ETV Bharat / state

ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଖେଳିଲେ ଫଗୁ ଓ ଅବୀର, ଶ୍ରୀକ୍ଷେତ୍ର ଉତ୍ସବ ମୁଖର - ପୁରୀରେ ଦୋଳପୂର୍ଣ୍ଣିମା ପାଳିତ

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ

dola purnima
dola purnima
author img

By

Published : Mar 7, 2023, 5:52 PM IST

ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଖେଳିଲେ ଫଗୁ

ପୁରୀ : ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଦୋଳବେଦୀରେ ଦୋଳଠାକୁର , ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି । ସେପଟେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ପାଇଁ ଅଗଣିତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।

ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ବାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବାପରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ । ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ଏବଂ ନାଭିକଟା ମଣ୍ତପ ନୀତି ସଂପନ୍ନ ପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ , ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି , ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡଦାଣ୍ତ ଦେଇ ଠାକୁର ଦୋଳବେଦୀରେ ପହଞ୍ଚିଥିଲେ। ଦୋଳବେଦୀର ଚାରି ପାର୍ଶ୍ୱ ଓ ଦୋଳ ବେଦୀରେ ଠାକୁର୍ ଙ୍କ ବିମାନ ୭ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବିରାଜିତ ହୋଇଥିଲେ।

ଏନେଇ ହଜାର ହଜାର ଭକ୍ତ , ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡ଼ିଥିଲେ। ଭକ୍ତଙ୍କ ସହ ଅବୀର ଓ ଫଗୁ ଖେଳିଥିଲେ ମହାପ୍ରଭୁ। ବଡ଼ଦାଣ୍ତ ଏବଂ ଦୋଳବେଦୀ ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ସେପଟେ ଆଜିର ଏହି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଥିବା ଦେଖାଯାଇଥିଲା।

ଦୋଳବେଦୀ ଉପରେ ଦୋଳଠାକୁରଙ୍କ ସମସ୍ତ ରୀତିନୀତି ସଂପାଦିତ ହେବା ପରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଦୋଳବେଦୀକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ବିଶ୍ୱାସ ଅନୁଯାୟୀ ଦୋଳପୁର୍ଣିମାରେ ଦୋଳବେଦୀରେ ଠାକୁରଙ୍କ ଦର୍ଶନ ସହ ତାଙ୍କ ଚରଣରୁ ଅବିର ନେଇ ମୁଣ୍ତରେ ସ୍ପର୍ଶ କଲେ ମହାପୁଣ୍ୟ ମିଳିଥାଏ। ଏନେଇ ଉତ୍ତରପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, ଆଜି ହେଉଛି ହୋଲିର ମହାପର୍ବ। ଏହି ହୋଲିର ରଙ୍ଗରେ ସମସ୍ତ ରଙ୍ଗକୁ ଏକାଠି କରି ମହାପ୍ରଭୁ ସମସ୍ତଙ୍କୁ ଏକ କରିଛନ୍ତି। ଏଠାରକେ ଭକ୍ତ ଭଗବାନ ସାଧୁ ସନ୍ଥ ଅନ୍ୟାନ୍ୟ ଯିଏ ବି ଅଛନ୍ତି ସମସ୍ତେ ଏକାକାର । ସମସ୍ତେ ହେଉଛନ୍ତି ମହାପ୍ରଭୁଙ୍କର ଭକ୍ତ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.