ETV Bharat / state

ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା: ମିଳିଲାନି ଜଗା ଦର୍ଶନ, ନିରାଶ ହେଲେ ଭକ୍ତ

author img

By ETV Bharat Odisha Team

Published : Nov 23, 2023, 3:08 PM IST

ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ପ୍ରବଳ ଭିଡ ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରିଲେ ଭକ୍ତ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା
ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା
ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା

ପୁରୀ: ଆରମ୍ଭ ହୋଇଛି ପଞ୍ଚୁକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି । ହେଲେ ଦୁର୍ଭାଗ୍ୟର ବିଷୟ, ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଫେଲ୍ ମାରିଛି । ଫଳରେ କିଏ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଥକି ଯାଉଛି ତ ଆଉ କିଏ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ମନ୍ଦିର ଭିତରୁ ଫେରିଯାଉଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଦୂରଦୂରାନ୍ତରୁ ଜଗନ୍ନାଥ ଧାମକୁ ଧାଇଁ ଆସିଥିବା ଭକ୍ତଟିଏ ଭଲରେ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇପାରୁନଥିବା ଅଭିଯୋଗ ଆସିଛି । ଏଭଳି ଅବହେଳାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମନ୍ଦିର ଭିତରେ ପ୍ରବଳ ଠେଲାପେଲା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେଉଛନ୍ତି । କେତେକ ଭକ୍ତ ଭିଡ ଭିତରେ ନଯାଇ ଫେରି ଆସିଥିବାର ଦେଖାଯାଇଛି । ମହାପ୍ରଭୁଙ୍କ ଦର୍ଶନ ନ ପାଇ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପ୍ରଚାର କରୁଛି । ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ବାରିକେଡ, ପାନୀୟ ଜଳ, ବ୍ୟବସ୍ଥା କରିଦେଇ ହାତ ଟେକି ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିର ଯାଏ ଭକ୍ତ ଶୃଙ୍ଖଳାରେ ଯାଉଥିବା ବେଳେ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତ ଗହଳି; ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ବିଶେଷକରି ସାତ ପାହଚ ଠାରୁ ନାଟ ମଣ୍ଡପ ଦେଇ ଜୟ ବିଜୟ ଦ୍ୱାର ଯାଏ ଭିଡ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଭିଡରେ ଅଣନିଶ୍ୱାସୀ ହୋଇ ଅନେକ ଭକ୍ତ ତଳେ ପଡ଼ିଯାଉଥିବା ପୂର୍ବରୁ ନଜିର ରହିଛି । କିଛି ଭକ୍ତ ଆହତ ମଧ୍ୟ ହୋଇଛନ୍ତି । ତେଣୁ ପଞ୍ଚୁକରେ ପ୍ରବଳ ଭିଡ ହେଉଥିବାରୁ ସାତ ପାହାଚ ଠାରୁ ଜୟ ବିଜୟ ଦ୍ଵାର ଯାଏ ଭିଡକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଏଠାରେ ଦଳାଚକଟା ହୋଇ ବଡ ଅଘଟଣ ଘଟିବାର ଆଶଙ୍କା ଥିବା ଭକ୍ତ କହିଛନ୍ତି ।

ଶ୍ରୀମନ୍ଦିର ଭିତରକୁ ଛୋଟ ପିଲା, ବୟସ୍କ ବ୍ୟକ୍ତିଙ୍କୁ ନେଇ ଯିବା ସମ୍ଭବ ହେଉନି । ଏଣୁ ଶ୍ରୀମନ୍ଦିର ଭିତରେ ସାତ ପାହାଚ ଠାରୁ ନାଟ ମଣ୍ଡପ ଦେଇ ଜୟ ବିଜୟ ଦ୍ଵାର ଯାଏ ସ୍ଵତନ୍ତ୍ର ଭାବେ ଭିଡ଼ ନିୟନ୍ତ୍ରଣ କରାନଗଲେ କିଛି ଲାଭ ହେବ ନାହିଁ । ଶ୍ରୀମନ୍ଦିର ବାହାରେ କେବଳ ବାରିକେଡ, ପାନୀୟ ଜଳ କରିଦେଲେ ଭକ୍ତଙ୍କ ସମସ୍ୟା ସମାଧାନ ଦୂର ହେବନି, ବରଂ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇପାରିଲେ ହିଁ ଦୂରଦୂରାନ୍ତରରୁ ଆସୁଥିବା ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବେ ।

ଭାରତରେ ଥିବା ବିଭିନ୍ନ ତୀର୍ଥସ୍ଥଳୀରେ ହଜାର ହଜାର ଭକ୍ତ ସମାଗମ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ବାରା ଭଲରେ ଭିଡ ନିୟନ୍ତ୍ରଣ କରାଯାଉଛି । ହେଲେ ଭାରତର ଏକ ପ୍ରମୁଖ ତୀର୍ଥ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାରେ ପ୍ରଶାସନ ଫେଲ୍ ମାରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.