ETV Bharat / state

ଆଜି ମଣ୍ଡପରେ ମହାଷ୍ଟମୀ ପୂଜା, ଭକ୍ତ ବିନା ପେଣ୍ଡାଲ ଖାଁ ଖାଁ

ପୀଠରେ ଦେବୀଙ୍କ ମହାଷ୍ଟମୀ ପୂଜା । ସେପଟେ କିନ୍ତୁ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ଭାବେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ..

ଆଜି ମଣ୍ଡପରେ ମହାଷ୍ଟମୀ ପୂଜା , ଭକ୍ତ ବିନା ପେଣ୍ଡାଲ ଖାଁ ଖାଁ

author img

By

Published : Oct 24, 2020, 6:29 PM IST

Updated : Oct 24, 2020, 9:37 PM IST

ପୁରୀ: ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ବରୂପିଣୀ । ମା’ଙ୍କ ଆଗମନରେ ଶ୍ରୀକ୍ଷେତ୍ର ଉଲ୍ଲସିତ । କିନ୍ତୁ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେଉଛି ପୂଜା । ତେବେ ଆଦି ପୀଠରେ ମା’ଙ୍କ ନବମୀ ହୋଇଥିଲାବେଳେ ପୂଜା ମଣ୍ଡପରେ ମହାଷ୍ଟମୀ ପାଳନ କରାଯାଉଛି ।

ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ଭାବେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ପୁରୀ ଦୁର୍ଗା ବାଡ଼ି ସମିତି ପକ୍ଷରୁ ବଙ୍ଗୀୟ ରୀତିନୀତିରେ ଅନୁଷ୍ଠିତ ହେଉଥିବା ମା’ ଦୁର୍ଗାଙ୍କର ଆଜି ମଧ୍ୟ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି ।

ଆଜି ମଣ୍ଡପରେ ମହାଷ୍ଟମୀ ପୂଜା, ଭକ୍ତ ବିନା ପେଣ୍ଡାଲ ଖାଁ ଖାଁ

କୋଭିଡ କଟକଣା ହେତୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ମା’ ଙ୍କ ନୀତି ଅନୁଷ୍ଠିତ ହୋଇଛି। ବିଶେଷ କରି ମହାଷ୍ଟମୀ ଅବସରରେ ସନ୍ଧି ପୂଜା ହୋଇଛି। ସନ୍ଧି ପୂଜାରେ ମା’ ଚାମୁଣ୍ଡାଙ୍କୁ ଆରାଧନା କରାଯାଇଛି। ତେବେ ରବିବାର ଦେବୀଙ୍କ ମହା ନବମୀ ପୂଜା ହେବ। ଏଥି ସହିତ ଏକ ବିଶେଷ ପୂଜା କୁମାରୀ ପୂଜା ଅନୁଷ୍ଠିତ ହେବ। ବଙ୍ଗୀୟମାନେ ମହାନଵମୀରେ ଦେବୀଙ୍କ ଭଳି ଛୋଟ ଝିଅଙ୍କୁ ସଜାଇ ପୂଜା କରିବାର ପରମ୍ପରା ରହିଛି।

ସୋମବାର ବିଜୟ ଦଶମୀ ପୂଜା ସମେତ ମା’ ଙ୍କୁ ବନ୍ଦାପନା କରି ବିଦାୟ ଦିଆଯିବ। ସେହିପରି ବିଦାୟ ସମୟ ରେ ବଙ୍ଗୀୟ ମହିଳାମାନେ ମା’ ଙ୍କୁ ସିନ୍ଦୁର ଲଗାଇବା ସହ ନିଜ ନିଜ ଭିତରେ ସିନ୍ଦୁର ଲଗାଇଥାନ୍ତି। ଏହାକୁ ସିନ୍ଦୁର ଖେଳ କୁହାଯାଏ। ତେବେ କୋଭିଡ କଟକଣା ପାଇଁ ଚଳିତ ବର୍ଷ ଏହି ସିନ୍ଦୁର ଖେଳ ବନ୍ଦ ରହିଛି। ଅନ୍ୟପଟେ କୋଭିଡ କଟକଣା ହେତୁ ପୂଜା ମଣ୍ଡପ ରେ ଦର୍ଶନ ପାଇଁ କାହାରିକୁ ଅନୁମତି ନ ଥିଲେ ମଧ୍ୟ କାଁ ଭାଁ କିଛି ଭକ୍ତ ଦେବୀ ଦୁର୍ଗା ଙ୍କ ଦର୍ଶନ କରୁଛନ୍ତି। ମୁହଁରେ ମାସ୍କ ପିନ୍ଧି , ସାମାଜିକ ଦୂରତା ରଖି କିଛି ଭକ୍ତ ମହାଷ୍ଟମୀ ରେ ଦେବୀ ଦୁର୍ଗା ଙ୍କୁ ଦର୍ଶନ କରିଛନ୍ତି । ତେବେ ଆସନ୍ତା ବର୍ଷ ଯେଭଳି ଏହି ପରିସ୍ଥିତି ନ ରହିବ କୋଭିଡ ମହାମାରୀ ବିନାଶ ହେବ, ସେ ନେଇ ସମସ୍ତେ ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 24, 2020, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.