ETV Bharat / state

ବର୍ଷାଭାବରୁ ପୁରୀରେ ମରୁଡି ଆଶଙ୍କା, ଚିନ୍ତାରେ ଚାଷୀ

author img

By

Published : Jul 26, 2020, 8:00 PM IST

ଦୃଶ୍ୟ ହେଉଛି ପୁରୀର ସଦର ବ୍ଲକ ବୀରହରେକୃଷ୍ଣପୁର ଅଞ୍ଚଳର । ବର୍ଷା ଅଭାବରୁ ଏଠାରେ ଏକର ଏକର ଚାଷ ଜମି ପଡିଆ ପଡିଛି । କେବଳ ସଦର ବ୍ଲକ ନୁହେଁ ବରଂ ପୁରୀର ସମସ୍ତ ବ୍ଲକରେ ସମାନ ପରିସ୍ଥିତି । ଅଧିକ ପଢନ୍ତୁ...

drought like situation in puri, farming in puri , puri latest news, puri farmers, drought, farmers tension in puri, ପୁରୀରେ ମରୁଡି ଆଶଙ୍କା, ପୁରୀରେ ଚାଷୀଙ୍କ ଚିନ୍ତା, ମରୁଡି, ପୁରୀରେ ବର୍ଷାଭାବ, ପୁରୀରେ ଚାଷ କାର୍ଯ୍ୟ, ପୁରୀ ଲାଟେଷ୍ଟ ନ୍ୟୁଜ୍‌
ବର୍ଷାଭାବରୁ ପୁରୀରେ ମରୁଡି ଆଶଙ୍କା, ଚିନ୍ତାରେ ଚାଷୀ

ପୁରୀ: ଆଷାଢ ମାସ ଯାଇ ରାଜ୍ୟରେ ପ୍ରବେଶିଛି ଶ୍ରାବଣ ମାସ । ତଥାରି ନାହିଁ ବର୍ଷାର ନା ଗନ୍ଧ । ଫଳରେ ପୁରୀ ଜିଲ୍ଲାର ହଜାର ହଜାର ଏକର ଚାଷ ଜମିରେ ହୋଇପାରୁ ନାହିଁ ଚାଷ । ବିଲରେ ପଡିଥିବା ତଳି ବି ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏମିତିରେ ଯଦି ବର୍ଷା ନହୁଏ ତାହେଲେ ମରୁଡି ନିଶ୍ଚିତ ବୋଲି ଚାଷୀ ଆଶଙ୍କା କରିଛନ୍ତି ।

ଦୃଶ୍ୟ ହେଉଛି ପୁରୀର ସଦର ବ୍ଲକ ବୀରହରେକୃଷ୍ଣପୁର ଅଞ୍ଚଳର । ବର୍ଷା ଅଭାବରୁ ଏଠାରେ ଏକର ଏକର ଚାଷ ଜମି ପଡିଆ ପଡିଛି । କେବଳ ସଦର ବ୍ଲକ ନୁହେଁ ବରଂ ପୁରୀର ସମସ୍ତ ବ୍ଲକରେ ସମାନ ପରିସ୍ଥିତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁଲାଇ ମାସ ଶେଷ ସୁଦ୍ଧା ଜିଲ୍ଲାରେ ମୌସୁମୀରେ ଯେତିକି ବର୍ଷା ହେବା କଥା ତା’ଠାରୁ ଯଥେଷ୍ଟ କମ ହୋଇଛି । କେବଳ ସେତିକି ନୁହେଁ ସାରା ରାଜ୍ୟରେ ପୁରୀ ଜିଲ୍ଲାରେ ସର୍ବନିମ୍ନ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ଢେର ପଛରେ ରହିଯାଇଥିବା ଦେଖାଯାଇଛି ।

ଗୋଟିଏ କୋରୋନା ବିତ୍ପାତ୍ତ ପାଇଁ ସ୍ଥିତି ଅଣାୟତ୍ତ ଥିବାବେଳେ ଅନ୍ୟପଟେ ସମ୍ଭାବ୍ୟ ମରୁଡି ସ୍ଥିତି ବୋଝ ଉପରେ ନଳିତା ବିଡା ସାଜିଛି । କିଭଳି ଚାଷ ହେବ ଓ ରୋଜଗାର ହେବ ସେନେଇ ଏବେ ଚିନ୍ତାରେ ଚାଷୀ । ତେବେ ଯେଁଉ ସ୍ଥାନରେ କେନାଲ ଅଛି ସେଠାରେ ବି ସମାନ ପରିସ୍ଥିତି । ବର୍ଷାଭାବରୁ ଉପର ମୁଣ୍ଡରେ ଜଳାଭାବ ଯୋଗୁଁ କେନାଲ ବି ଶୁଖିଯାଇଛି । ଆଉ କିଛି ସ୍ଥାନରେ ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରେ ମରାମତି କାର୍ଯ୍ୟ ଶେଷ ହୋଇ ନଥିବାରୁ ଜମି ମୁଣ୍ଡକୁ ପହଞ୍ଚିପାରୁ ନାହିଁ ଜଳ । ସବୁ ଦିଗରୁ ଏବେ ପୁରୀ ଜିଲ୍ଲାର ଚାଷୀ ନିରାଶ ହୋଇ ପଡିଥିବାବେଳେ ମରୁଡି ସ୍ଥିତି ବଢାଇଛି ଚାଷୀଙ୍କ ଚିନ୍ତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.