମଝି ଚିଲିକାରେ ଅଟକି ଯାଇଥିଲା । ଫସିଥିବା ଯାତ୍ରୀମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ଏପରି ଘଟଣା ଚିଲିକାରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ହେଲେ ଏହାର ସ୍ଥାୟୀ ସମାଧାନ ପ୍ରତି C.D.A ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ହେବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି । ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଉଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି ।

ଏହାପୂର୍ବରୁ ଜାନୁୟାରୀ ୧୬ ତାରିଖରେ ଆଉ ଏକ ଯାତ୍ରୀବାହୀ ଭସା ପୋଲ ଚିଲିକା ମଝିରେ ଫସିଥିଲା । ଘନ କୁହୁଡି ଯୋଗୁଁ ଭସା ପୋଲଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ମଝିରେ ଅଟକି ଯାଇଥିଲା । ଏଥିରେ ୪୦ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ଟି ବାଇକ ଓ ଗୋଟିଏ ଅଟୋ ରହିଥିଲା । ପ୍ରାୟ ୫୦ ମିନିଟ୍ ଧରି ଭସା ପୋଲ ମଝି ଚିଲିକାରେ ଫସି ରହିଥିଲା । ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତେବେ କୁହୁଡି କମିବା ପରେ ଭସା ପୋଲ ଟ୍ରାକକୁ ଆସି ଗନ୍ତବ୍ୟ ସ୍ଥଳରେ ଲାଗିଥିଲା ।

ନିକଟରେ ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । ଯିବା ସମୟରେ ହଠାତ୍‌ ଚିଲିକା ମଝିରେ ଡଙ୍ଗାଟି ଅଟକି ଯାଇଥିଲା । ଡଙ୍ଗାରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ । ଘନ କୁହୁଡ଼ି କାରଣରୁ ଡଙ୍ଗାର ଗତି ଜଣାପଡ଼ିନଥିବାରୁ ପାଣିରେ କିଛି ସମୟ ଯାଏଁ ଫସି ରହିଥିଲା । କିଛି ସମୟ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Feb 12, 2023, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.