ETV Bharat / state

ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପ୍ରସଙ୍ଗ, ପ୍ରଶାସନର ଭୁଆଁବୁଲା ନୀତିକୁ କଡ଼ା ବିରୋଧ

ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପ୍ରସଙ୍ଗରେ କମିଟି ଗଠନକୁ ନେଇ ବଢିଲା ବିବାଦ । ଭକ୍ତଙ୍କ ପାଇଁ ଚାରିଦ୍ଵାର ଖୋଲିବା ନାଁରେ ପ୍ରଶାସନର ଭୁଆଁ ବୁଲା ନୀତିକୁ କଡ଼ା ବିରୋଧ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jul 22, 2023, 9:23 PM IST

Etv Bharat
Etv Bharat
ପ୍ରଶାସନର ଭୁଆଁବୁଲା ନୀତିକୁ କଡ଼ା ବିରୋଧ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ବାର ସମେତ ସମସ୍ତ ଦ୍ଵାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ବଢୁଥିବା ବେଳେ ଏହାକୁ ତର୍ଜମା କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହୋଇଛି । ପୁରୀ ଉପ ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, କିଛି ବରିଷ୍ଠ ସେବାୟତ ଏହି କମିଟିରେ ସ୍ଥାନ ପାଇଛନ୍ତି । ଏହି କମିଟି ସ୍ଥିତି ଅନୁଧ୍ୟାନ କରି କିଭଳି ଚାରିଦ୍ଵାରରେ ଶୃଙ୍ଖଳିତ ଦର୍ଶନ ନେଇ ବ୍ୟବସ୍ଥା ହୋଇ ପାରିବ ସେ ନେଇ ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ସବୁ ଦ୍ଵାର ଖୋଲାଯିବା ନେଇ ନିଷ୍ପତ୍ତି ହେବ । ତେବେ ଏହି କମିଟି ଗଠନକୁ ନେଇ ବିବାଦ ଆରମ୍ଭ ହୋଇଛି ।

ଏହି କମିଟି ଗଠନ କରି ଭକ୍ତମାନଙ୍କୁ କେବଳ ଭକୁଆ ବନାଇବା ପାଇଁ ହୋଇଥିବା ଶ୍ରୀଜଗନ୍ନାଥ ସେନା ଓ ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ଏହି କମିଟି ରିପୋର୍ଟ ଆସିବା ଆଳରେ କେବଳ ସମୟ ଗଡ଼ାଇ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ପ୍ରଶାସନ ଯୋଜନା କରିଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ସେହିପରି ଏହି କମିଟି ଗଠନ ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଏହି କମିଟିରେ ଭକ୍ତଙ୍କ ପକ୍ଷରୁ କେହି ପ୍ରତିନିଧି ନ ଥିବା ଯୋଗୁଁ ଭକ୍ତଙ୍କ ସମସ୍ୟା କିଭଳି କମିଟି ଜାଣିପାରିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, "ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବାରେ ପ୍ରଶାସନର ଜମା ବି ଆନ୍ତରିକତା ନାହିଁ । ଦ୍ଵାର ନ ଖୋଲିବା ପାଇଁ ସେବାୟତଙ୍କ ମୁଣ୍ଡରେ ଅଠା ବୋଳି ପ୍ରଶାସନ ପାର ହେବାକୁ ବସିଛି। ଶ୍ରୀମନ୍ଦିର ଛତିଶା ନିଯୋଗ କେବଳ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ଗଠନ ହୋଇଛି । ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ନିଯୋଗର କୌଣସି ଭୂମିକା ନାହିଁ । ଶ୍ରୀମନ୍ଦିର ଚାରି ଦ୍ଵାର କୋଭିଡ ମହାମାରୀ ଯୋଗୁଁ ପ୍ରଶାସନ ବନ୍ଦ କରିଥିଲା । ସେତେବେଳେ କଣ ପ୍ରଶାସନ ଛତିଶା ନିଯୋଗର ଅନୁମତି ନେଇଥିଲା କି ? କୋଭିଡ ମହାମାରୀ ଶେଷ ହୋଇଥିବା ବେଳେ କଣ ପାଇଁ ଶ୍ରୀ ମନ୍ଦିର ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ଵାର ବନ୍ଦ ରଖାଯାଇଛି ? କଣ ରହସ୍ୟ ରହିଛି ତାହାର ସ୍ପଷ୍ଟୀକରଣ ପ୍ରଶାସନ ଦେବା ଆବଶ୍ୟକ ।"

ଏହା ବି ପଢନ୍ତୁ- Chhatisa Nijog Meeting: ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ଭଳି ଉଚ୍ଚ ଅଧିକାରୀ ଥିବା ବେଳେ ଶ୍ରୀମନ୍ଦିର ସବୁ ଦ୍ଵାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲାନି । କାହିଁକି ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଅନୁଧ୍ୟାନ କମିଟି ଗଠନ ହେଲା ସେ ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛନ୍ତି । ଭକ୍ତଙ୍କ ଭାବାବେଗ ସହ ଖେଳ ଆଉ ଚାଲିବ ନାହିଁ, ଲୋକଙ୍କ ଧର୍ମୀୟ ଭାବନାରେ ଅଯଥାରେ ହସ୍ତକ୍ଷେପକୁ ଆଗାମୀ ଦିନରେ ଦୃଢ ବିରୋଧ କରାଯିବ । ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ସମସ୍ତ ଦ୍ଵାର ନ ଖୋଲାଗଲେ ଭକ୍ତମାନେ ଆଗାମୀ ଦିନରେ ଜୋର ଜବରଦସ୍ତ ପ୍ରବେଶ କରିବେ । ସେଥିପାଇଁ ସବୁ ପରିସ୍ଥିତିକୁ ଭକ୍ତ ମୁକାବିଲା କରିବେ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।

ସେପଟେ ଜଗନ୍ନାଥ ପ୍ରେମୀ ଦିଲ୍ଲୀପ କୁମାର ବରାଳ କହିଛନ୍ତି, "କମିଟି ଗଠନ ନାଁରେ ପ୍ରଶାସନ କେବଳ ପ୍ରହସନ କରୁଛି। ଅଯଥାରେ ସମୟ ଗଡାଇବାର ଯୋଜନା କରାଯାଉଛି । ଯାହା ଦ୍ବାରା କେବଳ ଭକ୍ତ କଷ୍ଟ ପାଇବେ। ପ୍ରଶାସନିକ ଅଧକାରୀମାନେ କାହିଁକି ସବୁ ଦ୍ଵାର ଖୋଲିବାରେ ଟାଳଟୁଳ ନୀତି କରୁଛନ୍ତି ?" ପୁରୀ ଜିଲ୍ଲା ପ୍ରଶାସନ ଏଭଳି ମନୋଭାବକୁ ଦିଲ୍ଲୀପ କଡ଼ା ସମାଲୋଚନା କରିଛନ୍ତି।

ସେହିପରି ଆଉ ଜଣେ ଜଗନ୍ନାଥପ୍ରେମୀ ସୂର୍ଯ୍ୟ ରଥ କହିଛନ୍ତି, "ଗତକାଲି ବୈଠକରୁ ଭକ୍ତମାନେ ଅନେକ ଆଶା ରଖିଥିଲେ। ହେଲେ ସେ ଆଶା ଆଶାରେ ହିଁ ରହିଗଲା । ଭକ୍ତଙ୍କ ସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ଦେଲା ନାହିଁ । ଚାରି ଦ୍ଵାରରେ ପ୍ରବେଶ ନେଇ ସ୍ଥିତି ଅନୁଧ୍ୟାନ ପାଇଁ ହୋଇଥିବା କମିଟି କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ। ପୂର୍ବରୁ ଅନେକ କମିଟି ହୋଇଛି। କିନ୍ତୁ କିଛି ବି ସୁପାରିସ କାର୍ଯକାରୀ ହୋଇନାହିଁ। ତେବେ ପୁରୀ ଜିଲା ପ୍ରଶାସନ ଯେଭଳି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କାର୍ଯ୍ୟ କରୁଛି । ଆଗାମୀ ଦିନରେ ପୁରୀ ସହରବାସୀ ଏକାଠି ହୋଇ ବଡ଼ ଧରଣର ଆନ୍ଦୋଳନ କରିବେ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.