ETV Bharat / state

କୋଣାର୍କ ପରିଦର୍ଶନରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମୋଦିଙ୍କ ଦୀର୍ଘାୟୁ କାମନା କରି ଦୀପଦାନ

ମୋଦିଙ୍କ 74ତମ ଜନ୍ମ ବାର୍ଷିକ ଉପଲକ୍ଷେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡ଼. ଏମ ମହେନ୍ଦ୍ରଭାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏହାସହ ମୋଦିଙ୍କ ଦୀର୍ଘାୟୁ କାମନା କରି ଦୀପଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 17, 2023, 10:00 PM IST

ମୋଦିଙ୍କ ଦୀର୍ଘାୟୁ କାମନା କରି  ଦୀପଦାନ
ମୋଦିଙ୍କ ଦୀର୍ଘାୟୁ କାମନା କରି ଦୀପଦାନ
ମୋଦିଙ୍କ ଦୀର୍ଘାୟୁ କାମନା କରି ଦୀପଦାନ

କୋଣାର୍କ: ଆଜି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ଜନ୍ମ ବାର୍ଷିକ। ଏନେଇ ବିଜେପି କର୍ମୀମାନେ ବଡ଼ ଉତ୍ସାହର ସହ ମୋଦିଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୋଣାର୍କ ପରିଦର୍ଶନ କରିବା ସହ ନବଗ୍ରହ ମନ୍ଦିରରେ ସମୁହ ଦୀପଦାନ କରିଛନ୍ତି।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡ଼. ଏମ ମହେନ୍ଦ୍ରଭାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ କୋଣାର୍କ ନବଗ୍ରହ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି । ପ୍ରଥମ ଥର ପାଇଁ ସୂର୍ଯ୍ୟ ମନ୍ଦିର ଆସିବା ସହିତ ଓଡ଼ିଆ ପୁଅର ନିଖୁଣ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ କୋଣାର୍କର କଳା ଭାସ୍କର୍ଯ୍ୟ ଅଦ୍ୱିତୀୟ । ଯେଉଁ କାରିଗରମାନେ ଏହା କରିଛନ୍ତି ତାହା ଅତୁଳନୀୟ । ତେବେ କୋଣାର୍କ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଥିବା ସହ ଅସନ୍ତା 2 ବର୍ଷ ଭିତରେ କୋଣାର୍କ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ। ପର୍ଯ୍ୟଟକମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଏମ. ମହେନ୍ଦ୍ରଭାଇ ।

ଏହା ମଧ୍ୟ ପଢ଼ନ୍ତୁ...Watch: ବାଇଡେନଙ୍କୁ କୋଣାର୍କ ଚକ୍ର ଦେଖାଇଲେ ମୋଦି

ତେବେ କେନ୍ଦ୍ରମନ୍ତ୍ରୀ ଝିପିଝିପି ବର୍ଷାରେ ଭିଜି କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବା ସହ ପର୍ଯ୍ୟଟକମାନଙ୍କୁ ମିଠା ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ସହ କୋଣାର୍କ ଅଞ୍ଚଳର ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

କୋଣାର୍କ ଐତିହ୍ୟ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦିଗରେ ପୁଣି ASI କାର୍ଯ୍ୟ ଆରମ୍ଭ କରିଛି। ଗତ ଜାନୁଆରୀ 3 ତାରିଖରୁ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ କିଛି ଦିନ ପାଇଁ ବାଲି କଢ଼ା କାର୍ଯ୍ୟ ବନ୍ଦ ରଖାଯାଇଥିଲା। ପୁନର୍ବାର ASI ପକ୍ଷରୁ କ୍ରେନ୍‌ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ୍‌ ଲଗାଯାଇ କାର୍ଯ୍ୟ କରାଯାଉଛି । ତେବେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡା଼ରୁ ଗର୍ଭଗୃହରେ ରହିଥିବା ବାଲି ଗୁଡ଼ିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯିବ । ତେବେ ଗତ 2020 ମସିହାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ନେଇ ଏକ ବୈଠକ ହୋଇଥିଲା । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ASI ଡିଜି, ସୂର୍ଯ୍ୟ ମନ୍ଦିର ପାଇଁ ଥିବା ଆମିକସକ୍ୟୁରି ଏନ. କେ. ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ କୋଣାର୍କ ସୂର୍ଯ୍ଯ ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ଭିତରେ ଥିବା ବାଲିକୁ କାଢ଼ିଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.