ପୁରୀ: ବହୁଚର୍ଚ୍ଚିତ ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ମୃତ୍ୟୁ ମାମଲା । ଶନିବାର ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା । ତଦନ୍ତରେ ଭଲ ଅଗ୍ରଗତି ହେଉଛି ବୋଲି କହିଛନ୍ତି ସଞ୍ଜୀବ ।
କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପୁରୀ ଗସ୍ତରେ ଆସି ଚିତ୍ତରଂଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତି ସମୀକ୍ଷା କରିଛନ୍ତି । ପରେ ସେ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରାଇମବ୍ରାଞ୍ଚର ଅଧିକାରୀ, ପୁରୀ SP, ସଦର SDPO , କେସର ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ । ତେବେ କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରୁ ବିଭିନ୍ନ ସୁରାକ ସଂଗ୍ରହ କରିଥିବାବେଳେ ଏହାର ସାଇଣ୍ଟଫିକ ଅନୁସନ୍ଧାନ ହେବ । ତଦନ୍ତରେ ଭଲ ଅଗ୍ରଗତି ହୋଇଛି ବୋଲି କହିଛନ୍ତି ସେ ।
ଏହା ବି ପଢନ୍ତୁ: Chittaranjan Murder Case: ତଦନ୍ତ କଲେ କ୍ରାଇମବ୍ରାଞ୍ଚ ADG, ହୋଇପାରେ ଲାଏ ଡିଟେକ୍ସନ
ତେବେ ତଦନ୍ତ ଚାଲିଥିବା କାରଣରୁ କିଛି ବି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ସେପଟେ ସଞ୍ଜୀବ ମୃତକଙ୍କ ପରିବାର ଲୋକଙ୍କୁ ଭେଟୁଛନ୍ତି କି ନାହିଁ ସେ ନେଇ ସମସ୍ତଙ୍କ ନଜର ରହିଛି । ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ନାନା ଚର୍ଚ୍ଚା ଜୋର ଧରିଥିବାବେଳେ କ୍ରାଇମବ୍ରାଞ୍ଚ କେବେ ଏହି ରହସ୍ୟମୟ ମୃତ୍ୟୁ ଘଟଣାର ପରଦା ଖୋଲିବ ସେ ନେଇ ଚର୍ଚ୍ଚା ହେଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ