ପୁରୀ: କେନ୍ଦ୍ର ପ୍ୟାକେଜକୁ ମତ୍ସ୍ୟଜୀବୀଙ୍କ ସ୍ବାଗତ । କେନ୍ଦ୍ର ସରକାର ଲକଡାଉନ ଯୋଗୁଁ ଅର୍ଥନୀତିକୁ ଟ୍ରାକକୁ ଆଣିବାକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି କ୍ରମରେ ମତ୍ସ୍ୟଜୀବୀ ଜୀବନ ଜୀବିକା ଉନ୍ନତି ସହ ମତ୍ସ୍ୟ ବ୍ୟବସାୟ ବୃଦ୍ଧି ନେଇ 20 ହଜାର କୋଟି ଟଙ୍କା ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।
ଏହା ଭିତରେ ରହିଛି ବଜାର ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା । ଉତ୍ପାଦନ ଭିତ୍ତିଭୂମି ବଢ଼ାଇବା, ଶୀତଳ ଭଣ୍ଡାର ସମେତ ଡଙ୍ଗା ଗୁଡିକର ବୀମାକରଣ କରିବା ପ୍ରମୁଖ ଯୋଜନା । ଲକଡାଉନ ଜୀବନ ଜୀବିକା ହରାଇଥିବା ମତ୍ସ୍ୟଜୀବୀ ଏହି ପ୍ୟାକେଜକୁ ନେଇ ସ୍ବାଗତ କରିଥିବା ବେଳେ ବେଶ ଆଶାବାଦୀ ମଧ୍ୟ । ହେଲେ ଏହାର ପ୍ରକୃତ କାର୍ଯ୍ୟକାରିତା ହେଲେ ହିଁ ମତ୍ସ୍ୟ ବ୍ୟବସାୟ ସମେତ ମତ୍ସଜୀବୀ ଉନ୍ନତି କରିପାରିବେ ବୋଲି କହିଛନ୍ତି ମତ୍ସ୍ୟଜୀବୀ । ସେହିପରି କୋରୋନାକୁ ନେଇ ଲକଡାଉନ ରୋଜଗାର ହରାଇ ଥିବା ମତ୍ସ୍ୟଜୀବୀଙ୍କ ପରିବାରକୁ 10 ହଜାର ଟଙ୍କା ସାହାଯ୍ୟ ଯୋଗାଇ ଦେବାକୁ ମଧ୍ୟ ଦାବି କରିଛନ୍ତି ପୁରୀ ମତ୍ସ୍ୟଜୀବୀ ସଂଘ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ