ETV Bharat / state

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର

author img

By

Published : Dec 19, 2022, 9:40 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମର ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ସତ୍ତ୍ବେ ଖୁଲମଖୁଲା ବୁଲୁଛନ୍ତି ହତ୍ୟା ଅଭିଯୁକ୍ତ । ଆଉ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିର୍ମମ ହତ୍ୟା :  ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତ ଇନ୍ଦ୍ରମଣିଙ୍କ ପରିବାର

ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତ ଇନ୍ଦ୍ରମଣିଙ୍କ ପରିବାର

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମର ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ସତ୍ତ୍ବେ ଖୁଲମଖୁଲା ବୁଲୁଛନ୍ତି ହତ୍ୟା ଅଭିଯୁକ୍ତ । ଆଉ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏଭଳି ସଙ୍ଗୀନ ଅଭିଯୋଗ ନେଇ ମୃତ ଇନ୍ଦ୍ରମଣୀଙ୍କ ପରିବାର ଲୋକେ ପୁରୀ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା ମାଗିଛନ୍ତି ।

ସୂଚନାନୁସାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମର ଇନ୍ଦ୍ରମଣୀଙ୍କ ସହ ସେହି ଗ୍ରାମର କିଛି ବାସିନ୍ଦାଙ୍କ ପୂର୍ବଶତୃତା ଥିଲା। ଏହାକୁ ନେଇ ଅନେକ ସମୟରେ ଇନ୍ଦ୍ରମଣୀଙ୍କ ସହ ଗଣ୍ଡଗୋଳ ହେଉଥିଲା । ତେବେ ଗତ ୩ ତାରିଖ ସକାଳେ ଇନ୍ଦ୍ରମଣୀ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ସେଠାରେ ସେହି ଗ୍ରାମର କିଛି ଦୁର୍ବୃତ୍ତମାନେ ଇନ୍ଦ୍ରମଣୀଙ୍କୁ ଏକା ଦେଖି ଅତର୍କିତ ଭାବେ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଇନ୍ଦ୍ରମଣୀଙ୍କ ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ଏ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାରେ ସତ୍ୟବାଦୀ ଥାନା ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ । ତେଣୁ ନ୍ୟାୟ ପାଇଁ ମୃତ ଇନ୍ଦ୍ରମଣିଙ୍କ ପରିବାର ଲୋକେ ପୁରୀ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ନହେଲେ ଆଗାମୀ ଦିନରେ ପୁରୀ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ମୃତକଙ୍କ ପତ୍ନୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.