ETV Bharat / state

ସ୍ନାନଯାତ୍ରା ଓ ରଥଯାତ୍ରାରେ କୋଭିଡ କଟକଣା ହେବ କଡାକଡି - snana purnima important meeting

ଜୁଲାଇ 12ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ କୋଭିଡ ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଅଧିକ ପଢନ୍ତୁ...

ସ୍ନାନଯାତ୍ରା ଓ ରଥଯାତ୍ରାରେ କୋଭିଡ କଟକଣା ହେବ କଡାକଡି

author img

By

Published : Jun 18, 2021, 10:43 PM IST

ପୁରୀ: ଜୁଲାଇ 12ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ କୋଭିଡ ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ସହ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟୀକାକରଣ। ଏଥିରେ ନୋଡାଲ ଅଧିକାରୀ ନିୟୋଜିତ ରହିବେ। ଏଥିପାଇଁ ବିସ୍ତୃତ ମାଇକ୍ରୋ ପ୍ଲାନ ହୋଇଛି ପ୍ରସ୍ତୁତ ।

ସ୍ନାନଯାତ୍ରା ଓ ରଥଯାତ୍ରାରେ କୋଭିଡ କଟକଣା ହେବ କଡାକଡି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ସେବାୟତ ମାନେ ଏହି ବୈଠକରେ ଭାଗ ନେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୋଲିସ ଓ ରଥଯାତ୍ରାରେ ନିୟୋଜିତ ବ୍ୟକ୍ତିମାନଙ୍କ ୪ଟି ପର୍ଯ୍ୟାୟରେ କୋଭିଡ ପରୀକ୍ଷା କରାଯିବ।

ଦେବସ୍ନାନ ପୂର୍ଣ୍ଣମୀ, ରଥଯାତ୍ରା, ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ ପୂର୍ବରୁ ଓ ପରେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ, ସାନିଟାଇଜର ଦିଆଯିବ। ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇ କୋଭିଡ ନିୟମ ପାଳନ ନେଇ ସଚେତନତା ସହ ସଚେତନତା ପତ୍ର ବଣ୍ଟାଯିବ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.