ବ୍ରହ୍ମଗିରି: ସିପିଆଇଏମ କୃଷ୍ଣପ୍ରସାଦ ଆଞ୍ଚଳିକ କମିଟି ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପନ୍ଦର ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।
ଏଥିରେ ଭାରତମାଳା ଯୋଜନାକୁ ପୂର୍ବ ଯୋଜନା ମୁତାବକ କାର୍ଯ୍ୟକାରୀ କରିବା, ଚିଲିକା ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବା, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧିରେ ରୋକ ଲଗାଇବା, ବେକାରୀ ସମସ୍ୟା ଦୂର କରିବା ସହ ବେକାରୀ ଭତ୍ତା ପ୍ରଦାନ କରିବା ଏବଂ ବ୍ରହ୍ମଗିରି କୃଷ୍ଣପ୍ରସାଦକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବା ଭଳି ଦାବି ଗୁଡ଼ିକ ଉପସ୍ଥାପନ କରାଯାଇଛି।
ପରେଶ କୁମାର ଜାଲିଙ୍କ ନେତୃତ୍ତ୍ବରେ ଆଞ୍ଚଳିକ କମିଟିର କର୍ମୀମାନେ ଏକାଠି ହୋଇ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ଏହି ଦାବି ପୂରଣ ନକରାଗଲେ ଆଗାମୀ ଦିନରେ ବିକ୍ଷୋଭକୁ ତୀବ୍ରତର କରାଯିବ ବୋଲି ଜାଲି ଜଣାଇଛନ୍ତି।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ