ETV Bharat / state

ପଛୁଆ ବର୍ଗଙ୍କୁ ରିଜର୍ଭେସନ ଦେବାରେ ଅବହେଳା ନେଇ ସରକାରଙ୍କୁ ସମାଲୋଚନା

author img

By

Published : Sep 5, 2021, 2:15 PM IST

ପଛୁଆ ବର୍ଗଙ୍କୁ ରିଜର୍ଭେସନ ଦେବାରେ ଅବହେଳା ନେଇ ଓଡିଶା ସରକାରଙ୍କୁ ସମାଲୋଚନା । ରାଜ୍ୟ ସରକାରଙ୍କ ଉଦାସୀନତାକୁ ସମାଲୋଚନା କରି ପ୍ରବଳ ବର୍ଷିଲେ ପଛୁଆ ବର୍ଗ ଆୟୋଗର ସଦସ୍ୟ କୌଶଲ୍ୟନ୍ଦ୍ର ସିଂ ପଟେଲ । ଅଧିକ ପଢନ୍ତୁ...

ପଛୁଆ ବର୍ଗଙ୍କୁ ରିଜରଭେସନ ଦେବାରେ ଅବହେଳା ନେଇ ସରକାରଙ୍କୁ ସମାଲୋଚନା

ପୁରୀ: ପଛୁଆ ବର୍ଗଙ୍କୁ ରିଜର୍ଭେସନ ଦେବାରେ ଅବହେଳା ନେଇ ଓଡିଶା ସରକାରଙ୍କୁ ସମାଲୋଚନା । ସରକାର ପଛୁଆ ବର୍ଗ ଲୋକଙ୍କୁ ଅବହେଳା କରୁଛନ୍ତି । ଶିକ୍ଷା ଓ ସାମାଜିକ କ୍ଷେତ୍ରରେ କିଭଳି ପଛୁଆ ବର୍ଗମାନେ ରିଜର୍ଭେସନ ପାଇବେ ସେନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାକି ଉଚିତ ନୁହେଁ ବୋଲି ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ସଦସ୍ୟ କୌଶଲ୍ୟନ୍ଦ୍ର ସିଂ ପଟେଲ ଅଭିଯୋଗ କରିଛନ୍ତି ।

ଏନେଇ ରାଜ୍ୟ ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଛନ୍ତି ପଟେଲ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ପରେ ସର୍କିଟ ହାଉସରେ ଏକ ସାମ୍ବାଦିକ ସମିଳନୀରେ ଏପରି ବର୍ଷିଛନ୍ତି ପଛୁଆ ବର୍ଗ ଆୟୋଗର ସଦସ୍ୟ । ସେ ଅଭିଯୋଗ କରିଛନ୍ତି ଯେ, ଗତ 2020 ଫେବ୍ରୁଆରୀରେ ଜାତୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତ କରି ବିଭିନ୍ନ ଆଲୋଚନା ଓ ସମୀକ୍ଷା ପରେ 27 ପ୍ରତିଶତ ରିଜର୍ଭେସନ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ଦେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହି ରିଜର୍ଭେସନ ଲାଗୁ ହେଲେ ରାଜ୍ୟରେ ରିଜରଭେସନ କ୍ଷେତ୍ରରେ 50 ପ୍ରତିଶତ ଏହା ଅତିକ୍ରମ ହେଉ ଥିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲଙ୍ଘନ ହେବ ବୋଲି ରାଜ୍ୟ ସରକାର ଅଧିକାରୀ ଜଣାଇଥିଲେ । ତେବେ ଓଡିଶାରେ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ରିଜରଭେସନ ଦିଆ ଯାଉଥିବା ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ ।

27 ପ୍ରତିଶତ ଯଦି ରିଜରଭେସନ ଦେବାରେ ଅସୁବିଧା ଅଛି 11.25 ପ୍ରତିଶତ ରିଜରଭେସନ ଦେଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଆୟୋଗ ପରାମର୍ଶ ଦେଇଥିଲେ । ହେଲେ ରାଜ୍ୟ ସରକାର କହିଥିଲେ ଏନେଇ ସମୀକ୍ଷା ହେଉଛି । ତେବେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ 11.25 ପ୍ରତିଶତ ରିଜରଭେସନ ଦିଆଯାଇ ନାହିଁ । ଯଦି ସରକାର ଏ ଦିଗରେ ସମ୍ବେଦନଶୀଳ ନ ହୁଅନ୍ତି ତେବେ ପଛୁଆ ବର୍ଗଙ୍କର କେମିତି ଶିକ୍ଷା, ସାମାଜିକ କ୍ଷେତ୍ରରେ କିପରି ଉନ୍ନତି ହେବ ବୋଲି ଜାତୀୟ ପଛୁଆ ବର୍ଗ ଆୟୋଗ ସଦସ୍ୟ ମତ ରଖିଛନ୍ତି । ତେବେ ସରକାରଙ୍କୁ ଆୟୋଗ ପକ୍ଷରୁ କେବଳ ପରାମର୍ଶ ଦିଆଯାଇ ପାରିବ । ରାଜ୍ୟ ସରକାର ଏହାକୁ ଲାଗୁ କରିବାର ନିୟମ ଥିବାବେଳେ ଓଡିଶା ସରକାର ଏନେଇ ଚୁପ ବସିବା ଦୁଃଖର ବିଷୟ ବୋଲି ଜାତୀୟ ପଛୁଆ ବର୍ଗ ଆୟୋଗ ସଦସ୍ୟ ମତ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.