ETV Bharat / state

ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତ ଗହଳି; ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

author img

By ETV Bharat Odisha Team

Published : Nov 23, 2023, 1:06 PM IST

Updated : Nov 23, 2023, 2:25 PM IST

ଆଜି ପଞ୍ଚୁକର ପ୍ରଥମ ଦିନ । ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ । ଅଧିକ ପଢନ୍ତୁ

ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ
ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ
ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତ ଗହଳି

ପୁରୀ: ଆଜିଠୁ ପବିତ୍ର ପଞ୍ଚୁକ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ଦେଖିବାକୁ ମିଳିଛି । ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ସହ ସ୍ମରଣ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଆଜି ହବିଷ୍ୟାଳିମାନେ ସକାଳୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରି ଭାବ ବିହ୍ଵଳିତ ହୋଇପଡ଼ିଛନ୍ତି । ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ନିଜକୁ ଧନ୍ୟ ମଣିଛନ୍ତି । ତୀର୍ଥ କରିବାକୁ ଆସିଥିବା ଶ୍ରଦ୍ଧାଳୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ଅଭିଳାଶା ଥିଲା । ଏବେ ମହାପ୍ରଭୁଙ୍କ ଡାକରାରେ ସେମାନେ ପୁରୀ ପହଞ୍ଚିଛନ୍ତି । ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ପାଦ ଦେବା ମହାପ୍ରଭୁଙ୍କ କୃପା ।

ସେପଟେ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଭକ୍ତମାନଙ୍କୁ କିପରି ପର୍ଯ୍ୟାପ୍ତ ପାନୀୟ ଜଳ ମିଳିପାରିବ ତାହାର ବ୍ୟବସ୍ଥା ହୋଇଛି । ଲମ୍ବା ଲାଇନରେ ଛିଡ଼ା ହୋଇ ରହୁଥିବା ଭକ୍ତଙ୍କୁ ଛାଈ ପ୍ରଦାନ ପାଇଁ ସେଡ୍ ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲଚେୟାର, ବୟସ୍କ ପାଇଁ ବିଶ୍ରାମ ସେଡ ଓ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରୀମନ୍ଦିରରେ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ, ଅଧିକରୁ ଅଧିକ ଭକ୍ତ କେମିତି ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ ତାହା ଉପରେ ଶ୍ରୀମନ୍ଦିର ପ୍ରଶାସନ ନଜର ରଖିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ପଞ୍ଚୁକ ନୀତି ଆରମ୍ଭ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଆଜି ହରି ଉତ୍ଥାପନ ଏକାଦଶୀ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏଥିପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତଜନଙ୍କୁ ଦର୍ଶନ ଦେଇଥାଆନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଏବଂ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡର ବ୍ୟବସ୍ଥା ମଧ୍ୟ ହୋଇଛି । ସୁରକ୍ଷାକୁ ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ରୁ ଊର୍ଦ୍ଧ୍ବ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି । ଏଥିସହ ୫୦ରୁ ଊର୍ଦ୍ଧ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି । ଦୀର୍ଘ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପଞ୍ଚୁକ ବ୍ରତ ବେଶ୍ ମହତ୍ୱ ରଖିଥାଏ ବୋଲି ବିଶ୍ୱାସ ରହିଛି ।

ଇଟିଭି ଭାରତ, ପୁରୀ

Last Updated : Nov 23, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.