ETV Bharat / state

ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ, ରାସ୍ତାରେ ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ

author img

By

Published : Jun 28, 2023, 11:04 PM IST

ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ସାଇକେଲରୁ ପଡି ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ । ଅଧିକ ପଢନ୍ତୁ

ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ, ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ

ପୁରୀ: ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ନେଇ ଆସିଥିବା ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ । ଆସିଥିଲେ କାଳିଆ ସାଆନ୍ତଙ୍କ ସାନିଧ୍ୟ ଲାଭ କରିବା ପାଇଁ । ଆଉ ମାତ୍ର କେଇ ଦୂର ଥିଲା ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତଙ୍କ ବାହୁଡ଼ାଯାତ୍ରାରେ ନିଜକୁ ସାମିଲ କରି ରଥ ଭିଡି ଶ୍ରୀମନ୍ଦିର ଅଭିମୁଖେ ନେଇଥାନ୍ତେ । ମାତ୍ର ବିଧିର ବିଧାନ ଥିଲା କିଛି ଭିନ୍ନ, ରାସ୍ତାରେ ସାଇକେଲରୁ ପଡ଼ି ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ହାତରେ ଧରି ଆସିଥିବା ଫୁଲ ଚନ୍ଦନ ନଡ଼ିଆକୁ ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଇ ପାରିଲେନାହିଁ ଭକ୍ତ ।

ସାଇକେଲ ଯୋଗେ ପୁରୀ ସଦର ସମଗରାଠାରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥବା ସମୟରେ ସାଇକେଲରୁ ପଡିଯାଇଥିଲେ ଦୁଃଶାସନ । ଜଣେ ଦୀନ ମଜୁରିଆ ଭାବେ କାମ କରୁଥିବା ଦୁଃଶାସନ ଭୋଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାପ୍ରଭୁଙ୍କ ସେବା ରେ ନିଜକୁ ସମର୍ପି ଦେବା ପାଇଁ ଆସୁଥିବା ସମୟ ରେ ଘଟିଥିଲା ଏଭଳି ଅଘଟଣ। କାଳିଆ ସାଆନ୍ତଙ୍କ ଭକ୍ତ ଭାବରେ ପରିଚିତ ଦୁଃଶାସନ ମହାପ୍ରଭୁଙ୍କ ପାଇଁ ନଡିଆ, ଫୁଲ, ଚନ୍ଦନ ନେଇ ଆସିଥିଲେ ମହାପ୍ରଭୁଙ୍କୁ ବଡ଼ଦାଣ୍ଡରେ ଅର୍ପଣ କରିଥାନ୍ତେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଗଲା । ଯାହାକୁ ନେଇ ପାରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୃତ ଦୁଃଶାସନଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ । ତେବେ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସବୁ ଆଡ଼େ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ :ଫଟୋରେ ବାହୁଡ଼ା ଖବର: ଦେଖନ୍ତୁ ବାହୁଡ଼ା ଯାତ୍ରାର ସମ୍ପୂର୍ଣ୍ଣ ଦୃଶ୍ୟ

ଅନ୍ଯପଟେ ଆଜି ବାହୁଡାଯାତ୍ରା ଶେଷ ହୋଇଛି । ଜନ୍ମବେଦୀରେ ୯ ଦିନର ଲୀଳାଖେଳା ସାରି ବାହୁଡ଼ିଲେ ତିନି ଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି । ସଅଳ ନୀତିକାନ୍ତି ସଅଳ ପହଣ୍ଡି ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଥିଲେ । ଆଉ ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ତିନି ରଥ ପହଞ୍ଚିସାରିଛି । ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାର ଲାଗିଥିଲା । ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଆସି ସିଂହଦ୍ବାର ସମ୍ମୁଖରେ ଲାଗିଥିଲା । ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ସୁରୁଖୁରୁରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଆସନ୍ତାକାଲି ସୁନାବେଶ । ପରେ ରଥ ଉପରେ ଅଧରପଣା ନୀତି ସମାପିତ ହେବ । ତାର ପରଦିନ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଭାବେ ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.